Posted inଜାତୀୟ

ରାହୁଲଙ୍କ ଚାଇନା-ପାକ ନ୍ୟାୟପାଳିକା ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ମୋଦି ସରକାର ଦେଶକୁ ‘ଶେହନଶାହା’ ଭଳି ଚଳାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନର ସରକାରଙ୍କ ନୀତି ଯୋଗୁ ଆଜି ଦେଶ ଆଭ୍ୟନ୍ତରୀଣ ତଥା ବାହ୍ୟ ଦିଗରେ ଏକ ବଡ ବିପଦର ସମ୍ମୁଖୀନ ହୋଇଛି । ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ମୋଶନ ଅଫ୍ ଧନ୍ୟବାଦ ଉପରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ରାହୁଲ ଦାବି କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନୀତି ଯୋଗୁ ଆଜି ଚାଇନା ଓ ପାକିସ୍ତାନ ଏକାଠି ହୋଇଛନ୍ତି । ରାହୁଲ ଆହୁରି ମଧ୍ୟ ଦାବି କରିଛନ୍ତି କି କେନ୍ଦ୍ର ସରକାରଙ୍କ ନୀତି ଯୋଗୁ ହିନ୍ଦୁସ୍ତାନ ଦୁଇଭାଗ ହୋଇଯାଇଛି । ଗୋଟିଏ ହେଉଛି ଗରିବଙ୍କର ଅନ୍ୟଟି ଧନୀଙ୍କର । ଏହାସହ ସେ ଦାବି କରିଛନ୍ତି ଯେ ଅଭିଭାଷଣରେ ଦେଶ ସାମ୍ନାନାରେ ଥିବା କୌଣସି ସମସ୍ୟାର ଉଲ୍ଲେଖ କରାଯାଇ ନାହିଁ ।
ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜେଜୁ କହିଛନ୍ତି ରାହୁଲ ଗାନ୍ଧୀ ଏଥିପାଇଁ କ୍ଷମା ମାଗନ୍ତୁ । ଏହାସହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ରାହୁଲଙ୍କୁ ତଥ୍ୟ ସମ୍ପର୍କରେ କିଛି ବି ସୂଚନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ପାଇଁ ୭.୫ କୋଟି ଡଲାର ସହାୟତା ଦେବ ଗୁଗଲ୍‌

ନୂଆଦିଲ୍ଲୀ,୨୦।୧୨: ଭାରତକୁ ଏକ ପ୍ରମୁଖ ରପ୍ତାନି ଅର୍ଥନୀତି ଭାବରେ ବର୍ଣ୍ଣନା କରିଛନ୍ତି ଗୁଗଲର ସିଇଓ ସୁନ୍ଦର ପିଚାଇ। ସେ କହିଛନ୍ତି, ଗୁଗଲ ଏଠାରେ ୧୦୦ରୁ ଅଧିକ...

ରାଜ୍ୟ ସଭା ନିର୍ବାଚନ: ୧୫ ବିଧାୟକଙ୍କୁ ହୋଟେଲକୁ ପଠାଇଲା କଂଗ୍ରେସ

ଗାନ୍ଧିନଗର,୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ୧୫ ବିଧାୟକଙ୍କୁ ଗୁଜରାଟର ଆନନ୍ଦ ରିସର୍ଟ ପଠାଇ ଦେଇଥିବା ଜଣାପଡିଛି।...

ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍‌’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ ୩୦।୧୧: ବଲିଉଡ୍‌ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍‌’କୁ ଓସ୍କାର ପାଇଁ ଚୟନ କରାଯାଇଛି।...

ସିଆରପିଏଫ୍‌ କ୍ୟାମ୍ପ ଉପରେ ବୋମା ପକାଇଲେ ବୁର୍ଖା ପିନ୍ଧିଥିବା ମହିଳା

ଶ୍ରୀନଗର,୩୦।୩: ଜମ୍ମୁ-କଶ୍ମୀରର ବାରାମୁଲା ଜିଲାର ସପୋରେ ସହରରେ ଥିବା କ୍ରେନ୍ଦୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର କ୍ୟାମ୍ପ ଉପରେ ମଙ୍ଗଳବାର ସନ୍ଧ୍ୟାରେ ବୋମା ମାଡ଼ ହୋଇଛି।...

୫୫ ଜଣଙ୍କଠାରୁ ୧୩ କୋଟି ଠକି ନେଇଥିଲେ

ନୂଆଦିଲ୍ଲୀ,୨୦।୩: ଫ୍ଲାଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ୫୫ ଜଣଙ୍କଠାରୁ ୧୩ କୋଟି ଠକିନେଇଥିବା ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ରବିବାର ଗିରଫ...

ବିଦେଶରୁ ଭାରତୀୟ ମାଗଣାରେ ସ୍ବଦେଶ ଫେରୁଥିବାବେଳେ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଟିକଟ କାହିଁକି: ପ୍ରଦେଶ କଂଗ୍ରେସ କମିଟି ବହନ କରିବ ଖର୍ଚ୍ଚ କହିଲେ ସୋନିଆ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି।  ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜନିଜ...

‘ଅଯୋଧ୍ୟାରେ ରାମମନ୍ଦିର ଚାହାନ୍ତି ମୁସଲମାନ’

ଲକ୍ଷ୍ନୌ,୧୩ା୭(ପି.ଟି.): କଠୋରପନ୍ଥୀଙ୍କୁ ବାଦ୍‌ଦେଇ ଅନ୍ୟ ମୁସଲମାନମାନେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାହାନ୍ତି ବୋଲି ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ରାମବିଳାସ ବେଦାନ୍ତୀ ମତ ଦେଇଛନ୍ତି।...

ଆଜିଠୁ ଶୀତ ଅଧିବେଶନ

ନୂଆଦିଲ୍ଲୀ,୭ା୧୨: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୬ଟି ବିଲ୍‌ ପାରିତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ...

Advertisement
Archives

Model This Week