ଧରାପଡ଼ିଲା ଧରମଭାଇ-ଭଉଣୀ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କମିଶନରେଟ ପୋଲିସକୁ ଚକ୍‌ମା ଦେଖାଇ ରାଜଧାନୀରେ ଉତ୍ପାତ କରୁଥିଲେ ଜଣେ ଲେଡି ଲୁଟେରା। ଗ୍ୟାଙ୍ଗ୍‌ ଗଢ଼ି ସହରରେ ଲୁଟ୍‌ପାଟ କରୁଥିଲେ। ଧରମ ଭାଇ-ଭଉଣୀ ଗ୍ୟାଙ୍ଗ୍‌ ନାଁରେ ପରିଚିତ ଏହି ଗ୍ୟାଙ୍ଗ୍‌ ଶେଷରେ ଖଣ୍ଡଗିରି ପୋଲିସ ହାତରେ ଧରାପଡିଛି। ପୋଲିସ ଗ୍ୟାଙ୍ଗ୍‌ର ପ୍ରିୟଙ୍କା ମହାନ୍ତି (୨୪), ରାହୁଲ ମହାନ୍ତି (୧୯) ଓ ନାରାୟଣ ଜେନାଙ୍କ ସହ ଜଣେ ନାବାଳଙ୍କୁ ଧରି ସେମାନଙ୍କଠାରୁ ୨ଟି ଖଣ୍ଡା, ଗୋଟିଏ ଛୁରୀ, ୩ଟି ବାଇକ୍‌, ୮ ମୋବାଇଲ୍‌ ଫୋନ୍‌ ଆଦି ବିଭିନ୍ନ ସାମଗ୍ରୀ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଲେଡି ଲୁଟେରାଙ୍କ ସମେତ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନାନୁସାରେ, ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲା ପୋଲସରା ଥାନା ଅଞ୍ଚଳରେ। ସେମାନେ ଭରତପୁର ତାରିଣୀ ମାର୍କେଟ ପଛପାର୍ଶ୍ୱରେ ଥିବା ପ୍ଲଟ ନଂ.୨୪୧୭ରେ ରହୁଥିଲେ। ଗିରଫ ନାରାୟଣଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୧ ମାମଲା ରହିଛି। ରାହୁଲ ଓ ସମ୍ପୃକ୍ତ ନାବାଳକଙ୍କ ନାମରେ ୩ଟି ଲେଖାଏ ମାମଲା ରହିଛି। ପ୍ରିୟଙ୍କା କେଉଁସବୁ ଅପରାଧରେ ସମ୍ପୃକ୍ତ ଅଛନ୍ତି ତାହା ଖୋଳତାଡ଼ କରୁଛି ପୋଲିସ। ଏହି ଗ୍ୟାଙ୍ଗ ଗତ ୮ ତାରିଖ ଭୋର୍‌ ପ୍ରାୟ ୪ଟା ୨୦ରେ ବରମୁଣ୍ଡାର ସନ୍ତୋଷ କୁମାର ପଣ୍ଡାଙ୍କୁ ଛୁରି ଦେଖାଇ ମନି ପର୍ସ ଓ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ସେହିଦିନ ସକାଳେ ସୌଭାଗ୍ୟନଗର ପୂର୍ଣ୍ଣଚନ୍ଦ୍ର ସାହୁଙ୍କଠାରୁ ମୋବାଇଲ ଓ ମନିପର୍ସ ଲୁଟି ନେଇଥିଲେ। ସେହିପରି କଳିଙ୍ଗ ଷ୍ଟୁଡିଓ ରୋଡ୍‌ରେ ନ୍ତୋଷ ନାୟକଙ୍କଠାରୁ ଲୁଟପାଟ କରିଥିଲେ। ଲୁଟ ସାମଗ୍ରୀକୁ ଭରତପୁରରେ ରହୁଥିବା ପ୍ରିୟଙ୍କାଙ୍କ ଘରେ ଲୁଚାଇ ରଖୁଥିଲେ। ଏହାକୁ ପରେ ପ୍ରିୟଙ୍କା ଚୋରାରେ କମ୍‌ ମୂଲ୍ୟରେ ଲୋକଙ୍କୁ ବିକ୍ରି କରୁଥିଲେ। ମଙ୍ଗଳବାର ରାତିରେ ଏହି ଗ୍ୟାଙ୍ଗର ୩ଜଣ ସଦସ୍ୟ ବାଇକ ନେଇ ଲୁଟ କରିବାକୁ ଯାଉଥିବାବେଳେ ଭରତପୁରରେ ଚେକିଂ କରୁଥିବା ପୋଲିସ ହାତରେ ଧରାପଡିଥିଲେ। ସେମାନଙ୍କୁ ଥାନାକୁ ନିଆଯାଇ ପଚରାଉଚରା ପରେ ଗ୍ୟାଙ୍ଗ୍‌ ସମ୍ପର୍କରେ ପୋଲିସ ସୁରାକ ପାଇଥିଲା। ପରେ ପୋଲିସ ପ୍ରିୟଙ୍କାକୁ ଗିରଫ କରିବା ସହ ତାଙ୍କ ଘରୁ ଚୋରି ସାମଗ୍ରୀ ଆଦି ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?