କାର୍‌ ସିକ୍ରେଟ ଚାମ୍ବରରେ ରୁପା ଇଟା

କଟକ ଅଫିସ,୨୩ା୯: ଗଞ୍ଜେଇ ଧରିବାକୁ ଯାଇ ଧରିଲେ ୧ କୁଇଣ୍ଟାଲ ରୁପା ଇଟା। ତା’ ସାଙ୍ଗକୁ ୧୧.୯୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏକ କାର୍‌ର ସିକ୍ରେଟ୍‌ ଚାମ୍ବରରୁ ବିପୁଳ ପରିମାଣର ରୁପା ଇଟା ଧରିବା ପରେ ଅବକାରୀ ବିଭାଗ ମାମଲାକୁ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି। ଗୁରୁବାର ସକାଳ ପ୍ରାୟ ୯ଟାରେ କଟକ-ଟାଙ୍ଗୀ ଟୋଲ୍‌ ଗେଟ୍‌ ନିକଟରୁ ଏତେ ପରିମାଣର ରୁପା ଇଟା ଜବତ ହୋଇଥିବାରୁ ଟିକସ ଫାଙ୍କି ସନ୍ଦେହ କରାଯାଇ ତଦନ୍ତ ଚାଲୁରହିଥିବା ଜଣାଯାଇଛି।
ପ୍ରକାଶ ଯେ, କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ କଟକ ଜିଲା ଟାଙ୍ଗୀ ଟୋଲ୍‌ ଗେଟ୍‌ ନିକଟରେ ଚଢ଼ାଉ କରିଥିଲେ। ଡିଏସ୍‌ପି ପ୍ରତାପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ କାର (ଡବ୍ଲ୍ୟୁବି୫୦-ଆର-୫୮୭୬)କୁ ତନଖି କରିବା ପରେ ସେଥିରେ ବହୁ ରୁପା ଇଟା, ଅଳଙ୍କାର ଓ ଟଙ୍କା ଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଏତେ ପରିମାଣର ରୁପା, ଅଳଙ୍କାର ଏବଂ ଟଙ୍କା ବିଷୟରେ ଯେମିତି କେହି ଜାଣି ନ ପାରିବେ, ସେଥିପାଇଁ ସେଗୁଡ଼ିକୁ ପଛ ସିଟ୍‌ ତଳେ ସିକ୍ରେଟ ଚାମ୍ବର କରାଯାଇ ନିଆଯାଉଥିଲା। ଅବକାରୀ ବିଭାଗ ଉକ୍ତ କାର୍‌ ସହ ସମସ୍ତ ସାମଗ୍ରୀ ଓ ଟଙ୍କାକୁ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆଣିଥିଲା। ଅବକାରୀ ବିଭାଗ ସମ୍ପର୍କିତ କୌଣସି ଚୋରା ସାମଗ୍ରୀ କାର୍‌ରୁ ମିଳି ନ ଥିବାରୁ ଏନେଇ ଜିଏସ୍‌ଟି ବିଭାଗକୁ ଜଣାଇବାକୁ ନିଷ୍ପତ୍ତି ହୋଇଥିଲା। ଜିଏସ୍‌ଟି ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚତ୍ବା ପରେ ତାଙ୍କୁ ଜବତ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା। ଜିଏସ୍‌ଟି ବିଭାଗ ପକ୍ଷରୁ ଇଟାଗୁଡ଼ିକୁ ଓଜନ କରାଯିବା ସହ ମୋଟ ୪୭ ଖଣ୍ଡ ଛୋଟ, ବଡ଼ ଇଟା ଓ ୧୯ଟି ରୁପା ଅଳଙ୍କାର ପ୍ୟାକେଟ ରହିଥିବା ଜଣାପଡ଼ିଥିଲା।
କାର୍‌ ଚାଳକଙ୍କ ସୂଚନା ଅନୁସାରେ ରୁପା ଇଟାଗୁଡ଼ିକ ଆସ୍କାରୁ ଖଡ଼ଗପୁର ଅଭିମୁଖେ ନିଆଯାଉଥିଲା। ଏଗୁଡ଼ିକର ମାଲିକ ହେଉଛନ୍ତି ଖଡ଼ଗପୁର ଦାମୋଦରପୁର ଅମିତ ମାଝି। ସେ ଆସ୍କାର ବାବୁ ଭାଇଙ୍କଠାରୁ ଏଗୁଡ଼ିକୁ କିଣି ବିକ୍ରି ଉଦ୍ଦେଶ୍ୟରେ ନେଉଥିଲେ। କେବଳ ଚାଳକ ହିସାବରେ ଦିନକୁ ୧ହଜାର ଟଙ୍କା ପାରିଶ୍ରମିକ ମିଳେ ବୋଲି ଚାଳକ ଜଣକ ପଚରାଉଚୁରାବେଳେ ଉତ୍ତର ରଖିଥିବା ଜଣାଯାଇଛି। ତେବେ ଯାଞ୍ଚ ବେଳେ ଚାଳକ ଜଣକ କୌଣସି କାଗଜପତ୍ର ଦେଖାଇ ପାରିନଥିବା ବେଳେ ଜିଏସ୍‌ଟି ଠକେଇ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଯଦି ସବୁକିଛି ଠିକ୍‌ ଓ ନିୟମରେ କରାଯାଉଛି ତାହେଲେ ମାଲ୍‌ଗୁଡ଼ିକ ପରିବହନ ବେଳେ ସାଙ୍ଗରେ କାହିଁକି କାଗଜପତ୍ର ନାହିଁ ଓ ସେଗୁଡ଼ିକୁ କାହିଁକି ସିକ୍ରେଟ ଚାମ୍ବରରେ ରଖି ନିଆଯାଉଥିଲା ବୋଲି ଜିଏସ୍‌ଟି ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି। ଏନେଇ ଜିଏସ୍‌ଟି ଅଧିକାରୀମାନେ ଉକ୍ତ ଡ୍ରାଇଭରଙ୍କ ସମେତ ଗାଡ଼ିରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?