Posted inଖେଳ

ଆଇପିଏଲ୍‌ରେ ବ୍ରାଏନ ଲାରାଙ୍କ ଏଣ୍ଟ୍ରି: ଏହି ଦଳର ହେଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୨୩।୧୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ ଷ୍ଟେନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଯୋଗ ଦେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ କରିଛି। ଟମ ମୁଡି ହାଇଦ୍ରାବାଦର ମୁଖ୍ୟ କୋଚ ଭାବରେ ଜାରି ରଖିବେ। ଟେଷ୍ଟ କ୍ରିକେଟର ଏକ ଇନିଂସରେ ୪୦୦ ରନ ସ୍କୋର କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ଲାରାଙ୍କୁ ମଧ୍ୟ ଫ୍ରାଞ୍ଚାଇଜ ଦ୍ୱାରା ରଣନୀତିକ ପରାମର୍ଶଦାତା କରାଯାଇଛି। ଅଷ୍ଟ୍ରେଲିଆର ପୂର୍ବତନ ଓପନର୍‌ ସାଇମନ କାଟିଚ ଆସିଷ୍ଟାଣ୍ଟ କୋଚ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବଦାନି ଫିଲ୍ଡିଂ କୋଚ ଭୂମିକା ଗ୍ରହଣ କରିବେ। ମୁଥିୟା ମୁରଲିଧରନ ସ୍ପିନ ବୋଲିଂ କୋଚଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି।
ୱେଷ୍ଟଇଣ୍ଡିଜ ପାଇଁ ବ୍ରାଏନ ଲାରା ୧୩୩ ଟେଷ୍ଟ, ୨୯୯ ଟି ଦିନିକିଆ ଖେଳିଥିଲେ। ସେ ୩୪ ଶତକ ଏବଂ ୪୮ ଅର୍ଦ୍ଧଶତକ ସହ ଟେଷ୍ଟରେ ୧୧୯୫୩ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ୧୯ ଶତକର ସାହାଯ୍ୟରେ ଦିନିକିଆରେ ୧୦୪୦୫ ରନ ମଧ୍ୟ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ରେ ତାଙ୍କ ନାମରେ ୫୩ ଶତକ ଏବଂ ୨୨୩୫୮ରନ ଅଛି। ପ୍ରଥମ ଶ୍ରେଣୀ କ୍ରିକେଟରେ ଏକ ଇନିଂସରେ ଲାରା ୫୦୧ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା...

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ ଦଳରେ ନେମାର, ସିଲ୍‌ଭା ସାମିଲ

ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...

ଏହି କ୍ରିକେଟରଙ୍କ ଭାଇ ବି କ୍ରିକେଟରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି

କୋଲକାତା,୨୨।୧୦: ଭାରତୀୟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସାମିଙ୍କ ପରି ତାଙ୍କ ସାନ...

ଶୀର୍ଷ ସ୍ଥାନ ଠାରୁ ୮ ପଏଣ୍ଟ ଦୂରରେ କୋହଲି

ଦୁବାଇ, ୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନଠାରୁ ମାତ୍ର ୮ ପଏଣ୍ଟ ପଛରେ ଅଛନ୍ତି। ବର୍ତ୍ତମାନ ସର୍ବାଧିକ ୮୬୫...

ଆଇପିଏଲ୍‌ ଖେଳାଳି ନିଲାମ: ଭାରତୀୟଙ୍କ ମଧ୍ୟରେ ଚାଓ୍ବଲା ଦାମୀ

କୋଲକାତା, ୨୦ା୧୨ (ପି.ଟି.)-ଗୁରୁବାର ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମିରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଧିକ ଚାହିଦା ପରିଲକ୍ଷିତ ହୋଇଛି। ଅଷ୍ଟ୍ରେଲିଆର ପ୍ୟାଟ୍‌...

ପରିବାର ପୋଷିବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଓପନର୍‌ ନାଥାନ ଆଷ୍ଟଲେ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୧, ସେପ୍ଟେମ୍ବର ୧୫ରେ ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ନାଥାନ ନ୍ୟୁଜିଲାଣ୍ଡକୁ ଅନେକ ମ୍ୟାଚ...

ଇଂଲଣ୍ଡକୁ ବଡ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଚେନ୍ନାଇ,୧୨।୨: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳି ପାରିବେ ନାହିଁ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ...

ବ୍ୟକ୍ତିତ୍ୱ ହିସାବରେ ସ୍ବାମୀ ସୋଏବ ମଲିକଙ୍କୁ ମନେ ପକାଇ ଦିଅନ୍ତି ଧୋନୀ: ସାନିଆ

ହାଇଦ୍ରାବାଦ,୨୩।୮: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଧୋନୀଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବାମୀ ତଥା...

Advertisement
Archives

Model This Week