ପୋଲ ଥାଇ ବି ବାଉଁଶ ଚାର ଭରସା

ବନ୍ତ,୨୫।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ମହିଷଗୋଠ ପଞ୍ଚାୟତର ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ଲୋକଙ୍କ କାମରେ ଆସୁନି। ଅବଧି ସରିବା ପରେ ବହୁ ବିଳମ୍ବରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଉଭୟ ପାର୍ଶ୍ୱରେ କିଛି ଲୋକଙ୍କ ବ୍ୟକ୍ତିଗତ ଜମି ଥିବାରୁ ଆପ୍ରୋଚ ରୋଡ୍‌ ନିର୍ମାଣ ପାଇଁ ପ୍ରଶାସନ ଓ ଜମି ମାଲିକଙ୍କ ମଧ୍ୟରେ ଏକାଧିକ ବାର ଆଲୋଚନା ସତ୍ତ୍ୱେ ଏପର୍ଯ୍ୟନ୍ତ ସମାଧାନ ହୋଇପାରୁ ନାହିଁ। ଗତ ଜୁନ୍‌ରେ ଜାଗା ଚିହ୍ନଟ ହୋଇଥିଲେ ବି ଅଧିକ ପ୍ରାପ୍ୟ ପାଇବା ଆଶାରେ ଜମି ମାଲିକମାନେ ଜାଗା ଛାଡ଼ିବାକୁ ରାଜି ହେଉନାହାନ୍ତି। ଫଳରେ ନଦୀ ପାର ହେବା ପାଇଁ ଅସ୍ଥାୟୀ ବାଉଁଶ ଚାରକୁ ଲୋକେ ଭରସା କରିଛନ୍ତି।
ପ୍ରକାଶ ଯେ, ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଆଗରପଡ଼ା ବଜାରକୁ ଆସିବା ପାଇଁ ସାଳନ୍ଦୀ ନଦୀ ବାଧକ ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି କ୍ରମେ ଏମ୍‌ପି ଓ ବିଧାୟକଙ୍କ ସହଯୋଗରେ ଏଠାରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିଲା। ପୋଲ ନିର୍ମାଣ ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୨୦୧୬ ଫେବୃଆରୀ ୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ଅକ୍ଟୋବର ୩ରେ ଶେଷ ହେବାର ଥିଲା। କିନ୍ତୁ ଅବଧି ଶେଷ ହେବା ପରେ ବିଳମ୍ବରେ ତଥା ୨୦୨୦ ଜୁନ୍‌ ବେଳକୁ କାମ ସରିଥିଲା। ଏହି ପୋଲ ନିର୍ମାଣ ହେଲେ ଶ୍ରୀରାମପୁର, ଗୋପୀନାଥପୁର, ଟିକିରା ଆଦି ଗ୍ରାମର ୮ ହଜାର ଲୋକେ ଉପକୃତ ହେବେ ବୋଲି ଫଳକରେ ଉଲ୍ଲେଖ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହୋଇପାରି ନ ଥିବାରୁ ନଦୀରେ ଭରା ପାଣି ସମୟରେ ଛାତ୍ରୀଛାତ୍ର ବହୁ କଷ୍ଟରେ ସ୍କୁଲ, କଲେଜକୁ ଆସୁଥିବା ବେଳେ ବଜାରରେ ଦୋକାନ କରିଥିବା ବ୍ୟବସାୟୀ ଓ ସାଧାରଣ ଲୋକେ ବାଉଁଶ ଚାରରେ ନଦୀ ପାର ହୋଇ ଆଗରପଡ଼ା ବଜାରକୁ ଆସୁଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ଟିକିରା ଗ୍ରାମକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ୍‌ ନିର୍ମାଣ ପାଇଁ ଜମି ମାଲିକମାନେ ଆବଶ୍ୟକ କାଗଜପତ୍ର ଜମା ଆରମ୍ଭ କରିଛନ୍ତି। ଆଉ ସପ୍ତାହେ ମଧ୍ୟରେ ଜମି ଅଧିଗ୍ରହଣ ହୋଇଯିବ। କିନ୍ତୁ ଶ୍ରୀରାମପୁର ଗ୍ରାମକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ୍‌ ଲାଗି ଜମି ମାଲିକମାନେ ଅଧିକ ମୂଲ୍ୟ ଦାବି କରୁଥିବାରୁ ଅଧିଗ୍ରହଣ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri