Posted inUncategorized

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ ଟଙ୍କା ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହାର ତଦନ୍ତ ଦାବି କରି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଗୋପ ଅଞ୍ଚଳର ସଂଗ୍ରାମ ପରିଡ଼ା ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ପ୍ରସବ ଲାଗି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଅଧିକାରୀମାନେ ତାଙ୍କୁ ଲାଞ୍ଚ ମାଗିଥିଲେ। ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ବାହାନାରେ ଏହି ଟଙ୍କା ମେଡିକାଲ କର୍ମଚାରୀ ନେଇଛନ୍ତି। ପ୍ରଥମେ ପ୍ରସୂତିଙ୍କ ପରିବାରକୁ ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ବାବଦକୁ ୨୨ଶହ ଟଙ୍କା ଏବଂ ପରେ ପୁଣି ୯ଶହ ଟଙ୍କା ମଗାଯାଇଥିଲା। ଟଙ୍କା ନ ଦେଲେ ସେମାନେ ନବଜାତ ଶିଶୁକୁ ଡିସଚାର୍ଜ କରିବେ ନାହିଁ ବୋଲି କହିଥିବା ସଂଗ୍ରାମ ଅଭିଯୋଗ କରିଛନ୍ତି। ଲାଞ୍ଚ କାରବାରର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଅନ୍ୟପକ୍ଷରେ ଏ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି। ପୁରୀ ସିଡିଏମ୍‌ଓଙ୍କୁ ପଚାରିବାରେ ସେ କୌଣସି ମାମଲା ନେଇ କୋର୍ଟରେ ଥିବା କହି ଫୋନ କାଟିଦେଇଥିଲେ। ସେହିପରି ଜଣେ ଏଡିଏମ୍‌ଓ ନିଜ ସମ୍ପର୍କୀୟଙ୍କ କୌଣସି ଏକ ଉତ୍ସବରେ ସାମିଲ ଥିବା କହି ଫୋନ୍‌ କାଟିଦେଇଥିଲେ। ତେବେ ଅନ୍ୟଜଣେ ଏଡିଏମ୍‌ଓ ଏ ନେଇ କିଛି ଖବର ପାଇ ନ ଥିବା କହିବା ସହ ବୁଝିବା ପରେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri