Posted inଫୁରସତ

ରୀତିନୀତି ପାଳନ କରିବେ କ’ଣ, ସତସତିକା ନିମ୍ବ ବାଡ଼ିରେ ନୂଆ ଭାଉଜଙ୍କୁ ପିଟିବାକୁ ଲାଗିଲେ ଦିଅର; ପରେ ଘଟିଲା…

ଦେଶର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ରହିଛି। ବେଳେବେଳେ ସେଗୁଡ଼ିକ ବହୁତ ମଜାଦାର ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ବିବାହ ସମାରୋହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରୀତିନୀତି ମୁତାବକ ଭାଉଜଙ୍କୁ ବାଡି ମାରିବା ବଦଳରେ ଦିଅର ସତସତିକା ପିଟୁଥିବା ଦେଖିବାକୁ ମିଳିଛି। ଏହାପରେ ବର ରାଗିଯାଇ ଭାଇଙ୍କୁ ମାଡ ମାରୁଥିବା ଦେଖାଯାଇଛି।

ଭିଡିଓଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନ ଥିଲେ ହେଁ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହୋଇଛି। ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି। କିଛି ଲୋକ ଭିଡିଓ ଦେଖି ହସୁଥିବା ଇମୋଜି ଦେଇଥିବା ବେଳେ କିଛି ନବବଧୂଙ୍କୁ ପିଟିବାର ଏଭଳି ପରମ୍ପରା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ ଭିଡିଓରେ ଦିଅର ଭାଉଜ ପରସ୍ପରକୁ ନିମ୍ବ ଡାଳରେ ପିଟୁଥିବା ଦେଖାଯାଉଛି। ପ୍ରଥମରେ ସବୁକିଛି ସାଧାରଣ ଭଳି ଲାଗୁଥିଲେ ହେଁ କିଛି ସେକେଣ୍ଡ ପରେ ସବୁକିଛି ବଦଳିଯାଉଛି। ଦେଖୁଦେଖୁ ମିଛମିଛକା ନୁହେଁ ବରଂ ସତରେ ଭାଉଜଙ୍କୁ ଦିଅର ଜୋର୍‌ରେ ପିଟିବାରେ ଲାଗୁଛନ୍ତି। ଏହାଦେଖି ସେଠାରେ ଉପସ୍ଥିତ ଅନ୍ୟମାନେ ଚକିତ ହୋଇଯାଉଛନ୍ତି। ଏପରିକି ନବବଧୂ ମଧ୍ୟ କିଛି ବୁଝିପାରୁ ନାହାନ୍ତି। ଠିକ୍‌ ସେତିକି ବେଳେ ବର ସେଠାରେ ପହଞ୍ଚି ଭାଇଙ୍କୁ ପିଟୁଛନ୍ତି। ଏହା ଦେଖିବାକୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗୁଛି। ଶେଷରେ ବରର ମା’ ଘଟଣାସ୍ଥଳରେ ପହଞ୍ଚି ଉଭୟ ପୁଅଙ୍କୁ ବୁଝାସୁଝା କରୁଛନ୍ତି। ଏପରି ଭାବେ ବିବାହର ଉକ୍ତ ରୀତିନୀତି ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଫା କରୁଛି ମାଙ୍କଡ଼: ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସୋସିଆଲ୍‌ ମିଡ଼ିଆରେ ନିର୍ଯାତନା ଭୟ: ଆକାଉଣ୍ଟ୍‌ ବନ୍ଦ କରୁଛନ୍ତି ଝିଅ ବୋହୂ

ଓ୍ବାଶିଂଟନ, ୭।୧୦: ଦେଶରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବି ଝିଅ ବୋହୂମାନେ ନିଜକୁ ସୁରକ୍ଷିତ ମନେ...

ସୃଷ୍ଟିର ଆଦ୍ୟ ଓଁକାର ‘ମା’

ସେ ସୃଷ୍ଟିର ଆଦ୍ୟ ଓଁକାର। ସେ ଜନ୍ମଦାତ୍ରୀ, କରୁଣାମୟୀ, ମମତାର ଅମୃତ ସ୍ବାକ୍ଷର। ସେ ପୁଣି ସୁରକ୍ଷାର ଅଭେଦ୍ୟ ବଳୟ। ପୁଅ ହେଉ କି ଝିଅ...

ରାସ୍ତାରେ ଟି-ଶର୍ଟ ଖୋଲିଦେଲେ ବ୍ୟକ୍ତି ଜାଣନ୍ତୁ କାହିଁକି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ...

ଫୁଲ୍‌ ଫେସ୍‌ ୟୁଭି ସନ୍‌ଗ୍ଲାସ୍‌

ଓଭର୍‌ସାଇଜ୍‌ଡ ସନ୍‌ଗ୍ଲାସ୍‌ ବେଶ୍‌ ଫ୍ୟାଶନେବୁଲ୍‌ ଲାଗେ। ତେବେ ZGHYBD ନାମକ ଏକ ଜାପାନୀ କମ୍ପାନୀ ସନ୍‌ଗ୍ଲାସ୍‌ ଫ୍ୟାଶନରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ଆଉ...

୨୧ ଲକ୍ଷ ଟଙ୍କାର କାର ଏବଂ ୧୧ ଲକ୍ଷ ଯୌତୁକ ନେଲେନି ବର: ଗ୍ରହଣ କଲେ ୧୦୧ ଟଙ୍କା

କୋଟା,୧୦।୨: ବାହାଘରରେ ଜଣେ ବର ତାଙ୍କୁ ଶ୍ୱଶୁର ଘର ପକ୍ଷରୁ ମିଳିଥିବା ୨୧ ଲକ୍ଷ ଟଙ୍କାର ବିଳାସ ପୂର୍ଣ୍ଣ କାର ଏବଂ ୧୧ ଲକ୍ଷ ଟଙ୍କାର...

କୁକୁର ଛୁଆକୁ ସ୍ତନ୍ୟପାନ କରାଉଛି ମାଙ୍କଡ଼, ଭିଡିଓ ଦେଖିଲେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week