ଲାଞ୍ଚଦେଲେ ସମ୍ପୂର୍ଣ୍ଣ ହେବ ଅଧାପନ୍ତରିଆ ଆବାସ ଗୃହ

ମୋହନା,୭ା୮(ମନ୍ମଥ ମିଶ୍ର): ସରକାର ଗରିବ ଅସହାୟମାନଙ୍କ ପାଇଁ ପକ୍କାଘର ନିର୍ମାଣ ଲାଗି ଅର୍ଥ ପ୍ରଦାନ କରୁଛନ୍ତି। ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ପାଇଁ ଗରିବ ଲୋକେ ଯୋଜନାର ସୁଫଳ ନପାଇ ଅଧାପନ୍ତରିଆ ଅବସ୍ଥାରେ ସରକାରୀ ଅର୍ଥକୁ ଚାହିଁ ବସିଛନ୍ତି। କାରଣ ୫ ହଜାର ନଦେଲେ ହେଉନି ବିଲ୍‌। ଏଭଳି ଅଭିଯୋଗ କରିଛନ୍ତି ମୋହନା ବ୍ଲକର କାମିଲି ଗୁଡା ଗ୍ରାମର ସୁବାସ ମଳିକ। ଅଧାପନ୍ତରିଆ ଅବସ୍ଥାରେ ଆବାସ ଘରଟି ଅଛି, ଛାତ ପଡିପାରୁନାହିଁ। ଘର ସମ୍ମୁଖରେ ବାଲି ସହ ଗୋଡି ବି ଗଚ୍ଛିତ କରି ରଖାଯାଇଛି। ଛାତ ପଡିବ। ସେଥିପାଇଁ ଗୋଟିଏ ବଖରା ସମ୍ପୂର୍ଣ୍ଣ ସେଣ୍ଟ୍ରିଂ କାମ ସରିଥିବା ବେଳେ ସାମ୍ନା ବଖରାଟିର ସେଣ୍ଟ୍ରିଂ କିଛି ବାକି ରହିଛି।
ସୁବାସଙ୍କ କହିବା ଅନୁଯାୟୀ, ୨୦୧୭ରେ ସରକାରୀ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। କିନ୍ତୁ ଅର୍ଥ ଅଭାବରୁ ଦୀର୍ଘ ୫ ବର୍ଷ ମଧ୍ୟରେ ସେ ଏବେ ଧୀରେ ଧୀରେ ନିଜର ସ୍ବପ୍ନର ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରି ସରକାରଙ୍କ ତରଫରୁ ଦୁଇଟି କିସ୍ତିରେ ଟଙ୍କା ମଧ୍ୟ ପାଇଛନ୍ତି। କିନ୍ତୁ ଏବେ ଛାତ ପକାଇବା ପାଇଁ ତୃତୀୟ କିସ୍ତି ମିଳିବ। ସେଥିପାଇଁ ଧାର କରଜ କରି ସବୁ କାମ ସାରିବା ପରେ, ଛାତ ପକାଇବା ଉଦ୍ଦେଶ୍ୟ ନେଇ ତୃତୀୟ କିସ୍ତି ବିଲ୍‌ ପାଇଁ ପଞ୍ଚାୟତକୁ ଦୌଡୁଛନ୍ତି। କାରଣ ଛାତ ପକାଇବା ପାଇଁ ତୃତୀୟ କିସ୍ତି ପାଇଲେ ସେ ଲୁହା, ସିମେଣ୍ଟ କିଣି ଛାତ ପକାଇବେ। ହେଲେ ପଞ୍ଚାୟତର ପିଇଓ ପ୍ରକାଶ ମିଶ୍ର ବିଲ୍‌ ପାସ୍‌ କରାଇବା ପାଇଁ ୫ ହଜାର ଟଙ୍କା ଦାବି କରୁଛନ୍ତି। ଟଙ୍କା ଯୋଗାଡ଼ କରି ନ ଦେଇପାରିବାରୁ ୨ ରୁ ୩ ମାସ ହେବ ଦୌଡାଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ସୁବାସ। ଏ ନେଇ ଲିଲିଗଡ ପଞ୍ଚାୟତର ପିଇଓଙ୍କୁ ପଚାରିବାରୁ ସେମାନଙ୍କ ଅଭିଯୋଗ ଭିତ୍ତିହୀନ, ଦୁଇରୁ ତିନି ଦିନ ମଧ୍ୟରେ ତାଙ୍କର ବିଲ୍‌ ହୋଇଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri