ବ୍ରାଇଡାଲ୍‌ ଆଉଟଫିଟ୍‌

ବାହାଘର ସିଜନ୍‌ରେ ୟୁନିକ ଦେଖାଯିବାକୁ କିଏ ନ ଚାହେଁ। ହଳଦୀ ବିଧି, ସଙ୍ଗୀତ, ମେହେନ୍ଦୀଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଟ୍ରେଣ୍ଡି ଆଉ ୟୁନିକ ଦେଖାଯିବାକୁ ଚାହୁଁଥିଲେ ଏହିପରି ଷ୍ଟାଇଲିସ୍‌ ଲୁକ୍‌ରେ ସଜେଇ ହୁଅନ୍ତୁ…

ହଳଦୀ ବିଧି ସମୟରେ ଅଧିକାଂଶ ହଳଦିଆ ଲୁଗା ପିନ୍ଧିଥାନ୍ତି। ତେବେ ନୂଆ ଲୁକ୍‌ରେ ଦେଖାଯିବାକୁ ଏହି ସମୟରେ ସିଫନ୍‌ ଶାଢ଼ି କିମ୍ବା ଅଲଗା ଫ୍ୟାବ୍ରିକର ହାଲୁକା ରଙ୍ଗର ଲାଇଟ୍‌ ଶାଢ଼ି ପିନ୍ଧିପାରିବେ। ଏହାଛଡ଼ା ଚୁନରି ପ୍ରିଣ୍ଟ କିମ୍ବା ଫ୍ଲୋରାଲ୍‌ ପ୍ରିଣ୍ଟର ଶାଢ଼ି ଏହି ଦିନରେ ଗର୍ଜିୟସ ଲୁକ୍‌ ଦେବ। ଆପଣ ୟୁନିକ ଦେଖାଯିବା ସହ ସୁନ୍ଦର ଲାଗିବେ।
ମେହେନ୍ଦୀ କାର୍ଯ୍ୟକ୍ରମରେ ଷ୍ଟାଇଲିସ ଦେଖାଯିବା ପାଇଁ ପେପଲମ ବ୍ଲାଉଜ କିମ୍ବା କ୍ରପ୍‌ ଟପ୍‌ ସହ ପ୍ଲାଜୋ ପିନ୍ଧି ପାରିବେ। ଏଥେନିକ ଲୁକ ଦେବା ପାଇଁ ସ୍ଲିଭ୍‌ଲେସ୍‌ କୁର୍ତ୍ତା ସହ ସରାରା ମଧ୍ୟ ଟିମଅପ୍‌ କରିପାରିବେ। ମେହେନ୍ଦୀରେ ଟ୍ରାଡିଶନାଲ ଗେଟଅପ୍‌ ସହ ଆପଣ ଟ୍ରେଣ୍ଡି ଦେଖାଯିବେ। ଗ୍ରୀନ, ବ୍ଲୁ କିମ୍ବା ଡାର୍କ କଲର୍‌ର ଡ୍ରେସ୍‌ ମେହେନ୍ଦୀରେ ପିନ୍ଧନ୍ତୁ।
ବିବାହ ପୂର୍ବରୁ ସଙ୍ଗୀତ ଉତ୍ସବରେ ଆପଣ ହେଭି ଅନାରକଲୀ ସୁଟ, ହାଲ୍‌କା ପ୍ରିଣ୍ଟ ବା ଏମ୍ରୋଡରି ଥିବା ଲେହେଙ୍ଗା ପିନ୍ଧିପାରିବେ। ଆପଣ ବେବି ପିଙ୍କ, ମଲ୍ଟି କଲର କିମ୍ବା ବ୍ଲୁ କଲରର ଲେହେଙ୍ଗା ପିନ୍ଧନ୍ତୁ, ବେଶ୍‌ ସୁନ୍ଦର ଲାଗିବ। ବାହାଘରର ସବୁ ଫଙ୍କସନରେ ଆପଣ ହେଭି ମେକଅପ କରିଲେ ଭଲ ଲାଗିବ ମାତ୍ର ସଙ୍ଗୀତରେ ହାଲ୍‌କା ମେକଅପ ସହ ଅନାରକଲୀରେ ଆପଣ ଷ୍ଟାଇଲିସ୍‌ ଦେଖାଯିବେ।
ବାହାଘର ଦିନ ଅଧିକାଂଶ ଲେହେଙ୍ଗା କିମ୍ବା ହେଭି ଶାଢ଼ି ପିନ୍ଧିଥାନ୍ତି। ମହିଳାମାନେ ସାଧାରଣତଃ ଏହି ଦିନ ଲାଲ୍‌ କିମ୍ବା ମେରୁନ୍‌ ରଙ୍ଗର ଶାଢ଼ି ବା ଲେହେଙ୍ଗା ହିଁ ପିନ୍ଧନ୍ତି । ମାତ୍ର ଆପଣ ୟୁନିକ ଦେଖାଯିବାକୁ ଚାହୁଁଥିଲେ ଅଲଗା କଲର ବାଛନ୍ତୁ। ରାଜସ୍ଥାନୀ, ମହାରାଷ୍ଟ୍ର, ପଞ୍ଜାବୀ ଷ୍ଟାଇଲର ଲୁକ୍‌ରେ ବ୍ରାଇଡାଲ ମେକଅପ୍‌ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri