ବନ୍ୟାରେ ଭାସିଗଲା ବ୍ରିଜ୍‌, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ

ବେଜିଂ, ୨୦ା୭: ଚାଇନାର ଶାନକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ରାଜପଥର ବ୍ରିଜ ଆଂଶିକ ଭୁଶୁଡି ପଡିବାରୁ ପାଖିପାଖି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ବ୍ରିଜ୍‌ଟି ଭୁଶୁଡ଼ିବା ସମୟରେ ଏହାର ଉପର ଦେଇ ଲୋକେ ଯାତାୟତ କରୁଥିଲେ । ଫଳରେ ସେହି ସମୟରେ ଲୋକେ ଜାଣିନପାରିବାରୁ ସେମନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିଛି । ଏଥିରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚାଇନା ଅଧିକାରୀମାନେ ଶନିବାର ଏନେଇ ସୂଚନା ଦେଇଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ ପ୍ରାଦେଶିକ ସୂଚନା ବିଭାଗ କହିଛି ଯେ ପ୍ରବଳ ବର୍ଷା ଓ ବନ୍ୟା ହେତୁ ଶେଙ୍ଗଲୁ ସହରର ଜାଶୁଇ କାଉଣ୍ଟିରେ ଅବସ୍ଥିତ ବ୍ରିଜ ଶୁକ୍ରବାର ସାରେ ଭୁଶୁଡି ପଡିଛି ।

ମିଳିଥିବା ସୂଚନା ମୁତାବକ ଆଜି ସକାଳ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବାବେଳେ ବ୍ରିଜ ଭୁଶୁଡ଼ିବା ପରେ ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେତୁ ଭୁଶୁଡ଼ିବା ହେତୁ କିଛି ଗାଡି ବ୍ରିଜ ତଳେ ଥିବା ଜିନକିଆନ ନଦୀରେ ଖସିପଡିଥିଲା। ଖବର ଅନୁଯାୟୀ, ଉଦ୍ଧାରକାରୀ ଦଳ ନଦୀରେ ପଡ଼ିଥିବା ପାଞ୍ଚଟି ଗାଡି ଉଦ୍ଧାର କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

କଟ୍‌ନି ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର

ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri