Posted inଫୁରସତ

ବରଣମାଳା ପକାଇବା ପୂର୍ବରୁ ବରଙ୍କୁ ଏମିତି ପ୍ରଶ୍ନ କଲେ କନ୍ୟା: ଭାଙ୍ଗିଗଲା ବିବାହ

ବିବାହ ଭାଙ୍ଗିବାର ଅନେକ କାରଣ ଥାଏ। କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ଅନ୍ୟ କିଛି ଘଟଣା ପାଇଁ ବିବାହ ଭାଙ୍ଗିଯାଏ। କିନ୍ତୁ ଉତ୍ତରପ୍ରଦେଶ ଏକ ନିଆରା କାରଣ ପାଇଁ ବିବାହ ଭାଙ୍ଗିଯାଇଛି। ଏଠାରେ ଏକ ବିବାହ ବେଳେ ବର ଏବଂ କନ୍ୟା ମଞ୍ଚ ଉପରେ ଥିଲେ। ଏହି ସମୟରେ କନ୍ୟା ବରକୁ ଏକ ପ୍ରଶ୍ନ ପଚାରିଥିଲେ। ସେ ଉତ୍ତର ନ ଦେଇପାରିବାରୁ ବିବାହ ଭାଙ୍ଗି ଯାଇଥିଲା। ଏହି ସମଗ୍ର ଘଟଣା ଉତ୍ତରପ୍ରଦେଶର ମହୋବା ଜିଲାରେ ଘଟିଛି। ଖରେଲା ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ପାନୱାଡି ଥାନା ଅଞ୍ଚଳ ଥିବା ଏକ ଗ୍ରାମରେ ହେବାର ଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ସହ ବର ମଧ୍ୟ କନ୍ୟା ଘରେ ପହଞ୍ଚିଥିଲେ। ଏହାପରେ ବରଣମାଳା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ ବରଙ୍କ ଅଜବ ପ୍ରକାର ବ୍ୟବହାର ଦେଖି ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟା ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। କନ୍ୟା କହିଥିଲେ, ଯଦି ତୁେaମ ମୋର ଏହି ପ୍ରଶ୍ନର ଉତ୍ତର ନ ଦେବ ତେବେ ମୁଁ ତୁମକୁ ବିବାହ କରିବି ନାହିଁି। କନ୍ୟା ଜଣଙ୍କ ବରଙ୍କୁ ପଣିକିଆ ବୋଲିବାକୁ କହିଥିଲେ। ତାଙ୍କଠାରୁ ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇ ଏତେତେଣେ ନଜର ପକାଇଥିଲେ ବର। କିନ୍ତୁ କନ୍ୟାଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ ସେ। ଫଳରେ କନ୍ୟା ବିବାହ ଭାଙ୍ଗି ଦେଇଥିଲେ। ଏହାପରେ ପରେ ତାଙ୍କୁ ପରିବାର ଲୋକେ ବୁଝାଇଥିଲେ ମଧ୍ୟ ସେ ବୁଝି ନ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ବୁଝାଇଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ଆଲୋଚନା କରି ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ସମ୍ପୃକ୍ତ ଯୁବତୀଙ୍କୁ ବିବାହ ପୂର୍ବରୁ ପୁଅ ଅଧିକ ପାଠ ପଢିଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri