ଲାଠିଯାତ୍ରା, ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ଦଶରା ମହୋତ୍ସବ

କୋକସରା,୧୬।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଆମପାଣି ବୁଢାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ସମାପନ ହୋଇଯାଇଛି। ଏହି ଅବସରରେ ବୁଢାରଜାଙ୍କ ପୀଠରେ ଶୁକ୍ଳ ଭୋଗ ସହ ପାଶର୍‌ବ ଦେବଦେବୀଙ୍କୁ ବଳି ଭୋଗରେ ସନ୍ତୁଷ୍ଟ କରିଥିଲେ ମାନସିକଧାରୀ।

ପୀଠରେ ୨ଟି ଲିଙ୍ଗକୁ ପୂଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶକ୍ଳ ଭୋଗ ଯଥା ନଡ଼ିଆ, ଧୂପ ଓ ମୁଆଁ ଦେଇ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଅନ୍ୟ ଏକ ଲିଙ୍ଗରେ ବଳି ଭୋଗ ଲାଗି ହୋଇଥିଲା। ଭକ୍ତମାନେ ମାନସିକ ପୂରଣ ପାଇଁ ଦେଇଥିବା ପଶୁ ପକ୍ଷୀଙ୍କୁ ବୁଢାରଜାଙ୍କଠାରେ ପୂଜା କରି ଜେନାବୁଢାଙ୍କ ନିକଟରେ ବଳି ପକାଇଥିଲେ। ପୂର୍ବରୁ ବୁଢ଼ାରଜା ଦଶରା କେବଳ ଶନିବାର ହେଉଥିବା ବେଳେ ବିଗତ କିଛିବର୍ଷ ହେଲା ଶୁକ୍ରବାର ଓ ଶନିବାର ୨ଦିନ ଧରି ଏହି ପୂଜା ହେଉଥିବା କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

ଏପରି କି ଶୁକ୍ରବାର ସନ୍ଧ୍ୟାରେ ଲାଠିପୂଜା ସହ ଆୟୋଜନ କମିଟି ପକ୍ଷରୁ ସ୍ଥାନୀୟ ବୁଢାରଜା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶବିବାର ପୂଜା ସକାଳୁ ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ବୁଢ଼ାରଜାଙ୍କ ମନ୍ଦିରରେ ଭକ୍ତମାନେ ଦର୍ଶନ କରିବା ସହ ପୂର୍ବାହ୍ନ ୧୧ଟାରେ ଗ୍ରାମପୂଜକଙ୍କ ଘରୁ ବିରାଟ ପଟୁଆରରେ ଲାଠିଯାତ୍ରା ବାହାରି ବିଭିନ୍ନ ସାଂସ୍କୃତିକ ଦଳର ବର୍ଣ୍ଣାଢ୍ୟ ପରିବେଶରେ ବୁଢାରଜାଙ୍କ ମନ୍ଦିରରେ ପହଞ୍ଚି ଥିଲା। ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ୨୦ରୁ ଊର୍ଦ୍ଧ୍ୱ ଦେବଦେବୀଙ୍କ ଲାଠି, କାଳିଶି, ଘୁମୁରା ଓ ଲୋକ କଳାକାରଙ୍କ ନୃତ୍ୟ ବାଦ୍ୟର ତାଳେ ତାଳେ ଦେବଦେବୀ ନାଚିଥିବା ଦୃଶ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହା ଦେଖିବା ପାଇଁ ନାହିଁ ନ ଥିବା ଜନଗହଳି ହୋଇଥିଲା।

ମନ୍ଦିରରେ ପହଞ୍ଚିବା ପରେ ଲାଠିକୁ ସ୍ବାଗତ କରି ପାଛୋଟି ନିଆଯାଇଥିଲା । ଲାଠିଯାତ୍ରା ପରିକ୍ରମା ସମୟରେ ବାଟରେ ବାଳିଗଜା ଅର୍ପଣ କରାଯାଇଥିଲା । ଲାଠିଯାତ୍ରା ବୁଢାରଜା ପୀଠରେ ପହଞ୍ଚିବା ପରେ ପୂଜକ ଫକୀର ମୋହନ ପୂଜାରୀ ପୂଜାପାଠ କରିଥିଲେ।

ଏହି ଅବସରରେ ବୁଢାରଜା ଦେବଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଥିଲା । ବୁଢାରଜା ପୀଠରେ ଏକାଠି ହୋଇଥିବା ସମସ୍ତ ଦେବଦେବୀ ମଣ୍ଡେଇ ଯାତ୍ରାରେ ସାମିଲ ହୋଇ ବଜାର ପଡ଼ିଆ ପରିକ୍ରମା କରିଥିଲେ। ମଣ୍ଡେଇ ଯାତ୍ରା ସମାପନ ପରେ ପୁଣି ବୁଢାରଜାଙ୍କ ପୀଠକୁ ଦେବଦେବୀ ଆଗମନ କରିଥିଲେ। ପରେ ମନ୍ଦିର ନିକଟରେ ଥିବା ଏକ ଗଛରେ ଜହ୍ନିକୁ ବାନ୍ଧି ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଶତାଧିକ ଯୁବକ ସାମିଲ ହୋଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନିକୁ ଲକ୍ଷ୍ୟ କରି ଲାଖ ବିନ୍ଧିଥିଲେ। ପରେ ମାନସିକଧାରୀ ମନ୍ଦିର ପାର୍ଶ୍ୱରେ ଥିବା ଜେନାବୁଢା ପୀଠରେ ବଳି ପକାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସନ୍ଧ୍ୟାରେ ବୁଢାରଜା ସାଂସ୍କୃତିକ ମଞ୍ଚରେ ସାଂସ୍କୃତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲା ଓ ଜିଲା ବାହାରୁ ସାଂସ୍କୃତିକ ଦଳ ଯୋଗ ଦେଇ ନିଜ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ହୋଇଥିଲା । ଗହଳିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ବୁଢାରଜା ପୂଜା କମିଟି ସଭାପତି କୁମୁଦ ଚନ୍ଦ୍ର ପୂଝାରି, ଉପସଭାପତି ତିଲୋତ୍ତମା ନାଏକ, ସମ୍ପାଦକ ନକୁଳ ବାଣୁଆ, ସହସମ୍ପାଦକ ସନ୍ତୋଷ ମାଝି, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଦଶରା ମହୋତ୍ସବ ଦେଖିବାକୁ ସୀମାନ୍ତ ଜିଲା, ରାଜ୍ୟ ତଥା ଆଖପାଖ ଅଞ୍ଚଳରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri