ଭାଇଚାରା: ଆଗ୍ରାର ମୁସଲମାନ ପରିବାର ତିଆରି କରୁଛନ୍ତି ଦଶହରା ଲାଗି ରାବଣ ମୂର୍ତ୍ତି…

ଆଗ୍ରା, ୨୫।୯ : ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଏକ ଉଦାହରଣ ସୃଷ୍ଟି କରୁଛି। ଆଗ୍ରା ରେ, ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୂର୍ତ୍ତିଗୁଡ଼ିକ ମଥୁରାର କୋସି କଳାର ମୁସଲମାନ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଚଳିତ ଥର ଆଗ୍ରା ଦୁର୍ଗ ନିକଟ ରାମଲୀଳା ମୈଦାନରେ ୧୦୦ ଫୁଟର ରାବଣ ମୂର୍ତ୍ତି ତିଆରି ଜାରି ରହିଛି। ଗତ ଏହା ୨୫ ଦିନ ଧରି ୫ କାରିଗର ମୂର୍ତ୍ତି ତିଆରି କରିବାରେ ନିୟୋଜିତ ଅଛନ୍ତି। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଥଙ୍କ ମୂର୍ତ୍ତି ପାଇଁ ୨୦,୦୦୫ ବାଉଁଶ, ଗୋଟିଏ କ୍ୱିଣ୍ଟାଲ କାଗଜ ସହିତ ୫୦ କିଲୋଗ୍ରାମ ସୂତା ଏବଂ ଅନ୍ୟାନ୍ୟ ଜିନିଷ ଲାଗିବ।

ଶ୍ରୀ ରାମଲୀଳା କମିଟିର ଉପାଧ୍ୟକ୍ଷ ଆନନ୍ଦ ମଙ୍ଗଲ କହିଛନ୍ତି ଯେ, ଏଠାରେ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଥାଏ। ଉଭୟ ହିନ୍ଦୁ ଏବଂ ମୁସଲମାନ ଦଶହରାରେ ପାରସ୍ପରିକ ସହଯୋଗରେ ଉତ୍ସବକୁ ପାଳନ କରିଥାନ୍ତି।

ମଥୁରାର କୋସି ନିବାସୀ ଜାଫର ଅଲି କୁହନ୍ତି ଯେ ପୂର୍ବରୁ ଆମର ପିତୃପୁରୁଷମାନେ ରାବଣ ଏବଂ କୁମ୍ଭକର୍ଣ୍ଣଙ୍କର ମୂର୍ତ୍ତି ତିଆରି କରୁଥିଲେ। ବର୍ତ୍ତମାନ ଆମେ କରୁଛୁ । ଆମେ ପ୍ରାୟ ୧୩୫ ବର୍ଷ ଧରି ପିଢ଼ି ପରେ ପିଢ଼ି ଏହା କରୁଛୁ। ବର୍ଷା ଲାଗି ରହିଛି,ତେଣୁ ମୂର୍ତ୍ତି ତିଆରି କରିବାରେ ସମସ୍ୟା ହେଉଛି। ଏପଟେ ଦଶହରା ମଧ୍ୟ ପାଖେଇ ଆସୁଛି। ଶୀଘ୍ର ଆମେ ଅଧିକ କାରିଗର ଯୋଗାଡ଼ କରି ଧାର୍ଯ୍ୟ ଦିନ ପୂର୍ବରୁ କାମ ଶେଷ କରିବୁ। ଆମ ପାଇଁ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମ ସମାନ। ଯେପରି ଆମ ପାଇଁ ଆଲ୍ଲା ଅଛନ୍ତିି, ସେହିପରି ଆମ ପାଇଁ ରାମ ମଧ୍ୟ ଅଛନ୍ତି। କାରଣ, ଏଠାରେ କାମ କରି ଆମେ ରୋଜଗାର ପାଇଥାଉ, ଯେଉଁ କାରଣରୁ ଆମ ଘରର ଚୁଲି ଜଳେ। ତେଣୁ ଏହା ଆମ ପାଇଁ ଭାଇଚାରା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri