Posted inଖେଳ

ଭାରତୀୟ ପୁରୁଷ ଦଳକୁ ବ୍ରୋଞ୍ଜ

ପ୍ୟୋଙ୍ଗଚାଙ୍ଗ,୭ା୯(ପି.ଟି.): ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍‌ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ଦଳ। ବୁଧବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ଦଳ ୦-୩ରେ ଚାଇନିଜ ତାଇପେ ନିକଟରୁ ପରାଜିତ ହୋଇଥିଲା। ଭାରତୀୟ ଭେଟେରାନ୍‌ ଖେଳାଳି ଅଚନ୍ତା ଶରଥ କମଲ ଓ ଗୁଣଶେକରନ ସାଥିୟାଁ ପରାଜିତ ହୋଇଥିବା ବେଳେ ଭାରତର ହାଇଏଷ୍ଟ ସିଡେଡ୍‌ ଖେଳାଳି ହରମିତ୍‌ ଦେଶାଇ ଲଢେଇ କରି ହାରିବା ସହିତ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଥିଲା। ଚାଇନିଜ୍‌ ତାଇପେର ଖେଳାଳିମାନେ ଭାରତୀୟଙ୍କଠାରୁ ଉଚ୍ଚ ର଼୍ୟାଙ୍କ ପ୍ରାପ୍ତ ରହିଥିବା ବେଳେ ସହଜ ବିଜୟ ହାସଲ କରିଥିଲେ।

ଅଭିଜ୍ଞ ଶରଥ କମଲ ପ୍ରଥମ ମ୍ୟାଚରେ ୬-୧୧, ୬-୧୧ ଓ ୯-୧୧ ସେଟ୍‌ରେ ବିଶ୍ୱ ମାନ୍ୟତାର ୨୬ତମ ସ୍ଥାନରେ ଥିବା ଚୁଆଙ୍ଗ ଚି ୟୁଆନ୍‌ଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଜି ସାଥିୟାଁ ନିଜ ମ୍ୟାଚରେ ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଲିନ୍‌ ୟୁନ୍‌ ଜୁଙ୍କ ନିକଟରୁ ପରାଜିତ ହୋଇଥିଲେ। ଭାରତୀୟ ଦଳ ୦-୨ରେ ପଛୁଆ ରହିଥିବା ବେଳେ ବିଶ୍ୱ ମାନ୍ୟତାର ୬୩ ତମ ସ୍ଥାନରେ ଥିବା ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଭାରତୀୟ ହରମିତ୍‌ ଦେଶାଇ ଖେଳିଥିଲେ। ହରମିତ୍‌ ୪ ସେଟ୍‌ ବିଶିଷ୍ଟ ମ୍ୟାଚରେ ବିଶ୍ୱ ମାନ୍ୟତାର ୩୩ ତମ ସ୍ଥାନରେ ଥିବା କାଓ ଚେଙ୍ଗ ଜୁଇଙ୍କଠାରୁ ହାରି ଯାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ କ୍ୱାର୍ଟର ଫାଇନାଲ ମ୍ୟାଚରେ ଜାପାନ ନିକଟରୁ ୦-୩ରେ ପରାଜିତ ହୋଇ ବିଦାୟ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବରଗଡ଼ ପ୍ରିମିୟର ଲିଗ୍‌: ଅତାବିରା ହ୍ବାଇଟ୍‌ ହର୍ସ ଚାମ୍ପିୟନ, ଯୋଦ୍ଧାସକୁ ରନର୍ସ ଅପ୍‌ ଟ୍ରଫି

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ବରଗଡ଼ ଜିଲା ପ୍ରିମିୟର ଲିଗ୍‌ (ବିଡିପିଏଲ) ରବିବାର ଉଦ୍‌ଯାପିତ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri