Posted inଜାତୀୟ

ଅଲଗା ସମୟରେ ହେବ ଲୋକ ସଭା, ରାଜ୍ୟ ସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୧: ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଓ ରାଜ୍ୟ ସଭା ଅଲଗା ସମୟରେ କରିବାକୁ ନିଷ୍ପତ୍ତି ହୋଇଛି।

ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ ଲାଗି ଲୋକ ସଭା ପୂର୍ବାହ୍ନ ୧୧ରେ ଆରମ୍ଭ ହେବ। ଫେବୃୟାରୀ ୨ରୁ ୧୧ ତାରିଖ ଅପରାହ୍ନ ୪ରୁ ରାତି ୯ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଅଧିବେଶନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଉଭୟ ଗୃହର ଚାମ୍ବର ଓ ଗ୍ୟାଲେରିରେ ମଧ୍ୟ ସଦସ୍ୟମାନେ ବସିବା ବ୍ୟବସ୍ଥା ହେବ। ରାଜ୍ୟ ସଭା ଅଧିବେଶନ ସମୟ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହା ପୂର୍ବାହ୍ନ ୯ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିପାରେ ବୋଲି କୁହାଯାଉଛି। ଜାନୁୟାରୀ ୩୧ରେ ରାଷ୍ଟ୍ରପତି ପାର୍ଲାମେଣ୍ଟର ଉଭୟ ସଦନକୁ ସମ୍ବୋଧିତ କରିବେ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସମୟ ସ୍ଥିର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ...

ଉଚ୍ଛେଦକୁ ବିରୋଧ କରି ଦେହରେ ଲଗାଇଲେ ନିଆଁ

ଚେନ୍ନାଇ,୧୦।୫: ଚେନ୍ନାଇର ରାଜା ଅନ୍ନାମଲାଇ ପୁରମ୍‌ ଅଞ୍ଚଳରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଜଣେ ୫୮ ବର୍ଷୀୟ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିଲେ। ହେଲେ...

ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା

ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...

କେତେକ ରୋଗରୁ ରଖେ ଦୂରେଇ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ପିପ୍ପଳୀ ଏକ ଭାଗ ଓ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌...

ଦେଶରେ ୧୫୦ ଦିନରେ ସୁସ୍ଥ ହେଲେଣି ୧୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: କରୋନା ମହାମାରୀ ଏବେ ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ହେଲେ ଦେଶରେ ଯେଉଁପରି ଭାବେ ସଂକ୍ରମିତଙ୍କ...

ଅଟଳ ବିହାରୀଙ୍କ ନାମରେ ନାମିତ ହେବ ଯମୁନା ଏକ୍ସପ୍ରେସ ୱେ…

ନୋଏଡା,୨୩।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ସରକାର ଯମୁନା ଏକ୍ସପ୍ରେସ ୱେର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅଲିମ୍ପିକ୍‌ ହକି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର…

ଚଣ୍ଡିଗଡ଼,୫।୮: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଛି। ପଞ୍ଜାବ ସରକାର ଟିମ୍‌ ଇଣ୍ଡିଆରେ ସାମିଲ ଥିବା ରାଜ୍ୟର ହକି ଖେଳାଳିଙ୍କ...

Advertisement
Archives

Model This Week