Posted inଜାତୀୟ

ଶିଶୁ ଆରିହାଙ୍କୁ ଭାରତ ଫେରାଅ

ନୂଆଦିଲ୍ଲୀ, ୪।୬: ବର୍ଲିନ୍‌ର ଏକ ଶିଶୁ କଲ୍ୟାଣ ସଂସ୍ଥା ତତ୍ତ୍ୱାବଧାନରେ ୨୦ ମାସ ହେଲା ରହିଥିବା ଶିଶୁକନ୍ୟା ଆରିହା ଶାହାଙ୍କୁ ତାଙ୍କ ମାଆବାପାଙ୍କ ସହ ମିଶିବା ପାଇଁ ଭାରତ ଫେରାଇ ଦେବାକୁ ୧୯ଟି ରାଜନୈତିକ ଦଳର ୫୯ ଜଣ ଏମ୍‌ପି ଭାରତରେ ଥିବା ଜର୍ମାନ ରାଷ୍ଟ୍ରଦୂତଙ୍କୁ ମିଳିତ ଭାବେ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏଥିପାଇଁ ଯଥାସମ୍ଭବ ପଦକ୍ଷେପ ନେବାକୁ ସେମାନେ ରାଷ୍ଟ୍ରଦୂତ ଫିଲିପ୍‌ ଆକେରକାନ୍‌ଙ୍କୁ କହିଛନ୍ତି। ଶିଶୁର ପ୍ରତ୍ୟାବର୍ତ୍ତନ ଲାଗି ଦଳମତ ନିର୍ବିଶେଷରେ ଭାଜପା, କଂଗ୍ରେସ, ବାମଦଳ, ଟିଏମ୍‌ସି ଆଦି ବିଭିନ୍ନ ଦଳର ଏମ୍‌ପି ଏକାଠି ହେବା ଏକ ବିରଳ ଘଟଣା। ଆରିହାଙ୍କୁ ନିଜ ଦେଶ ଭାରତକୁ ଫେରାଇ ଆଣିବା ଜରୁରୀ। ସେ ନିଜର ଦେଶ, ଲୋକ, ସଂସ୍କୃତି ଓ ପରିବେଶକୁ ଫେରିବା ଆବଶ୍ୟକ। ଏଥିରେ ବିଳମ୍ବ ଶିଶୁଟି ପାଇଁ ଅପୂରଣୀୟ କ୍ଷତି ହେବ। ଶୁକ୍ରବାର ଭାରତ ସରକାର ମଧ୍ୟ ଶିଶୁକନ୍ୟାକୁ ଫେରାଇଦେବା ଲାଗି ଜର୍ମାନୀକୁ କହିଛନ୍ତି। ଜଣେ ଭାରତୀୟ ଭାବେ ଏହାର ତାଙ୍କର ଅବିଚ୍ଛେଦ୍ୟ ଅଧିକାର ବୋଲି ସରକାର କହିଛନ୍ତି। ଆରିହା ମାତ୍ର ୭ ମାସର ହୋଇଥିବାବେଳେ ମାଆବାପା ତାଙ୍କୁ ହଇରାଣ କରୁଥିବା ଅଭିଯୋଗକ୍ରମେ ବର୍ଲିନ୍‌ର ଶିଶୁ କଲ୍ୟାଣ ସଂସ୍ଥା ତାଙ୍କୁ ହେପାଜତକୁ ନେଇଥିଲା।
ଜର୍ମାନୀ ରାଷ୍ଟ୍ରଦୂତଙ୍କୁ ଦିଆଯାଇଥିବା ପତ୍ରରେ ସ୍ବାକ୍ଷର କରିଥିବା ଏମ୍‌ପିଙ୍କ ମଧ୍ୟରେ ଲୋକ ସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଶଶୀ ଥରୁର, ଭାଜପା ଏମ୍‌ପି ହେମା ମାଳିନୀ, ମାନେକା ଗାନ୍ଧୀ, ଡିଏମ୍‌କେର କାନିମୋଝି, ଏନ୍‌ସିପିର ସୁପ୍ରିୟା ସୁଲେ, ଟିଏମ୍‌ସିର ମହୁଆ ମୈତ୍ର, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଆର୍‌ଜେଡିର ମନୋଜ ଝା, ଏଏପିର ସଞ୍ଜୟ ସିଂ, ସିପିଏମ୍‌ର ଏଲମାରାନ କରିମ ଏବଂ ଜନ୍‌ ବ୍ରିଟ୍ଟାସ୍‌, ଅକାଳି ଦଳର ହର୍‌ସିମ୍ରତ୍‌ କୌର ବାଦଲ, ବିଏସ୍‌ପିର କୁନଓ୍ବାର ଡାନିଶ ଅଲି, ଶିବସେନା(ୟୁବିଟି)ର ପ୍ରିୟଙ୍କା ଚତୁର୍ବେଦୀ, ସିପିଆଇର ବିନୟ ବିଶ୍ୱମ୍‌ ଏବଂ ନ୍ୟାଶନାଲ କନ୍‌ଫରେନ୍ସର ଫାରୁକ୍‌ ଅବଦୁଲ୍ଲା ଅଛନ୍ତି।
ଆରିହାର ମାଆବାପା ଗୁଜରାଟର ଧାରା ଓ ଭବେଶ ଶାହା ୨୦୧୮ରେ ଜର୍ମାନୀ ଯାଇଥିଲେ। ସେମାନେ ୨୧ ମାସ ହେଲା ନିଜ ଝିଅକୁ ଫେରିପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଆରିହା ଦୁର୍ଘଟଣାଜନିତ କାରଣରୁ ଆହତ ହେବା ପରେ ମାଆବାପା ତାଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ଶିଶୁକୁ ଯୌନ ନିର୍ଯାତନା ଦିଆଯାଇଥିବା ଏବଂ ମାତାପିତା ଅବହେଳା କରିଥିବା ଜର୍ମାନ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ୨୦୨୧ ସେପ୍ଟେମ୍ବର ୨୩ରୁ ଶିଶୁକନ୍ୟାକୁ ଜୁଗେଣ୍ଡାମ୍ଟ ହେପାଜତରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri