ଭାଇଚାରା: ପାହାଡ଼ ଚଢ଼ି ଦେବବେଦୀଙ୍କ ମୂର୍ତ୍ତି ମନ୍ଦିରରେ ପହଞ୍ଚାଇଲେ ମୁସଲମାନ…

ନୂଆଦିଲ୍ଲୀ, ୬।୮ : ଜମ୍ମୁ-କଶ୍ମୀରର ଡୋଡାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଲୋକମାନେ ମଧ୍ୟ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଦେବବେଦୀଙ୍କ ମୂର୍ତ୍ତିଗୁଡ଼ିକୁ ପାହାଡ଼ ଚଢ଼ି ମନ୍ଦିରରେ ପହଞ୍ଚାଇବାକୁ ଆଗେଇ ଆସିଥିଲେ। ସୂଚନାନୁସାରେ, ମୁସଲମାନମାନେ ହିନ୍ଦୁ ଧର୍ମର ଲୋକଙ୍କ ସହ ମିଳିମିଶି ପାହାଡ଼ ଚଢ଼ି ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ନେଇଥିଲେ।

ଭଦ୍ରଓ୍ବାହ-ଡୋଡା ରାଜପଥଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରେ ଅବସ୍ଥିତ କୁରସାରୀରେ ଥିବା ଶିବ ମନ୍ଦିର ଅଞ୍ଚଳରେ ଏଭଳି ଭାଇଚାରାର ଉଦାହରଣ ଦେଖିବାକ ମିଳିଛି। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ରାଜସ୍ଥାନରୁ ୫୦୦ କିଲୋଗ୍ରାମରୁ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏବଂ ଗ୍ରାନାଇଟରେ ନିର୍ମିତ ୬ଟି ପ୍ରତିମା କ୍ରୟ କରାଯାଇଥିଲା। ଶିବ ମନ୍ଦିର କମିଟି ଅନୁଯାୟୀ ଏହି ରାସ୍ତା ନ ଥିବାରୁ ମୂର୍ତ୍ତି ପରିବହନ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା।

ଅସୁବିଧାକୁ ଅନୁଭବ କରି କୁରସରୀ ପଞ୍ଚାୟତର ସରପଞ୍ଚ ସାଜିଦ ମୀର କେବଳ ସଡକ ନିର୍ମାଣ ପାଇଁ ୪.୬ ଲକ୍ଷ ଟଙ୍କା ଆବଣ୍ଟନ କରିବା ସହ ତାଙ୍କ ସମ୍ପ୍ରଦାୟର ୧୫୦ ଗ୍ରାମବାସୀଙ୍କୁ ମଧ୍ୟ ସାହାଯ୍ୟ କରିବାକୁ କହିଥିଲେ। ପିଟିଆଇ ସହ କଥାବାର୍ତ୍ତା କରି ମୀର କହିଛନ୍ତି, ଏହା ଆମର ସଂସ୍କୃତି ଏବଂ ଏହା ଆମର ମୂଲ୍ୟବୋଧ ଯାହାର ଆମେ ଉତ୍ତରାଧିକାରୀ ହୋଇଛୁ। ସେଥିପାଇଁ ଯେଉଁମାନେ ଧର୍ମ ଆଧାରରେ ଆମକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କର ଷଡ଼ଯନ୍ତ୍ରର ଆମେ ଶିକାର ହୋଇ ନାହୁଁ। ଆଜି ଆମେ ପୁଣି ଦେଖାଇଛୁ ଯେ ଆମେ ଏକଜୁଟ।

ଚାରି ଦିନ ମଧ୍ୟରେ, ଉଭୟ ସମ୍ପ୍ରଦାୟର ଲୋକମାନେ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ଆଣିବା ପାଇଁ ମେସିନ ଏବଂ ଦଉଡି ବ୍ୟବହାର କରିଥିଲେ। ଅଗଷ୍ଟ ୯ରେ ଏକ ଧାର୍ମିକ ସମାରୋହରେ ମୂର୍ତ୍ତିଗୁଡ଼ିକର ସ୍ଥାପନ କରାଯିବ ବୋଲି ମୀର କହିଛନ୍ତି। ଆମେ ଆମର କାର୍ଯ୍ୟ ପାଇଁ ଉତ୍ସାହିତ। ସେନାର ସ୍ଥାନୀୟ ୟୁନିଟ, ସଡକ ନିର୍ମାଣକାରୀ କମ୍ପାନୀ ଏବଂ ନାଗରିକ ପ୍ରଶାସନ ମଧ୍ୟ ଆଗକୁ ଆସି ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି। ଶିବ ମନ୍ଦିର କମିଟି ମୁସଲିମ ପଡ଼ୋଶୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଏବଂ ଉତ୍ସାହ ପାଇଁ ପ୍ରଶଂସା କରିଛନ୍ତି। ମନ୍ଦିର କମିଟିର ଅଧ୍ୟକ୍ଷ ରବିନ୍ଦର ପରଦୀପ କହିଛନ୍ତି, ଆମ ପଡ଼ୋଶୀମାନଙ୍କ ପ୍ରେମ ଏବଂ ସ୍ନେହ, ଯାହା ଆମକୁ ଶକ୍ତି ଦେଇଥିଲା, ଏହା ଅତ୍ୟନ୍ତ ଉତ୍ସାହଜନକ। ମୂର୍ତ୍ତିଗୁଡ଼ିକର ପରିବହନ ପରିଚାଳନା ପାଇଁ ଆମେ ଗତ ଚାରି ଦିନ ମଧ୍ୟରେ କଠିନ ପରିଶ୍ରମ କରିଥିଲୁ, ଯାହା ଏକ ସମୟରେ ଏକ ଅସମ୍ଭବ କାର୍ଯ୍ୟ ପରି ମନେହୋଇଥିଲା। ମାତ୍ର ଭାଇଚାରା ଦ୍ୱାରା ଏହା ସମ୍ଭବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?