ବ୍ରାଇଡାଲ୍‌ ଆଉଟଫିଟ୍‌

ବାହାଘର ସିଜନ୍‌ରେ ୟୁନିକ ଦେଖାଯିବାକୁ କିଏ ନ ଚାହେଁ। ହଳଦୀ ବିଧି, ସଙ୍ଗୀତ, ମେହେନ୍ଦୀଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଟ୍ରେଣ୍ଡି ଆଉ ୟୁନିକ ଦେଖାଯିବାକୁ ଚାହୁଁଥିଲେ ଏହିପରି ଷ୍ଟାଇଲିସ୍‌ ଲୁକ୍‌ରେ ସଜେଇ ହୁଅନ୍ତୁ…

ହଳଦୀ ବିଧି ସମୟରେ ଅଧିକାଂଶ ହଳଦିଆ ଲୁଗା ପିନ୍ଧିଥାନ୍ତି। ତେବେ ନୂଆ ଲୁକ୍‌ରେ ଦେଖାଯିବାକୁ ଏହି ସମୟରେ ସିଫନ୍‌ ଶାଢ଼ି କିମ୍ବା ଅଲଗା ଫ୍ୟାବ୍ରିକର ହାଲୁକା ରଙ୍ଗର ଲାଇଟ୍‌ ଶାଢ଼ି ପିନ୍ଧିପାରିବେ। ଏହାଛଡ଼ା ଚୁନରି ପ୍ରିଣ୍ଟ କିମ୍ବା ଫ୍ଲୋରାଲ୍‌ ପ୍ରିଣ୍ଟର ଶାଢ଼ି ଏହି ଦିନରେ ଗର୍ଜିୟସ ଲୁକ୍‌ ଦେବ। ଆପଣ ୟୁନିକ ଦେଖାଯିବା ସହ ସୁନ୍ଦର ଲାଗିବେ।
ମେହେନ୍ଦୀ କାର୍ଯ୍ୟକ୍ରମରେ ଷ୍ଟାଇଲିସ ଦେଖାଯିବା ପାଇଁ ପେପଲମ ବ୍ଲାଉଜ କିମ୍ବା କ୍ରପ୍‌ ଟପ୍‌ ସହ ପ୍ଲାଜୋ ପିନ୍ଧି ପାରିବେ। ଏଥେନିକ ଲୁକ ଦେବା ପାଇଁ ସ୍ଲିଭ୍‌ଲେସ୍‌ କୁର୍ତ୍ତା ସହ ସରାରା ମଧ୍ୟ ଟିମଅପ୍‌ କରିପାରିବେ। ମେହେନ୍ଦୀରେ ଟ୍ରାଡିଶନାଲ ଗେଟଅପ୍‌ ସହ ଆପଣ ଟ୍ରେଣ୍ଡି ଦେଖାଯିବେ। ଗ୍ରୀନ, ବ୍ଲୁ କିମ୍ବା ଡାର୍କ କଲର୍‌ର ଡ୍ରେସ୍‌ ମେହେନ୍ଦୀରେ ପିନ୍ଧନ୍ତୁ।
ବିବାହ ପୂର୍ବରୁ ସଙ୍ଗୀତ ଉତ୍ସବରେ ଆପଣ ହେଭି ଅନାରକଲୀ ସୁଟ, ହାଲ୍‌କା ପ୍ରିଣ୍ଟ ବା ଏମ୍ରୋଡରି ଥିବା ଲେହେଙ୍ଗା ପିନ୍ଧିପାରିବେ। ଆପଣ ବେବି ପିଙ୍କ, ମଲ୍ଟି କଲର କିମ୍ବା ବ୍ଲୁ କଲରର ଲେହେଙ୍ଗା ପିନ୍ଧନ୍ତୁ, ବେଶ୍‌ ସୁନ୍ଦର ଲାଗିବ। ବାହାଘରର ସବୁ ଫଙ୍କସନରେ ଆପଣ ହେଭି ମେକଅପ କରିଲେ ଭଲ ଲାଗିବ ମାତ୍ର ସଙ୍ଗୀତରେ ହାଲ୍‌କା ମେକଅପ ସହ ଅନାରକଲୀରେ ଆପଣ ଷ୍ଟାଇଲିସ୍‌ ଦେଖାଯିବେ।
ବାହାଘର ଦିନ ଅଧିକାଂଶ ଲେହେଙ୍ଗା କିମ୍ବା ହେଭି ଶାଢ଼ି ପିନ୍ଧିଥାନ୍ତି। ମହିଳାମାନେ ସାଧାରଣତଃ ଏହି ଦିନ ଲାଲ୍‌ କିମ୍ବା ମେରୁନ୍‌ ରଙ୍ଗର ଶାଢ଼ି ବା ଲେହେଙ୍ଗା ହିଁ ପିନ୍ଧନ୍ତି । ମାତ୍ର ଆପଣ ୟୁନିକ ଦେଖାଯିବାକୁ ଚାହୁଁଥିଲେ ଅଲଗା କଲର ବାଛନ୍ତୁ। ରାଜସ୍ଥାନୀ, ମହାରାଷ୍ଟ୍ର, ପଞ୍ଜାବୀ ଷ୍ଟାଇଲର ଲୁକ୍‌ରେ ବ୍ରାଇଡାଲ ମେକଅପ୍‌ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ ନିୟନ୍ତ୍ରଣ କରେ ଗ୍ରୀନ୍‌ କଫି

ବର୍ତ୍ତମାନ ସମୟରେ ମେଦବହୁଳତା ବ୍ୟକ୍ତିତ୍ୱ ବିଗାଡ଼ିବା ସହ ଶରୀରରେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ସୃଷ୍ଟି କରିବାରେ ଲାଗିଛି। ଅଧିକାଂଶ ଲୋକ ମୋଟାପଣ ଦୂର କରିବାକୁ...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ଆଜିକାଲି ନିଜକୁ ଫିଟ୍‌ ରଖିବା ଲାଗି ଅନେକେ ଜିମ୍‌ ଯିବା ସହ ଘରେ ବି ବିଭିନ୍ନ ଜିମ୍‌ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍‌ ମନିଟରିଂ...

ଏପରି ଲକ୍ଷଣ ଜଣାଇଦିଏ ହାର୍ଟ ଆଟାକ୍‌ର ପୂର୍ବ ସୂଚନା…

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେ ସମ୍ପର୍କରେ ଜାଣନ୍ତୁ… -ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିଂରେ ବାଧା ଯୋଗୁ ଏହା ହୋଇଥାଏ। -ବାରମ୍ବାର...

ତ୍ୱଚାର ଘରୋଇ ଯତ୍ନ

ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ଚାହୁଁଥିଲେ ଆପଣଙ୍କ ଘରେ ଦୈନନ୍ଦିନ ବ୍ୟବହୃତ କେତେକ ସାମଗ୍ରୀରେ ହିଁ ଲୁଚି ରହିଛି ଏହାର ରହସ୍ୟ। ଜାଣିରଖନ୍ତୁ ଘରୋଇ ଉପାୟରେ...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା...

ଗୃହିଣୀ ଓ ସ୍ବାସ୍ଥ୍ୟ

ଗୃହିଣୀଟିଏ ହେଉଛି ପରିବାରର ମୂଳଦୁଆ। ଯିଏ ସାରା ପରିବାରର ସମସ୍ତ ସଦସ୍ୟମାନଙ୍କୁ ସ୍ନେହ ଓ ମମତାର ଏକ ରେଶମୀ ସୂତାରେ ଏକତ୍ର କରି ରଖିବାର କ୍ଷମତା...

ବୟସ୍କଙ୍କ ଲାଗି ଚିନ୍ତାର କାରଣ ପାଲଟେ ଏସବୁ ସମସ୍ୟା

ମନୁଷ୍ୟ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡ଼େ। କାରଣ...

ପାଖରେ ଟଙ୍କା ରହୁନାହିଁ? ଜାଣନ୍ତୁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି,...

Advertisement
Archives

Model This Week