ଲାଞ୍ଚଦେଲେ ସମ୍ପୂର୍ଣ୍ଣ ହେବ ଅଧାପନ୍ତରିଆ ଆବାସ ଗୃହ

ମୋହନା,୭ା୮(ମନ୍ମଥ ମିଶ୍ର): ସରକାର ଗରିବ ଅସହାୟମାନଙ୍କ ପାଇଁ ପକ୍କାଘର ନିର୍ମାଣ ଲାଗି ଅର୍ଥ ପ୍ରଦାନ କରୁଛନ୍ତି। ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ପାଇଁ ଗରିବ ଲୋକେ ଯୋଜନାର ସୁଫଳ ନପାଇ ଅଧାପନ୍ତରିଆ ଅବସ୍ଥାରେ ସରକାରୀ ଅର୍ଥକୁ ଚାହିଁ ବସିଛନ୍ତି। କାରଣ ୫ ହଜାର ନଦେଲେ ହେଉନି ବିଲ୍‌। ଏଭଳି ଅଭିଯୋଗ କରିଛନ୍ତି ମୋହନା ବ୍ଲକର କାମିଲି ଗୁଡା ଗ୍ରାମର ସୁବାସ ମଳିକ। ଅଧାପନ୍ତରିଆ ଅବସ୍ଥାରେ ଆବାସ ଘରଟି ଅଛି, ଛାତ ପଡିପାରୁନାହିଁ। ଘର ସମ୍ମୁଖରେ ବାଲି ସହ ଗୋଡି ବି ଗଚ୍ଛିତ କରି ରଖାଯାଇଛି। ଛାତ ପଡିବ। ସେଥିପାଇଁ ଗୋଟିଏ ବଖରା ସମ୍ପୂର୍ଣ୍ଣ ସେଣ୍ଟ୍ରିଂ କାମ ସରିଥିବା ବେଳେ ସାମ୍ନା ବଖରାଟିର ସେଣ୍ଟ୍ରିଂ କିଛି ବାକି ରହିଛି।
ସୁବାସଙ୍କ କହିବା ଅନୁଯାୟୀ, ୨୦୧୭ରେ ସରକାରୀ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। କିନ୍ତୁ ଅର୍ଥ ଅଭାବରୁ ଦୀର୍ଘ ୫ ବର୍ଷ ମଧ୍ୟରେ ସେ ଏବେ ଧୀରେ ଧୀରେ ନିଜର ସ୍ବପ୍ନର ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରି ସରକାରଙ୍କ ତରଫରୁ ଦୁଇଟି କିସ୍ତିରେ ଟଙ୍କା ମଧ୍ୟ ପାଇଛନ୍ତି। କିନ୍ତୁ ଏବେ ଛାତ ପକାଇବା ପାଇଁ ତୃତୀୟ କିସ୍ତି ମିଳିବ। ସେଥିପାଇଁ ଧାର କରଜ କରି ସବୁ କାମ ସାରିବା ପରେ, ଛାତ ପକାଇବା ଉଦ୍ଦେଶ୍ୟ ନେଇ ତୃତୀୟ କିସ୍ତି ବିଲ୍‌ ପାଇଁ ପଞ୍ଚାୟତକୁ ଦୌଡୁଛନ୍ତି। କାରଣ ଛାତ ପକାଇବା ପାଇଁ ତୃତୀୟ କିସ୍ତି ପାଇଲେ ସେ ଲୁହା, ସିମେଣ୍ଟ କିଣି ଛାତ ପକାଇବେ। ହେଲେ ପଞ୍ଚାୟତର ପିଇଓ ପ୍ରକାଶ ମିଶ୍ର ବିଲ୍‌ ପାସ୍‌ କରାଇବା ପାଇଁ ୫ ହଜାର ଟଙ୍କା ଦାବି କରୁଛନ୍ତି। ଟଙ୍କା ଯୋଗାଡ଼ କରି ନ ଦେଇପାରିବାରୁ ୨ ରୁ ୩ ମାସ ହେବ ଦୌଡାଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ସୁବାସ। ଏ ନେଇ ଲିଲିଗଡ ପଞ୍ଚାୟତର ପିଇଓଙ୍କୁ ପଚାରିବାରୁ ସେମାନଙ୍କ ଅଭିଯୋଗ ଭିତ୍ତିହୀନ, ଦୁଇରୁ ତିନି ଦିନ ମଧ୍ୟରେ ତାଙ୍କର ବିଲ୍‌ ହୋଇଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?