Posted inଫୁରସତ

ଅନ୍‌ଲାଇନ୍‌ରେ ବିବାହ ଡ୍ରେସ୍‌ ଅର୍ଡର କରିଥିଲେ ଯୁବତୀ, ପ୍ୟାକେଟ୍‌ ଦେଖି ପାଦତଳୁ ଖସିଗଲା ମାଟି

ଆଜିର ସମୟରେ ଲୋକମାନେ ଅନ୍‌ଲାଇନ୍‌ ଶପିଂକୁ ଅଧିକ ପସନ୍ଦ କରୁଛନ୍ତି। ଏମିତିରେ କରୋନା ଯୋଗୁ ଲୋକମାନେ ଭିଡ଼ରେ ଶପିଂ କରିବା ପରିବର୍ତ୍ତେ ଘରେ ବସି ଶପିଂ କରିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ଆଶା କରୁଥିବା ସାମଗ୍ରୀଠାରୁ ବେଶ୍‌ ଭଲ ପାଇଥାନ୍ତି। ମାତ୍ର ବେଳେବେଳେ ଅନ୍‌ଲାଇନ୍‌ରେ ଠକାମୀରେ ପଡ଼ିଥାନ୍ତି। ସେମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଅନ୍‌ଲାଇନ୍‌ରେ ବିବାହ ପାଇଁ ଡ୍ରେସ୍‌ କିଣି ଅଡୁଆରେ ପଡ଼ିଛନ୍ତି ଏହି ଯୁବତୀ ଜଣକ।

ଲିଲି ନାମକ ଏହି ଯୁବତୀ ଅନ୍‌ଲାଇନ୍‌ରେ ଲୋକଙ୍କ ସହ ଏହି ଘଟଣା ଶେୟାର କରିଛନ୍ତି। ଲିଲି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ସେ ଅନ୍‌ଲାଇନ୍‌ରେ ତାଙ୍କ ବିବାହ ଡ୍ରେସ୍‌ ସର୍ଚ୍ଚ କରିଥିଲେ। ଅନେକ ଓ୍ବେବ୍‌ସାଇଟ ସର୍ଚ୍ଚ କରିବା ପରେ, ଶେଷରେ ସେ ଏକ ଡ୍ରେସ୍‌ ଦେଖିଥିଲେ। ଯାହାକି ଲିଲିଙ୍କର ବହୁତ ପସନ୍ଦ ଆସିଥିଲା। ସେ ଅନ୍‌ଲାଇନ୍‌ରେ ଡ୍ରେସ୍‌ଟିକୁ ଅର୍ଡର କରିଥିଲେ। ମାତ୍ର ପରେ ଯେତେବେଳେ ଡ୍ରେସ୍‌ ଆସିଲା ଏହା ଦେଖି ତାଙ୍କ ପାଦତଳୁ ମାଟି ଖସିଗଲା।

ଲିଲି ଏହି ଡ୍ରେସ୍‌କୁ ସୋଡ଼ା କ୍ଲବ ଓ୍ବେବ୍‌ସାଇଟରୁ ଅର୍ଡର କରିଥିଲେ। ଡ୍ରେସ୍‌ଟି କଳା ରଙ୍ଗ ସହ ଫ୍ଲୋରାଲ ଥିଲା। ତଳେ ଲେସ୍‌ ଲାଗିଥିଲା। ପୋଷାକ ଦେଖି ଲିଲି ନିଜକୁ ସେହି ବିବାହ ଗାଉନ ସ୍ବପ୍ନର ଗାଉନ୍‌ ଭାବି ନେଇଥିଲେ। ସଙ୍ଗେ ସଙ୍ଗେ ଏହାକୁ ଅର୍ଡର କରିଥିଲେ। ଏହି ପୋଷାକ ଡେଲିଭର ହେବାକୁ ପ୍ରାୟ ତିନିମାସ ସମୟ ଲାଗିଲା। କିନ୍ତୁ ଯେତେବେଳେ ଲିଲି ସେହି ଡ୍ରେସ୍‌ ପ୍ୟାକେଟ୍‌ ଖୋଲି ଯାଞ୍ଚ କରିଥିଲେ ସେତେବେଳେ ତାଙ୍କର ସମସ୍ତ ସ୍ବପ୍ନ ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା। ଲିଲି ଯେଉଁ ଡ୍ରେସ୍‌ ପସନ୍ଦ କରିଥିଲେ ଡ୍ରେସ୍‌ଟି ସେପରି ନ ଥିଲା।

ଲିଲି ଏହାକୁ ପିନ୍ଧିବା ପରେ ଦୁଃଖିତ ହୋଇଥିଲେ। ସେ ଭାବିଥିଲେ  ଅର୍ଡର ଫେରାଇବେ କିନ୍ତୁ ଯେତେବେଳେ ସେ ଫେରାଇବା ପାଇଁ ସାଇଟ୍‌ ଖୋଲିଲେ ସେହି ସାଇଟ୍‌ ଡିଲିଟ୍‌ ହୋଇଯାଇଥିଲା।

ଏହା ପରେ ଲିଲି ତାଙ୍କ ସହ ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କ ସହ ଶେୟାର କରିଥିଲେ। ସେ ଅନ୍ୟ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ଏହି ସାଇଟ୍‌ କେବେ ଦେଖନ୍ତି, ତେବେ ସେମାନେ ଭୁଲ୍‌ରେ ମଧ୍ୟ ଏହାର ଜାଲରେ ପଡ଼ିବା ଉଚିତ୍‌ ନୁହେଁ। ଲିଲିଙ୍କ ଏହି ପୋଷ୍ଟ ପରେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ମୁଁ ଏମିତି ଏକ ଡ୍ରେସ୍‌ ମଗାଇବାକୁ ଚାହୁଁଥିଲି। ସେହିପରି ଅନେକ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri