ବ୍ରୋଞ୍ଜ ସ୍ତମ୍ଭ, ଲେଜର ଟେକ୍ନୋଲୋଜିରେ ନେତାଜୀ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ସ୍ଥାୟୀ ପ୍ରଦର୍ଶନୀ। ୨୬ଟି ବ୍ରୋଞ୍ଜ ସ୍ତମ୍ଭରେ ଲେଜର ଟେକ୍ନୋଲୋଜି ଆଧାରରେ ନେତାଜୀଙ୍କ ବିଭିନ୍ନ ପ୍ରକାର ଫଟୋଚିତ୍ରକୁ ସମନ୍ବିତ କରାଯାଇ ଉପସ୍ଥାପିତ ହୋଇଛି। ଦୂରରୁ ଦେଖିଲେ ଠିକ୍‌ ଭାବେ ବୁଝା ପଡୁ ନ ଥିବା ଏହି ଫଟୋଚିତ୍ରଗୁଡିକ ପାଖରୁ ଦେଖିଲେ ଅଲଗା, ସୁନ୍ଦର ଓ ଆକର୍ଷଣୀୟ ଜଣାପଡୁଛି। ନେଜାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ବର୍ଷ ତଥା ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର ଆଭ୍ୟନ୍ତରୀଣ ଉଦ୍ୟାନରେ ଏହି ପ୍ରଦର୍ଶନୀ ସ୍ଥାନ ପାଇଛି।
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହାକୁ ଉଦ୍‌ଘାଟନ କରି କହିଲେ, ଭାରତର ସ୍ବାଧୀନତା ସଂଗ୍ରାମରେ ନେଜାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅତୁଳନୀୟ। ତାଙ୍କ ସ୍ମୃତିଚାରଣ କରୁଥିବା କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ରେଭେନ୍‌ଶା କଲିଜିଏଟ୍‌ ସ୍କୁଲ ଏବଂ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲ ଛାତ୍ରାବାସ ଭଳି ଦେଶର ପ୍ରତ୍ୟେକ ସ୍ଥାନର ସ୍ବତନ୍ତ୍ରତା ରହିଛି। ରାଜ୍ୟ ସଂଗ୍ରହାଳୟ ଆସୁଥିବା ପର୍ଯ୍ୟଟକ, ଦର୍ଶକ, ଯୁବପିଢି ଓ ଛାତ୍ରୀଛାତ୍ର ଏହି ପ୍ରଦର୍ଶନୀ ଦେଖି ନେତାଜୀଙ୍କ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇବେ। ଆଗାମୀ ଦିନରେ ଜିଲା କଳା ସଂସ୍କୃତି ସଂଘ ସହାୟତାରେ ଗାଁ ଗହଳିର ପିଲାଙ୍କୁ ରାଜ୍ୟ ସଂଗ୍ରହାଳୟରେ ଥିବା ଓଡିଶାର ସମାଜତତ୍ତ୍ୱ , ଦେଶାତ୍ମବୋଧ , ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଦି ଉପରେ ସ୍ଥାନିତ ପ୍ରଦର୍ଶନୀ ଦେଖାଇବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଭାବେ ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଯୋଗଦେଇ ନେତାଜୀଙ୍କ ଜୀବନକୁ ଭାରତ ଇତିହାସର ଗରିମାମୟ ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଅତିଥି ଭାବେ ଇଣ୍ଡିଆନ୍‌ ନ୍ୟାଶନ୍ୟାଲ ଆର୍ମି ପକ୍ଷରୁ ସୂଚୀ ଚକ୍ରବର୍ତ୍ତୀ ଯୋଗଦେଇ ଲେଜର ଟେକ୍ନୋଲୋଜି, ଏଲ୍‌ଇଡି ସ୍କ୍ରିନ୍‌ ଓ ମୋବାଇଲ ଆପ୍‌ ଯୋଗେ ଉପଲବ୍ଧ ତଥ୍ୟ ସବୁ ବର୍ଗର ଜନସାଧାରଣଙ୍କୁ ନେତାଜୀଙ୍କ ସମ୍ପର୍କରେ ଅବଗତ କରାଇବ ବୋଲି କହିଥିଲେ। ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶାଶ୍ୱତୀ ଅନୁଷ୍ଠାନ ତରଫରୁ ନେଜାଜୀଙ୍କ ଉପରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିବାବେଳେ ଉତ୍କଳ ସାହିତ୍ୟ ଓ କଳା ସଂସଦର କଳାକାରମାନେ ସମବେତ ବାଦ୍ୟଯନ୍ତ୍ରରେ ବିଭିନ୍ନ ଦେଶାତ୍ମବୋଧ ସଂଗୀତ ପରିବେଷଣ କରିଥିଲେ। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥି ପରିଚୟ ଓ ସଂଗ୍ରହ ଅଧ୍ୟକ୍ଷ ଡ. ଭାରତୀ ପାଲ୍‌ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri