ବଧୂ ହତ୍ୟା ମାମଲା: ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡ

ଆସିକା,୪।୩: ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଜୟପୁର ଗ୍ରାମରେ ଘଟିଥିବା ଯୌତୁକଜନିତ ବଧୂହତ୍ୟା ମାମଲାର ବିଚାର କରି ବୁଧବାର ଆସିକା ଅତିରିକ୍ତ ଦୌରାଜଜ ରାଜଲକ୍ଷ୍ମୀ ପଟ୍ଟନାୟକ ଅଭିଯୁକ୍ତ ଶାଶୁ ସୁବାସିନୀ ଭଞ୍ଜଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୬ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଏହା ଅନାଦେୟ ୨ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି। ୨୦୧୧ ଫେବୃୟାରୀ ୨୭ରେ ବଧୂ ବୈଜୟନ୍ତୀଙ୍କ ଶାଶୁଘରେ ମୃତ୍ୟୁ ଘଟିଥିଲା। ଅଧିକ ଯୌତୁକ ପାଇଁ ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ ବୋଲି ବୈଜୟନ୍ତୀଙ୍କ ଭାଇ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏକାଦଶୀ ଗ୍ରାମର ବୁଲୁ ମହାନ୍ତି ଆସିକା ଥାନାରେ ଅଭିଯୋଗ କରିଥିଲେ ା ଏ ନେଇ ଏକ ମାମଲା (ନଂ. ୪୩/୧୧)ରୁଜୁ ହୋଇଥିଲା ା ପୋଲିସ ବୈଜୟନ୍ତୀଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଥିଲା ା ସେମାନେ ଅଦାଲତରେ ହାଜର ହେଉ ନ ଥିବା ନେଇ ଅଦାଲତ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ପୋଲିସ ଗତ ଫେବୃୟାରୀ ୪ ତାରିଖରେ ଅଭିଯୁକ୍ତ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ଅଭିଯୋଗର ବିଚାର ପରେ ଦଣ୍ଡବିଧାନ ହୋଇଛି। ଅଭିଯୁକ୍ତ ଶ୍ୱଶୁର ଓ ସ୍ବାମୀ ଏବେ ବି ଫେରାର୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନବିଭାଗର ଚଢ଼ାଉ: କାଠ ବୋଝେଇ ମିନିଟ୍ରକ୍‌ ଜବତ

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବନବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢ଼ାଉ କରାଯାଇ ଯୋଡ଼ା ବ୍ଲକ ରୁଗୁଡି ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମିନିଟ୍ରକ୍‌ ଜବତ...

ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ : ଯାତାୟାତ ବାଧାପ୍ରାପ୍ତ

ବଡ଼ବିଲ,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମକୁ ଯାଇଥିବା ରାସ୍ତାରେ ଏକ କମ୍ପାନୀର ପରିବହନ କାର୍ଯ୍ୟ ଯୋଗୁ ଶୁକ୍ରବାର ରାତିରୁ ଶନିବାର ଅପରାହ୍ନ...

କଂଗ୍ରେସର ମୋବାଇଲ ଫୋନ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ସମୟରେ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ କଂଗ୍ରେସ ଲୋକଲୋଚନକୁ ଆଣି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲା। ମାସ୍କ, ପିପିଇ, ସାନିଟାଇଜର,...

ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ନାମଲେଖା ଫି’ ଫେରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରୁ ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ନାମଲେଖା ଫି’ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କେତେକ ଉଚ୍ଚ ମାଧ୍ୟମିକ ସ୍କୁଲ...

ଗାଧୋଇବା ବେଳେ ବୁଡ଼ିଗଲେ, ଜଣେ ମୃତ

ଛେଣ୍ଡିପଦା, ୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ଦୋଳବନ୍ଧ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତକ...

ଆଜି ରାଜ୍ୟରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୁଣ୍ଡବ୍ୟଥାର କାରଣ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୯୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ...

ବରୁଣା ସରପଞ୍ଚ ଅଯୋଗ୍ୟ ଘୋଷିତ

ଆଳି, ୧୧।୧୨ (ଡି.ଏନ୍‌.ଏ.):ରାଜକନିକା ବ୍ଲକ ଅଧୀନ ବରୁଣା ପଞ୍ଚାୟତ ସରପଞ୍ଚ ଉତ୍ତମ ସେନାପତିଙ୍କୁ ପଦବୀ ହରାଇବାକୁ ପଡିଛି। ୩ ସନ୍ତାନ ଥିବାରୁ ଆଳି ପ୍ରଥମ ଶ୍ରେଣୀ...

Advertisement


Archives

Model This Week