ମିଳେଇଯାଉଛି ଇଟା, ପିଲରରେ ଦିଶୁଛି ଛଡ଼

ଫୁଲବାଣୀ,୮ା୧୦(ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀ ଷ୍ଟାଡିୟମ ସମ୍ମୁଖରେ ରହିଛି ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍‌ଡବ୍ଲୁୃସି)ର କାର୍ଯ୍ୟାଳୟ। କିଛିଦିନ ହେବ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କାମ ଏତେ ନିମ୍ନମାନର ହେଉଛି ଯେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବାକୁ ଯାଉଛି। ପାଚେରୀ କାମରେ ଲାଗିଥିବା ଇଟା ମିଳେଇ ଯାଉଛି। ଯେଉଁ ପିଲର (କଲମ) ତିଆରି ହୋଇଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ପିଲରରେ ଛଡ଼ ଦେଖାଯାଉଛି। କୌଣସି ଅଧିକାରୀ ଅବା ଯନ୍ତ୍ରୀ କାମ ଦେଖିବାକୁ ଆସୁନାହାନ୍ତି। ଏହି ପଣ୍ୟାଗାର ନିଗମ କାର୍ଯ୍ୟାଳୟ ପାଚେରୀ ନ ଥିବାରୁ ଅନେକ ସମୟରେ ଅସାମାଜିକ ବ୍ୟକ୍ତି ସେଠାରେ ଆଡ୍ଡା ଜମାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପାଚେରୀ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲା। ଏହି କାମ କରିବା ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣାର ଜଣେ ଠିକାଦାର ଟେଣ୍ଡର ପାଇଛନ୍ତି। ପ୍ରାୟ ୨଼ ମାସ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାମର ତଦାରଖ ଦାୟିତ୍ୱରେ ଫୁଲବାଣୀରେ କେହି ଅଧିକାରୀ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଛନ୍ତି। ବିଭାଗୀୟ ଯନ୍ତ୍ରୀ ଥରେ ଆସି ଆଉଟଲେଟ ଦେବା ପରେ ଆଉ ଦେଖାନାହାନ୍ତି। ଠିକାଦାର ବି ଏଠାରେ ରହୁ ନ ଥିବାରୁ ନିୟୋଜିତ ଶ୍ରମିକମାନେ ନିଜ ଇଚ୍ଛାରେ କାମ କରୁଛନ୍ତି। କାର୍ଯ୍ୟାଳୟର ଉପର ପାର୍ଶ୍ୱରେ ପାହାଡ ରହିଛି। ବର୍ଷାଜଳ ଅଧିକ ପରିମାଣରେ ହେଲେ ଏହି ପିଲର ଏବଂ ପାଚେରୀ ଭୁଶୁଡିଯିବା ସମ୍ଭାବନା ରହିଛି। ତେଣୁ କାର୍ଯ୍ୟ ଠିକ ଭାବରେ କରାଯିବାକୁ ସାମାଜିକ କର୍ମୀ ଗିରିଶ ପଟ୍ଟନାୟକ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ ଫୁଲବାଣୀରେ ରାଜ୍ୟ ପଣ୍ୟାଗାର ନିଗମ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା। ସେତେବେଳର ନିଗମ ଅଧ୍ୟକ୍ଷ ତଥା ଟିଟିଲାଗଡ ବିଧାୟକ ଯୋଗେନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ନିଗମ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଘରଭଡା ଦେଉଥିଲା। ପ୍ରଥମେ ଜିଲା ଯୋଗାଣ ବିଭାଗ ଏହାର ସମସ୍ତ ଗୃହକୁ ଭଡାରେ ନେଇଥିଲା। ୨୦୨୧ରେ ଏଠାରେ ଚାଉଳ ଘୋଟାଲା ହୋଇଥିଲାା ସେତବେଳେ ଦାୟିତ୍ୱରେ ଥିବା ପଣ୍ୟାଗାର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଲମ୍ବିତ ହୋଇଥିଲେ। ସେବେଠାରୁ ଏହାର ଗୋଦାମଗୃହ ଖାଲି ପଡିଥିଲାା କିଛି ଦିନ ପରେ ଟିଡିସିିସି (ଆଦିବାସୀ ଉନ୍ନୟନ ସମବାୟ ନିଗମ/ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ) ଏଠାରେ ଥିବା ୩ଟି ଗୋଦାମରୁ ଗୋଟିଏ ନେଇଛି। ସେଠାରେ ଏବେ ମାଣ୍ଡିଆ ମହଜୁଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri