ଅପେକ୍ଷାର ହେଲା ଅନ୍ତ: ବୌଦ୍ଧବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ରେଳ ଲାଇନରେ 

ବୌଦ୍ଧ/ହରଭଙ୍ଗା,୨୦ା୬ (ଅଜିତ କୁମାର ବାରିକ/ ନରେନ୍ଦ୍ର କୁମାର ସାହୁ): ବୌଦ୍ଧବାସୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ହୋଇଛି। ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ପୂରଣ ହୋଇଛି। ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକରୁ ରେଳ ଶୁକ୍ରବାର ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱରଠାରୁ ଆଭାସୀ ଜରିଆରେ ପୁରୁଣାକଟକ ଓ ବୌଦ୍ଧ ଷ୍ଟେଶନରୁ ଦୁଇଗୋଟି ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୋନପୁରଠାରୁ ବୌଦ୍ଧ ଜିଲାର ପୁରୁଣାକଟକ ଯାଏ ୧୩୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୩ କିଲୋମିଟର ରେଳପଥର ଶୁଭ ଉଦ୍‌ଘାଟନ କରିଛନ୍ତି। ରେଳ ଶୁଭାରମ୍ଭ ସମୟରେ ବୌଦ୍ଧ ରେଳ ଷ୍ଟେଶନଠାରେ ଅତିଥି ଭାବରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ, ସମ୍ବଲପୁରର ଡିଆର୍‌ଏମ୍‌ ସୁବାସ ଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ। ଟ୍ରେନ୍‌ ମ୍ୟାନେଜର ଜି. ଗଣପତି ରାଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ରେଳ ଶୁଭାରମ୍ଭ ସମୟରେ ସଭା ମଞ୍ଚରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଓ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳି ନ ଥିଲା। ଏହି ଅବସରରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ସେଣ୍ଟ୍ରାଲ ଆକ୍ସନ ଲାଗି ବଲାଙ୍ଗୀର ଜିଲାର ଗୋପାଲଜୀ ପାଣିଗ୍ରାହୀ, ଭବାନୀଶଙ୍କର ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରମେଶ ଅଗ୍ରୱାଲା, ସୁବର୍ଣ୍ଣପୁର ଜିଲାର ଗୋବିନ୍ଦ ମହାରଣା, ଶ୍ୟାମ୍‌ ଓମ୍‌ ପ୍ରକାଶ ମିଶ୍ର, ବଳଦେବ ବେଦବାଗ, ବୌଦ୍ଧ ଜିଲାରୁ ଚିତ୍ତରଞ୍ଜନ ଦାଶ, ରଘୁନାଥ ଷଡ଼ଙ୍ଗୀ, ସୌମିତ୍ରୀ ନାଏକ, ସୁଧୀର କର୍ଣ୍ଣ, ଯୁଗଳ କିଶୋର ସାମଲ, ବିଶ୍ୱେଶ୍ୱର ପୃଷ୍ଟି, ପ୍ରଦୋଷ ମିଶ୍ର, ଦେବାଶିଷ ପୁରୋହିତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ରେଳସେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଶିବାଜୀ ପଟ୍ଟନାୟକ,ରୁଦ୍ର ମାଧବ ରାୟ, ହରପ୍ରସାଦ ମିଶ୍ର, କହ୍ନେଇ ଚରଣ ଦାସଙ୍କୁ ସ୍ମରଣ କରି ସେମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସେହିପରି ପୁରୁଣାକଟକ ରେଳ ଷ୍ଟେଶନରେ ରେଳ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପୁରୁଣାକଟକ ଓ ବୌଦ୍ଧ ଷ୍ଟେଶନରୁ ପାସେଞ୍ଜରଟ୍ରେନ୍‌ ବଲାଙ୍ଗୀରକୁ ପ୍ରତିଦିନ ଚଳାଚଳ କରିବ। ରେଳ ଉଦ୍‌ଘାଟନ ସମୟର ବହୁ ସଂଖ୍ୟାରେ ଲୋକମାନେ ପୁରୁଣାକଟକ ଷ୍ଟେଶନରେ ନାଚ ଗୀତରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ରେଳ ପଥ ପ୍ରକଳ୍ପ କାର୍ଯ୍ୟ ଏବେ ମଧ୍ୟ ଶେଷ ହୋଇନାହିଁ।ବୌଦ୍ଧ ଜିଲାରେ ୧୧୦ କିମି ରେଳପଥ ଥିବାବେଳେ ସୋନପୁର ଓ ବୌଦ୍ଧ ମଧ୍ୟରେ ରେଳ ଚଳାଚଳ କରିଛି। ପୁରୁଣାକଟକଠାରୁ ଦଶପଲା ଯାଏ ୭୫ କିମି ରେଳପଥ କାର୍ଯ୍ୟ ବାକି ରହିଥିବା ବେଳେ କାର୍ଯ୍ୟ ଚାଲୁରହିଛି। ରେଳପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ରାଜ୍ୟର ୬ଟି ଜିଲା ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ବଲାଙ୍ଗୀର ଜିଲାର ଜନସାଧାରଣ ସିଧାସଳଖ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri