ଇଟାଭାଟି ଧୂଆଁ : ବୟସ୍କ, ରୋଗୀଙ୍କ ପାଇଁ କାଳ

ପଟ୍ଟାମୁଣ୍ଡାଇ,୨୨ା୧୨ (କଳ୍ପତରୁ ନାୟକ): ବାୟୁ ପ୍ରଦୂଷଣ ହ୍ରାସ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟରେ ମାଟି ତିଆରି ଇଟାର ବ୍ୟବହାର ଉପରେ ୨୦୧୯ରୁ ସରକାରୀସ୍ତରରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ମାଟି ଇଟା ତିଆରି କରୁଥିବା ଭାଟିକୁ ବାରଣ କରାଯାଇଛି। ଏହାକୁ ଅବମାନନା କରି ବେଖାତିର ଭାବେ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ମାଟି ଇଟାଭାଟିଗୁଡ଼ିକ ଗଢ଼ି ଉଠିଥିବା ଦେଖିବାକୁ ମିଳିଛି। ଏହି ବେଆଇନ ଇଟାଭାଟି ଧୂଆଁ ବୟସ୍କ ଓ ରୋଗୀଙ୍କ ପାଇଁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ପହଞ୍ଚାଉଛି। ଇଟା ଭାଟି ସ୍ଥାନୀୟ ପରିବେଶ ନଷ୍ଟ କରୁଥିବା ବଳେ ଫ୍ଲାଏ ଆଶ୍‌ ଇଟା ନିର୍ମାଣକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ବୁଦ୍ଧିଜୀବୀ ଅନନ୍ତ ଦାଶ, ଲକ୍ଷ୍ମୀଧର ବାରିକ, ହିମାଂଶୁ ବିଶ୍ୱାଳ, ପ୍ରତାପ ପାଢୀ, ନରେନ୍ଦ୍ର ଧଳ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସଂଖ୍ୟାକୁ ତାଳ ଦେଇ ଗୃହ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଦୈନିକ ପ୍ରାୟ ହଜାର ହଜାର ଇଟା ଆବଶ୍ୟକ ପଡୁଛି। ଫ୍ଲାଏ ଆଶ୍‌ ଇଟା ବ୍ୟବହାର କମ୍‌ ହେଉଥିବାରୁ ତାହାର ଫାଇଦା ନେଇ ବେଆଇନ ମାଟିଇଟା ପ୍ରସ୍ତୁତକାରୀ ମାତିଛନ୍ତି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏକାଧିକ ବେଆଇନ ଇଟା ଭାଟି ଚାଲୁଥିବା ବେଳେ ପ୍ରତିଦିନ ହଜାର ହାଜର ଇଟା ପୋଡ଼ାଯାଇ ବିକ୍ରି କରାଯାଉଛି। ପୌରାଞ୍ଚଳ ମାଟିଆ ଓ ତାତନା ଗ୍ରାମର ପୋତା ଗୋବରୀ ନଦୀ ପାର୍ଶ୍ୱରେ ଥିବା ସରକାରୀ ସ୍ଥାନକୁ ବେଆଇନ ଭାବେ ନିଜ ଅକ୍ତିିଆରକୁ ନେଇ ଇଟା ପ୍ରସ୍ତୁତ କରାଯାଉଛି। ସେହିପରି ଭାବେ କଷଣଅଣ୍ଟା, ତନୁପୁର, ଅଳଭା, ଷଣ୍ଢପଲ୍ଲୀ ପ୍ରଭୃତି ଗ୍ରାମରେ ମଧ୍ୟ ବେଆଇନ ଭାବେ ମାଟିଇଟା ପୋଡ଼ା ଯାଉଛି। ସେହିପରି ଗ୍ରାମାଞ୍ଚଳ ବାଲିପାଟଣା, ବଳଭଦ୍ରପୁର, ବଡପଡ଼ା, ଶାସନ, ଅରଡ଼ପଲ୍ଲୀ, ପେଣ୍ଠପାଳ, ନୀଳକଣ୍ଠପୁର, ଶ୍ରୀରାମପୁର, ଡାମରପୁର, ଅଳପୁଆ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ବେଆଇନ ଇଟାଭାଟିଗୁଡ଼ିକ ରହିଛି। ଏହି ଇଟା ତିଆରି କରିବା ପାଇଁ ବ୍ରାହ୍ମଣୀ ନଦୀ କୂଳରୁ ପଟୁ ଓ ବାଲିମାଟି ବେଆଇନ ଭାବେ ବହୁଳ ଚାଲାଣ କରାଯାଉଛି। ଏହି ପଟୁ ମାଟିକୁ କାଦୁଅ କରି ଇଟା ଭାଟିରେ ଧାନ ଚୋପା ବା ଚଷୁ ସାହାଯ୍ୟରେ ପୋଡ଼ିବା ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହେବା ସହ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଏହି ଧୂଆଁ ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସ ରୋଗୀ ଏହି ଧୂଆଁରେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ସ୍ଥାନୀୟ ପ୍ରଶାସନ ଏ ବାବଦରେ ଚୁପ ରହୁଛନ୍ତି। ବେଆଇନ ଇଟା କାରବାର କରି ଭାଟି ମାଲିକ ମାଲାମାଲ ହେଉଥିବା ବେଳେ ତହସିଲ ରାଜସ୍ବ ହରାଉଛନ୍ତି ସରକାର। ଦୀର୍ଘବର୍ଷ ଧରି ଅଞ୍ଚଳରେ ବେଆଇନ ଇଟା ପୋଡ଼ା ଚାଲିଥିବା ବେଳେ ଏଥିପ୍ରତି ପ୍ରଶାସନର ନଜର ନ ପଡ଼ିବା ପରିପତାର ବିଷୟ ବୋଲି ସେମାନେ କହିଛନ୍ତି। ପରିବେଶପ୍ରେମୀ ବିଭୂତି ମହାପାତ୍ର କହିଛନ୍ତି, ପରିବେଶ ସୁରକ୍ଷା ପାଇଁ ମାଟି ତିଆରି ଇଟାର ବ୍ୟବହାର ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ସରକାର କଟକଣା ଜାରି କରିଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି। ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଚାଲୁଥିବା ବେଆଇନ ଇଟାଭାଟିଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ଏହାକୁ ବନ୍ଦ କରିବା ନିମନ୍ତେ ପରିବେଶପ୍ରେମୀ ଓ ଜନସାଧାରଣ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ହେଲେ ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ଇଟା ଭାଟିକୁ ବନ୍ଦ କରିବା ପରିବର୍ତ୍ତେ କେବଳ ନୋଟିସ୍‌ ଓ ଜରିମାନାରେ ସୀମିତ ରହିଛି। ରାଜସ୍ବ ବିଭାଗର ଏପରି ବେଆଇନ ଇଟା ଭାଟି ମାଲିକ ପୋଷଣ ନୀତିକୁ ବନ୍ଦ କରି ସମସ୍ତ ନିର୍ମାଣ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି। ଏ ବାଦରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଆର୍‌ଆଇମାନଙ୍କୁ ଇଟାଭାଟି ହୋଇଥିବା ଜାଗାରେ ଚଢାଉ ଓ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?