ଅପେକ୍ଷାର ହେଲା ଅନ୍ତ: ବୌଦ୍ଧବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ରେଳ ଲାଇନରେ 

ବୌଦ୍ଧ/ହରଭଙ୍ଗା,୨୦ା୬ (ଅଜିତ କୁମାର ବାରିକ/ ନରେନ୍ଦ୍ର କୁମାର ସାହୁ): ବୌଦ୍ଧବାସୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ହୋଇଛି। ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ପୂରଣ ହୋଇଛି। ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକରୁ ରେଳ ଶୁକ୍ରବାର ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱରଠାରୁ ଆଭାସୀ ଜରିଆରେ ପୁରୁଣାକଟକ ଓ ବୌଦ୍ଧ ଷ୍ଟେଶନରୁ ଦୁଇଗୋଟି ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୋନପୁରଠାରୁ ବୌଦ୍ଧ ଜିଲାର ପୁରୁଣାକଟକ ଯାଏ ୧୩୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୩ କିଲୋମିଟର ରେଳପଥର ଶୁଭ ଉଦ୍‌ଘାଟନ କରିଛନ୍ତି। ରେଳ ଶୁଭାରମ୍ଭ ସମୟରେ ବୌଦ୍ଧ ରେଳ ଷ୍ଟେଶନଠାରେ ଅତିଥି ଭାବରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ, ସମ୍ବଲପୁରର ଡିଆର୍‌ଏମ୍‌ ସୁବାସ ଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ। ଟ୍ରେନ୍‌ ମ୍ୟାନେଜର ଜି. ଗଣପତି ରାଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ରେଳ ଶୁଭାରମ୍ଭ ସମୟରେ ସଭା ମଞ୍ଚରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଓ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳି ନ ଥିଲା। ଏହି ଅବସରରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ସେଣ୍ଟ୍ରାଲ ଆକ୍ସନ ଲାଗି ବଲାଙ୍ଗୀର ଜିଲାର ଗୋପାଲଜୀ ପାଣିଗ୍ରାହୀ, ଭବାନୀଶଙ୍କର ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରମେଶ ଅଗ୍ରୱାଲା, ସୁବର୍ଣ୍ଣପୁର ଜିଲାର ଗୋବିନ୍ଦ ମହାରଣା, ଶ୍ୟାମ୍‌ ଓମ୍‌ ପ୍ରକାଶ ମିଶ୍ର, ବଳଦେବ ବେଦବାଗ, ବୌଦ୍ଧ ଜିଲାରୁ ଚିତ୍ତରଞ୍ଜନ ଦାଶ, ରଘୁନାଥ ଷଡ଼ଙ୍ଗୀ, ସୌମିତ୍ରୀ ନାଏକ, ସୁଧୀର କର୍ଣ୍ଣ, ଯୁଗଳ କିଶୋର ସାମଲ, ବିଶ୍ୱେଶ୍ୱର ପୃଷ୍ଟି, ପ୍ରଦୋଷ ମିଶ୍ର, ଦେବାଶିଷ ପୁରୋହିତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ରେଳସେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଶିବାଜୀ ପଟ୍ଟନାୟକ,ରୁଦ୍ର ମାଧବ ରାୟ, ହରପ୍ରସାଦ ମିଶ୍ର, କହ୍ନେଇ ଚରଣ ଦାସଙ୍କୁ ସ୍ମରଣ କରି ସେମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସେହିପରି ପୁରୁଣାକଟକ ରେଳ ଷ୍ଟେଶନରେ ରେଳ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପୁରୁଣାକଟକ ଓ ବୌଦ୍ଧ ଷ୍ଟେଶନରୁ ପାସେଞ୍ଜରଟ୍ରେନ୍‌ ବଲାଙ୍ଗୀରକୁ ପ୍ରତିଦିନ ଚଳାଚଳ କରିବ। ରେଳ ଉଦ୍‌ଘାଟନ ସମୟର ବହୁ ସଂଖ୍ୟାରେ ଲୋକମାନେ ପୁରୁଣାକଟକ ଷ୍ଟେଶନରେ ନାଚ ଗୀତରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ରେଳ ପଥ ପ୍ରକଳ୍ପ କାର୍ଯ୍ୟ ଏବେ ମଧ୍ୟ ଶେଷ ହୋଇନାହିଁ।ବୌଦ୍ଧ ଜିଲାରେ ୧୧୦ କିମି ରେଳପଥ ଥିବାବେଳେ ସୋନପୁର ଓ ବୌଦ୍ଧ ମଧ୍ୟରେ ରେଳ ଚଳାଚଳ କରିଛି। ପୁରୁଣାକଟକଠାରୁ ଦଶପଲା ଯାଏ ୭୫ କିମି ରେଳପଥ କାର୍ଯ୍ୟ ବାକି ରହିଥିବା ବେଳେ କାର୍ଯ୍ୟ ଚାଲୁରହିଛି। ରେଳପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ରାଜ୍ୟର ୬ଟି ଜିଲା ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ବଲାଙ୍ଗୀର ଜିଲାର ଜନସାଧାରଣ ସିଧାସଳଖ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?