ଖାଲି ପଦବୀ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୫ା୩(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ଚଳିତ ବଜେଟରେ ବ୍ୟୟବରାଦ କରାଯାଇଥିବା ୨୨ ହଜାର ୫୨୮ କୋଟି ଟଙ୍କା ମଙ୍ଗଳବାର ବିଧାନସଭାରେ ଗୃହୀତ ହୋଇଛି। ଏହି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ ସଦସ୍ୟ ଭାଗ ନେଇଛନ୍ତି। ବିରୋଧୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଏବଂ ଶିକ୍ଷକ ଅଭାବଠାରୁ ଆରମ୍ଭକରି ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ଶାସକ ଦଳ ସଦସ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଶେଷରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ଉତ୍ତର ରଖି ସରକାର ଚଳିତ ଥର ବଜେଟରେ ଆଣିଥିବା ବିଭିନ୍ନ ନୂତନ ଯୋଜନା ସମ୍ପର୍କରେ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟ ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମି ଅଭାବ ରହିଛି। ବହୁ ସ୍କୁଲରେ ଗୋଟିଏ କ୍ଲାସ୍‌ରୁମ୍‌ରେ ୫ଟି ଶ୍ରେଣୀର ପିଲା ପଢୁଛନ୍ତି। କେତେକ ସ୍ଥାନରେ ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି। ସେହିପରି କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ସେଥିରେ ମଧ୍ୟ ପାଠପଢ଼ା ଚାଲିଛି। ୫-ଟି ଯୋଜନାରେ ହାଇସ୍କୁଲଗୁଡିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ବସିଲାଣି। ଖାଲି ପଦବୀ ପୂରଣ ହୋଇପାରୁନାହିଁ। ମାତ୍ର ୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍‌ ଓ ଆଇସିଟି ଲାବ୍‌ ରହିଛି। ମାତ୍ର ୩୮ ପ୍ରତିଶତ ସ୍କୁଲରେ ବିଜୁଳି ରହିଛି ବୋଲି ମାଝି କହିବା ସହ ଏହି ବଜେଟକୁ ବିରୋଧ କରିଛନ୍ତି। ଏହାପରେ ଶାସକ ଦଳ ସଦସ୍ୟ ପଦ୍ମନାଭ ବେହେରା ଆଲୋଚନାରେ ଭାଗ ନେଇ ୫-ଟି ସ୍କୁଲର ସଫଳ ରୂପାୟନ ସମ୍ପର୍କରେ ବଖାଣିଛନ୍ତି। କଂଗ୍ରେସ ସଦସ୍ୟ ଅଧିରାଜ ପାଣିଗ୍ରାହୀ ମଧ୍ୟ ବଜେଟକୁ ବିରୋଧକରି କହିଛନ୍ତି, ରାଜ୍ୟରେ ଶିକ୍ଷକମାନଙ୍କ ଅଭାବ ରହିଛି। ଦରମା ପ୍ରଦାନରେ ମଧ୍ୟ ଶିକ୍ଷକମାନଙ୍କ କ୍ଷେତ୍ରରେ ପାତରଅନ୍ତର କରାଯାଉଛି। ସେହିପରି ରାଜ୍ୟରେ ହେଉଥିବା ୫-ଟି ସ୍କୁଲ ବା ରୂପାନ୍ତରୀକରଣ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଅନେକ ସ୍ଥାନରେ କେବଳ ବାହାରକୁ ଦେଖିବା ପାଇଁ ସ୍କୁଲଗୁଡ଼ିକ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ମୁଖ୍ୟତଃ ଶିକ୍ଷକମାନଙ୍କ ଘୋର ଅଭାବ ରହିଥିବା ସେ କହିଛନ୍ତି। ଶାସକ ଦଳ ସଦସ୍ୟ ପ୍ରଣବ କୁମାର ବଳବନ୍ତରାୟ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାହିଁ ନାହିଁରେ ଚାଲିଛି। ଗୁଣାତ୍ମକ ଶିକ୍ଷା ଲାଗି ଗୁଣାତ୍ମକ ଶିକ୍ଷକଙ୍କ ଆବଶ୍ୟକତା ଅଛି। ହେଲେ ରାଜ୍ୟରେ ୧୨ ପ୍ରକାର ଶିକ୍ଷକ କାମ କରୁଛନ୍ତି। ଜଣେ ଶିକ୍ଷକ ୬୦ ହଜାର ପାଉଥିବା ବେଳେ ଅନ୍ୟ ଜଣେ ମାତ୍ର ୬ ହଜାର ଟଙ୍କା ଦରମା ପାଉଛନ୍ତି। ଏ ରାଜ୍ୟରେ କେମିତି ପାଠପଢ଼ା ହେଉଛି ସେଥିରୁ ଜଣାପଡୁଛି। ସବୁବେଳେ ଶିକ୍ଷକମାନଙ୍କ ବିଭିନ୍ନ ସଂଘ ଆସି ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି। ବିଧାୟକ ମୁକେଶ ମହାଲିଙ୍ଗ, ଚନ୍ଦ୍ରସାରଥି ବେହେରା, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଧ୍ରୁବ୍ରଚରଣ ସାହୁ, ଜୟନ୍ତ ଷଡ଼ଙ୍ଗୀ ଏବଂ ମକରନ୍ଦ ମୁଦୁଲି ଆଲୋଚନାରେ ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?