ବ୍ରାଉନ୍‌ସୁଗାର ଡିଲରଙ୍କ ଆର୍ଥିକ କାରବାର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରାଜ୍ୟରେ ପୁଣି ବ୍ରାଉନସୁଗାର ଓ ନିଶା କାରବାର ବଢ଼ି ଚାଲିଛି। ଧଳା ଜହରର କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତ ମିଳାଇଛନ୍ତି। ଏସ୍‌ଟିଏଫ୍‌ର ଚିଠି ପରେ ଏବେ ବ୍ରାଉନସୁଗାର ଡିଲରଙ୍କ ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି। ପ୍ରଥମେ ବ୍ରାଉନସୁଗାର ଡିଲର ବାଲେଶ୍ୱରର ଲୋକନାଥ ବେହେରା ଓ ପ୍ରଦୀପ କୁମାର ଦାଶଙ୍କ ଆର୍ଥିକ କାରବାର ଓ ବେଆଇନ ସମ୍ପତ୍ତି ଯାଞ୍ଚ କରିବ। ପରେ ରାଜ୍ୟର ଅନ୍ୟ ବ୍ରାଉନସୁଗାର ଡିଲର ଓ ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଇଡି। ସୂଚନାଯୋଗ୍ୟ,ମାର୍ଚ୍ଚ ୧୯ରେ ଏସ୍‌ଟିଏଫ୍‌ ୨ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା। ସେମାନେ ହେଲେ ନୀଳଗିରି ଥାନା ମିତ୍ରପୁରର ପ୍ରଦୀପ କୁମାର ଦାଶ ଓ ନୀଳଗିରି କଲ୍ୟାଣୀ ଅଞ୍ଚଳର ଲୋକନାଥ ବେହେରା। ସେମାନଙ୍କ ନିକଟରୁ ଏସ୍‌ଟିଏଫ ୨କେଜି ୭୨୯ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା। ଏହାର ବଜାର ମୂଲ୍ୟ ୨କୋଟି ୭୦ ହଜାର ଟଙ୍କା। ପ୍ରଦୀପ ଚାନ୍ଦିପୁରରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ବିଟେକ ତୃତୀୟ ବର୍ଷରେ ପାଠ ପଢୁଥିଲେ। ପ୍ରଦୀପଙ୍କ ସହ ଲୋକନାଥ କାନ୍ଧରେ ଲାପଟପ ବ୍ୟାଗ୍‌ ପକାଇ ଯାଉଥିଲେ। କିନ୍ତୁ ବ୍ୟାଗ୍‌ ଭିତରେ ଲାପଟପ ତଳେ ଧଳା ରଖି ବ୍ୟବସାୟ କରୁଥିଲେ। ଏସ୍‌ଟିଏଫ୍‌ ଅଧିକାରୀମାନେ ତଦନ୍ତ ସମୟରେ ସେମାନଙ୍କ ଆର୍ଥିକ କାରବାର ଓ ସମ୍ପତ୍ତି ସମ୍ପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଲୋକନାଥ ଜଣେ ବ୍ରାଉନସୁଗାର ଡିଲର ହୋଇଥିବାବେଳେ ସେ ପ୍ରାୟ ସମୟରେ ବାଂଲାଦେଶରୁ ତାହାକୁ ଆଣି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବେପାରୀଙ୍କୁ ଯୋଗାଇଥାନ୍ତି। ଲୋକନାଥଙ୍କ ଆକାଉଣ୍ଟକୁ ଅନ୍ୟ ଦେଶ ଓ ରାଜ୍ୟରୁ ବିପୁଳ ଟଙ୍କା କାରବାର ହୋଇଛି। ଏହାସହ ଲୋକନାଥ ବ୍ରାଉନସୁଗାର ବ୍ୟବସାୟରୁ ରାଜମହଲ ଭଳି ଘର, ଦାମୀ ଗାଡି, ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ କରିଥିବାବେଳେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କରିଥିବା ତଦନ୍ତବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ସେହିଭଳି ପ୍ରଦୀପ ମଧ୍ୟ ଇଞ୍ଜିନିୟରିଂ ପଢ଼ୁଥିଲେ ମଧ୍ୟ ବିପୁଳ ସମ୍ପତ୍ତି କରିଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri