ଖାଲି ପଦବୀ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୫ା୩(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ଚଳିତ ବଜେଟରେ ବ୍ୟୟବରାଦ କରାଯାଇଥିବା ୨୨ ହଜାର ୫୨୮ କୋଟି ଟଙ୍କା ମଙ୍ଗଳବାର ବିଧାନସଭାରେ ଗୃହୀତ ହୋଇଛି। ଏହି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ ସଦସ୍ୟ ଭାଗ ନେଇଛନ୍ତି। ବିରୋଧୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଏବଂ ଶିକ୍ଷକ ଅଭାବଠାରୁ ଆରମ୍ଭକରି ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ଶାସକ ଦଳ ସଦସ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଶେଷରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ଉତ୍ତର ରଖି ସରକାର ଚଳିତ ଥର ବଜେଟରେ ଆଣିଥିବା ବିଭିନ୍ନ ନୂତନ ଯୋଜନା ସମ୍ପର୍କରେ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟ ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମି ଅଭାବ ରହିଛି। ବହୁ ସ୍କୁଲରେ ଗୋଟିଏ କ୍ଲାସ୍‌ରୁମ୍‌ରେ ୫ଟି ଶ୍ରେଣୀର ପିଲା ପଢୁଛନ୍ତି। କେତେକ ସ୍ଥାନରେ ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି। ସେହିପରି କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ସେଥିରେ ମଧ୍ୟ ପାଠପଢ଼ା ଚାଲିଛି। ୫-ଟି ଯୋଜନାରେ ହାଇସ୍କୁଲଗୁଡିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ବସିଲାଣି। ଖାଲି ପଦବୀ ପୂରଣ ହୋଇପାରୁନାହିଁ। ମାତ୍ର ୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍‌ ଓ ଆଇସିଟି ଲାବ୍‌ ରହିଛି। ମାତ୍ର ୩୮ ପ୍ରତିଶତ ସ୍କୁଲରେ ବିଜୁଳି ରହିଛି ବୋଲି ମାଝି କହିବା ସହ ଏହି ବଜେଟକୁ ବିରୋଧ କରିଛନ୍ତି। ଏହାପରେ ଶାସକ ଦଳ ସଦସ୍ୟ ପଦ୍ମନାଭ ବେହେରା ଆଲୋଚନାରେ ଭାଗ ନେଇ ୫-ଟି ସ୍କୁଲର ସଫଳ ରୂପାୟନ ସମ୍ପର୍କରେ ବଖାଣିଛନ୍ତି। କଂଗ୍ରେସ ସଦସ୍ୟ ଅଧିରାଜ ପାଣିଗ୍ରାହୀ ମଧ୍ୟ ବଜେଟକୁ ବିରୋଧକରି କହିଛନ୍ତି, ରାଜ୍ୟରେ ଶିକ୍ଷକମାନଙ୍କ ଅଭାବ ରହିଛି। ଦରମା ପ୍ରଦାନରେ ମଧ୍ୟ ଶିକ୍ଷକମାନଙ୍କ କ୍ଷେତ୍ରରେ ପାତରଅନ୍ତର କରାଯାଉଛି। ସେହିପରି ରାଜ୍ୟରେ ହେଉଥିବା ୫-ଟି ସ୍କୁଲ ବା ରୂପାନ୍ତରୀକରଣ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଅନେକ ସ୍ଥାନରେ କେବଳ ବାହାରକୁ ଦେଖିବା ପାଇଁ ସ୍କୁଲଗୁଡ଼ିକ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ମୁଖ୍ୟତଃ ଶିକ୍ଷକମାନଙ୍କ ଘୋର ଅଭାବ ରହିଥିବା ସେ କହିଛନ୍ତି। ଶାସକ ଦଳ ସଦସ୍ୟ ପ୍ରଣବ କୁମାର ବଳବନ୍ତରାୟ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାହିଁ ନାହିଁରେ ଚାଲିଛି। ଗୁଣାତ୍ମକ ଶିକ୍ଷା ଲାଗି ଗୁଣାତ୍ମକ ଶିକ୍ଷକଙ୍କ ଆବଶ୍ୟକତା ଅଛି। ହେଲେ ରାଜ୍ୟରେ ୧୨ ପ୍ରକାର ଶିକ୍ଷକ କାମ କରୁଛନ୍ତି। ଜଣେ ଶିକ୍ଷକ ୬୦ ହଜାର ପାଉଥିବା ବେଳେ ଅନ୍ୟ ଜଣେ ମାତ୍ର ୬ ହଜାର ଟଙ୍କା ଦରମା ପାଉଛନ୍ତି। ଏ ରାଜ୍ୟରେ କେମିତି ପାଠପଢ଼ା ହେଉଛି ସେଥିରୁ ଜଣାପଡୁଛି। ସବୁବେଳେ ଶିକ୍ଷକମାନଙ୍କ ବିଭିନ୍ନ ସଂଘ ଆସି ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି। ବିଧାୟକ ମୁକେଶ ମହାଲିଙ୍ଗ, ଚନ୍ଦ୍ରସାରଥି ବେହେରା, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଧ୍ରୁବ୍ରଚରଣ ସାହୁ, ଜୟନ୍ତ ଷଡ଼ଙ୍ଗୀ ଏବଂ ମକରନ୍ଦ ମୁଦୁଲି ଆଲୋଚନାରେ ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri