Posted inଖେଳ

‘ବ୍ରିଜ୍‌’ ଗୌରବ କଳ୍ପନା ଓ ବିଦ୍ୟା

ଇଟାଲୀରେ ଅନୁଷ୍ଠିତ ବିଶ୍ୱ ଯୁବ ବ୍ରିଜ୍‌ ଟ୍ରାନ୍ସନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିଥିଲେ ମଧ୍ୟପ୍ରଦେଶର ଦୁଇ କଲେଜ ଛାତ୍ରୀ। ସେମାନେ ହେଲେ କଳ୍ପନା ଗୁର୍ଜର ଓ ବିଦ୍ୟା ପଟେଲ। କଳ୍ପନା ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ଜିତିଥିବାବେଳେ ଡବଲ୍ସରେ କଳ୍ପନା ଓ ବିଦ୍ୟାଙ୍କ ଯୋଡ଼ି ରୌପ୍ୟ ପଦକ ହାସଲ କରିଥିଲା।

ଗତବର୍ଷ ଅଗଷ୍ଟରେ ଇଟାଲୀର ସାଲ୍‌ସୋମାଗିଓରଠାରେ ବିଶ୍ୱ ଯୁବ ବ୍ରିଜ୍‌ ଟ୍ରାନ୍ସନ୍ୟାଶନାଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା। ତାସ୍‌ ଖେଳର ଏହି ରୋମାଞ୍ଚକର ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିଥିଲେ ମଧ୍ୟପ୍ରଦେଶର ଦୁଇ କଲେଜ ଛାତ୍ରୀ। ସେମାନେ ହେଲେ କଳ୍ପନା ଗୁର୍ଜର ଓ ବିଦ୍ୟା ପଟେଲ। ଏଥିରେ କଳ୍ପନା ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ଜିତିଥିବାବେଳେ ଡବଲ୍ସରେ କଳ୍ପନା ଓ ବିଦ୍ୟାଙ୍କ ଯୋଡ଼ି ରୌପ୍ୟ ପଦକ ହାସଲ କରିଥିଲା। ମଧ୍ୟପ୍ରଦେଶର ଇନ୍ଦୋର ସହରଠାରୁ ୧୫୦ କି.ମି ଦୂର ରାଇବିଦ୍‌ପୁରା ଗ୍ରାମର ଏହି ଦୁଇ ଛାତ୍ରୀ। ଦୁହେଁ ଅହମଦାବାଦ୍‌ରେ କଲେଜରେ ଅଧ୍ୟୟନ କରୁଛନ୍ତି। ୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଅଛନ୍ତି ପ୍ରାୟ ୩ ଶହ ଜଣ ବ୍ରିଜ୍‌ ଖେଳାଳି। ଉତ୍ତର ଭାରତ ସମେତ ବିଭିନ୍ନ ରାଜ୍ୟରେ ହେଉଥିବା ଟୁର୍ନାମେଣ୍ଟଗୁଡ଼ିକରେ ଏମାନେ ଭାଗନେଇଥାନ୍ତି। ତେବେ ଜିମ୍‌ଖାନା କ୍ଲବ୍‌ ସହ ଜଡ଼ିତ ବ୍ରିଜ୍‌ କିପରି ରାଇବିଦ୍‌ପୁରା ଆସିଲା ତାହାର ଏକ ସଂକ୍ଷିପ୍ତ ଇତିହାସ ରହିଛି।
୧୯୬୫ ମସିହାରେ ଗ୍ରାମବାସୀ ପ୍ରଥମେ ତାସ୍‌ ଖେଳର ଚମକ ପାଇଥିଲେ। ସେତେବେଳେ ମହମ୍ମଦ ଜିଆ ଖାଁ ନାମରେ ଜଣେ ସରକାରୀ ପ୍ରାଣୀ ଚିକିତ୍ସକ ରାଇବିଦ୍‌ପୁରାରେ କାର୍ଯ୍ୟରତ ଥିଲେ। ମାତ୍ର ତାଙ୍କ ମନୋରଞ୍ଜନ ପାଇଁ ଗାଁରେ କିଛି ମାଧ୍ୟମ ନ ଥିଲା। ସେ ଜଣେ ବ୍ରିଜ୍‌ ଖେଳାଳି ଥିଲେ। ଏଣୁ ସେ ନିଜେ ବ୍ରିଜ୍‌ ଖେଳିବା ସହ ଗାଁ ଲୋକଙ୍କୁ ଶିଖାଇଲେ। ପ୍ରାରମ୍ଭରେ ଗାଁର ମଧ୍ୟବୟସ୍କ ଲୋକମାନେ ବ୍ର୍ରିଜ୍‌ ଖେଳୁଥିଲେ। ମାତ୍ର ଏହା ସାର୍ବଜନୀନ ହେବାକୁ ବେଶି ଡେରି ଲାଗି ନ ଥିଲା। ୨୦୦୩ ମସିହା ବେଳକୁ ରାଇବିଦ୍‌ପୁରାରେ ବ୍ରିଜ୍‌ ତାସ୍‌ ଖେଳ ପ୍ରସାର ହୋଇଯାଇଥିଲା। ଗ୍ରାମର ନିଜସ୍ବ ଦଳ ମଧ୍ୟ ଗଠନ ହୋଇସାରିଥିଲା। ଉକ୍ତ ବର୍ଷ ଇନ୍ଦୋର ସହରକୁ ଯାଇଥିଲା ସେହି ଦଳ। ଚାଷୀମାନଙ୍କୁ ନେଇ ଗଠିତ ଦଳର ବ୍ରିଜ୍‌ ଖେଳ ପ୍ରଶଂସନୀୟ ହୋଇଥିଲା। ଅତୀତରେ ରାଇବିଦ୍‌ପୁରାରେ କୃଷକ ଓ ସରକାରୀ ଶିକ୍ଷକ ସଂଖ୍ୟା ଅଧିକ ଥିଲା। ଗାଁର ଯୁବପିଢ଼ି ଏବେ ସଫ୍ଟୱେର ଓ ମେଡିସିନ୍‌ ବ୍ୟବସାୟ ଆଡ଼କୁ ଢଳୁଛନ୍ତି। ସମ୍ପ୍ରତି ଗାଁରେ ତାସ୍‌ ଖେଳର ବାତାବରଣ ବଢ଼ିଛି। କଳ୍ପନା ଓ ବିଦ୍ୟା ଯେଉଁ କ୍ଲବ୍‌ରେ ଅଭ୍ୟାସ କରୁଛନ୍ତି ସେ ଗୃହକୁ ମାର୍ଜିତ କରାଯାଇଛି। ଗାଁରେ ତାସ୍‌ ଖେଳର ମୂଳଦୁଆ ପକାଇଥିବା ଲୋକମାନଙ୍କୁ ସ୍ମରଣ କରାଯାଉଛି। ସେମାନଙ୍କ ମଧ୍ୟରେ ଜଣେ ଅମରେଶ ଦେଶ୍‌ପାଣ୍ଡେ। ୨୦୧୨ରେ ‘ବ୍ରିଜ୍‌ ଭିଲେଜ୍‌’ ଶୀର୍ଷକ ଏକ ଗଣମାଧ୍ୟମ ରିପୋର୍ଟ ତାଙ୍କ ନଜରକୁ ଆସିଥିଲା। ଏହା ପଢ଼ିଲା ପରେ ରାଇବିଦ୍‌ପୁରା ପ୍ରତି ଅମରେଶ ଆଗ୍ରହୀ ହୋଇପଡ଼ିଲେ। ସେ ୧୦ ଦିନ ଧରି ଏହି ଗାଁରେ ରହି ଗ୍ରାମବାସୀଙ୍କର ତାସ୍‌ ଆକର୍ଷଣ ଅନୁଧ୍ୟାନ କରିଥିଲେ। ଅମରେଶ ଏବେ ବ୍ରିଜ୍‌ର ପ୍ରସାର ଲାଭ ଦିଗରେ କାମ କରୁଛନ୍ତି। ବ୍ରିଜ୍‌ର ଏକ କ୍ଷୁଦ୍ର ଅବଧି ପ୍ରସ୍ତୁତ କରି ତାକୁ ବିଦ୍ୟାଳୟ ଶିକ୍ଷାରେ ସାମିଲ କରାଇବା ଲାଗି ଅମରେଶ ଲକ୍ଷ୍ୟ ରଖିଛନ୍ତି। ତାଙ୍କରି ଉଦ୍ୟମ ଫଳରେ ଗାଁରେ ଏକ ବ୍ରିଜ୍‌ କ୍ଲବ୍‌ କାର୍ଯ୍ୟ କରୁଛି।
ଓ ବିଦ୍ୟା ଗାଁର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗୀମାନଙ୍କ ଭିତରେ ଥିଲେ। ୨୦୧୨ ମସିହାରୁ ଦୁହେଁ ବ୍ରିଜ୍‌ ଖେଳରେ ଜଡ଼ିତ ଅଛନ୍ତି। ବିଭିନ୍ନ ସ୍ଥାନକୁ ବୁଲିଯିବା ସହ ଟୁର୍ନାମେଣ୍ଟ ଖେଳିବା ହେଉଛି ସେମାନଙ୍କର ନିଶା। ରାଇବିଦ୍‌ପୁରାରେ ବର୍ଷରେ ଏକାଧିକ ବ୍ରିଜ୍‌ ଟୁର୍ନାମେଣ୍ଟ ଆୟୋଜନ ହୋଇଆସୁଛି। ରାଇବିଦ୍‌ପୁରା ତାସ୍‌ ଖେଳ ପରମ୍ପରାର ଏକ ପ୍ରମୁଖ ଦିଗ ହେଉଛି ଚଟାଣରେ ବସି ତାସ୍‌ ଖେଳ। ଗାଁର ଦେବଦାସ ବର୍ମା ଜଣେ ତାସ୍‌ ପ୍ରଶିକ୍ଷକ। ସେ ଗାଁର କେତେଜଣଙ୍କୁ ତାସ୍‌ ଶିକ୍ଷା ଦେବାପରେ ଅନ୍ୟମାନେ ଅନୁସରଣ କରିଥିଲେ। ଗାଁ କ୍ଲବ୍‌ଗୁଡ଼ିକରେ ଲୋକମାନେ ତାସ୍‌ ଖେଳୁଥିଲା ବେଳେ ଭ୍ରାତୃତ୍ୱଭାବ ବଜାୟ ରଖିବା ଏକ ପରମ୍ପରା। ଏଠାରେ ଉଲ୍ଲେଖନୀୟ ଯେ, ସହର ବ୍ରିଜ୍‌ କ୍ଲବ୍‌ଗୁଡ଼ିକରେ ତାସ୍‌ ଖେଳ ବେଳେ ଯୁକ୍ତିତର୍କ ଏକ ସାଧାରଣ କଥା। ଅତୀତରେ ତାସ୍‌ ଖେଳରେ ତିକ୍ତତାକୁ ନେଇ ସ୍ବାମୀ, ସ୍ତ୍ରୀ ଛାଡ଼ପତ୍ର ଘଟଣା ଦେଖାଯାଇଛି। ୧୯୪୦ ଦଶକରେ ଆମେରିକାର କନସାସ୍‌ ପ୍ରଦେଶରେ ତାସ୍‌ ଖେଳ ବେଳେ ସ୍ତ୍ରୀ କ୍ରୋଧାନ୍ବିତ ହୋଇ ନିଜ ସ୍ବାମୀକୁ ଗୁଳିକରି ହତ୍ୟା କରିଥିଲେ।

ବ୍ରିଜ୍‌ ସମ୍ପର୍କରେ…
ବ୍ରିଜ୍‌ ଏକ କୌଶଳଗତ ତାସ୍‌ ଖେଳ। ଏହା ମନୋରଞ୍ଜନଧର୍ମୀ ଏବଂ ମନଲୋଭା। ମାଗଣ, ୨୯, ୪୨୦ ପରି ସାଧାରଣ ତାସ୍‌ ଖେଳ ନୁହେଁ। ବ୍ରିଜ୍‌ ବାୈଦ୍ଧିକସ୍ତରର ଖେଳ ହୋଇଥିବାରୁ ବରିଷ୍ଠ ଲୋକମାନେ ଖେଳିବାକୁ ପସନ୍ଦ କରନ୍ତି। ବୁଦ୍ଧି ପ୍ରୟୋଗରେ କ୍ଷିପ୍ରତା ଆଣିବାରେ ଏହି ଖେଳ ସହାୟକ ହୋଇଥାଏ। ତାସ୍‌ ଖେଳରେ ସାଧାରଣ ଜ୍ଞାନ ରଖିଥିବା ବ୍ୟକ୍ତି ବ୍ରିଜ୍‌ ଖେଳିବାକୁ ସକ୍ଷମ । ମାତ୍ର ସିଦ୍ଧହସ୍ତ ହାସଲ କରିବା ସହଜ ନୁହେଁ। ଏହି ଆହ୍ବାନ ଯୋଗୁ ବ୍ରିଜ୍‌ ପ୍ରତି ଜନାଗ୍ରହ ବଢ଼ିପାରଛି। ବ୍ରିଜ୍‌ର ଚ୍ୟାଲେଞ୍ଜିଂ ଦିଗ ଏହାକୁ ‘ଗେମ୍‌ ଅଫ୍‌ ଏ ଲାଇଫ୍‌ଟାଇମ’ ଖ୍ୟାତି ଆଣିଦେଇଛି। ୫୨ଟି କାର୍ଡ। ଦୁଇଜଣ ଲେଖା ଯୋଡ଼ିଦାର ହୋଇ ଖେଳନ୍ତି। ଖେଳର ଆଭିମୁଖ୍ୟ ‘ଟ୍ରିକ୍‌’ ହାସଲ। ହୋମ୍‌ ବ୍ରିଜ୍‌ ଖେଳ ମଧ୍ୟରେ ରବର ବ୍ରିଜ୍‌ ଅନ୍ୟତମ। ରବର ବ୍ରିଜ୍‌ ଜନପ୍ରିୟ। ଭାରତରେ ବ୍ରିଜ୍‌ ବେଶ୍‌ ପୁରୁଣା।

ରମେଶ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?