ବ୍ରୋଞ୍ଜ ସ୍ତମ୍ଭ, ଲେଜର ଟେକ୍ନୋଲୋଜିରେ ନେତାଜୀ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ସ୍ଥାୟୀ ପ୍ରଦର୍ଶନୀ। ୨୬ଟି ବ୍ରୋଞ୍ଜ ସ୍ତମ୍ଭରେ ଲେଜର ଟେକ୍ନୋଲୋଜି ଆଧାରରେ ନେତାଜୀଙ୍କ ବିଭିନ୍ନ ପ୍ରକାର ଫଟୋଚିତ୍ରକୁ ସମନ୍ବିତ କରାଯାଇ ଉପସ୍ଥାପିତ ହୋଇଛି। ଦୂରରୁ ଦେଖିଲେ ଠିକ୍‌ ଭାବେ ବୁଝା ପଡୁ ନ ଥିବା ଏହି ଫଟୋଚିତ୍ରଗୁଡିକ ପାଖରୁ ଦେଖିଲେ ଅଲଗା, ସୁନ୍ଦର ଓ ଆକର୍ଷଣୀୟ ଜଣାପଡୁଛି। ନେଜାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ବର୍ଷ ତଥା ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର ଆଭ୍ୟନ୍ତରୀଣ ଉଦ୍ୟାନରେ ଏହି ପ୍ରଦର୍ଶନୀ ସ୍ଥାନ ପାଇଛି।
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହାକୁ ଉଦ୍‌ଘାଟନ କରି କହିଲେ, ଭାରତର ସ୍ବାଧୀନତା ସଂଗ୍ରାମରେ ନେଜାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅତୁଳନୀୟ। ତାଙ୍କ ସ୍ମୃତିଚାରଣ କରୁଥିବା କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ରେଭେନ୍‌ଶା କଲିଜିଏଟ୍‌ ସ୍କୁଲ ଏବଂ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲ ଛାତ୍ରାବାସ ଭଳି ଦେଶର ପ୍ରତ୍ୟେକ ସ୍ଥାନର ସ୍ବତନ୍ତ୍ରତା ରହିଛି। ରାଜ୍ୟ ସଂଗ୍ରହାଳୟ ଆସୁଥିବା ପର୍ଯ୍ୟଟକ, ଦର୍ଶକ, ଯୁବପିଢି ଓ ଛାତ୍ରୀଛାତ୍ର ଏହି ପ୍ରଦର୍ଶନୀ ଦେଖି ନେତାଜୀଙ୍କ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇବେ। ଆଗାମୀ ଦିନରେ ଜିଲା କଳା ସଂସ୍କୃତି ସଂଘ ସହାୟତାରେ ଗାଁ ଗହଳିର ପିଲାଙ୍କୁ ରାଜ୍ୟ ସଂଗ୍ରହାଳୟରେ ଥିବା ଓଡିଶାର ସମାଜତତ୍ତ୍ୱ , ଦେଶାତ୍ମବୋଧ , ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଦି ଉପରେ ସ୍ଥାନିତ ପ୍ରଦର୍ଶନୀ ଦେଖାଇବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଭାବେ ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଯୋଗଦେଇ ନେତାଜୀଙ୍କ ଜୀବନକୁ ଭାରତ ଇତିହାସର ଗରିମାମୟ ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଅତିଥି ଭାବେ ଇଣ୍ଡିଆନ୍‌ ନ୍ୟାଶନ୍ୟାଲ ଆର୍ମି ପକ୍ଷରୁ ସୂଚୀ ଚକ୍ରବର୍ତ୍ତୀ ଯୋଗଦେଇ ଲେଜର ଟେକ୍ନୋଲୋଜି, ଏଲ୍‌ଇଡି ସ୍କ୍ରିନ୍‌ ଓ ମୋବାଇଲ ଆପ୍‌ ଯୋଗେ ଉପଲବ୍ଧ ତଥ୍ୟ ସବୁ ବର୍ଗର ଜନସାଧାରଣଙ୍କୁ ନେତାଜୀଙ୍କ ସମ୍ପର୍କରେ ଅବଗତ କରାଇବ ବୋଲି କହିଥିଲେ। ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶାଶ୍ୱତୀ ଅନୁଷ୍ଠାନ ତରଫରୁ ନେଜାଜୀଙ୍କ ଉପରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିବାବେଳେ ଉତ୍କଳ ସାହିତ୍ୟ ଓ କଳା ସଂସଦର କଳାକାରମାନେ ସମବେତ ବାଦ୍ୟଯନ୍ତ୍ରରେ ବିଭିନ୍ନ ଦେଶାତ୍ମବୋଧ ସଂଗୀତ ପରିବେଷଣ କରିଥିଲେ। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥି ପରିଚୟ ଓ ସଂଗ୍ରହ ଅଧ୍ୟକ୍ଷ ଡ. ଭାରତୀ ପାଲ୍‌ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?