Odisha Elections 2024
Posted inଫୁରସତ

ବ୍ରେକ୍‌ଅପ୍‌

ପ୍ରେମ ଏକ ଏଭଳି ସମ୍ପର୍କ, ଯାହାକି ଦୁଇ ଅଚିହ୍ନା ମଣିଷଙ୍କୁ ବି ଏକାଠି କରିପାରେ। ଏହି ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ ଦୁଇ ହୃଦୟକୁ ଏକ ସୂତ୍ରରେ ବାନ୍ଧିରଖେ । ଏହି ସମ୍ପର୍କରେ କେବେ ଭଲପାଇବା ତ ଆଉ ପୁଣି କେବେ ରାଗ, ରୁଷା, ଅଭିମାନ ବି ଥାଏ। ହେଲେ ଏଥିରେ ଯେବେ ସ୍ବାର୍ଥ ଓ ଛଳନା ଆସେ, ସେଇଠୁ ଆରମ୍ଭ ହୁଏ ମନାନ୍ତର। ଆଉ ସେଇଠୁ ଭାଙ୍ଗିଯାଏ ସମ୍ପର୍କ ବା ହୁଏ ବ୍ରେକ୍‌ଅପ୍‌, ଯାହାକି ପ୍ରକୃତରେ ଭଲପାଉଥିବା ମଣିଷକୁ ମାନସିକସ୍ତରରେ କରିଦିଏ ଦୁର୍ବଳ…

ଯେବେ ମଣିଷ କାହାକୁ ହୃଦୟରୁ ଭଲପାଏ, ସେ ତାକୁ ଜୀବନସାଥୀ ଭାବେ ସବୁବେଳେ ନିଜର କରିବାର ସ୍ବପ୍ନ ଦେଖେ। ହେଲେ ଯେବେ ସେହି ସ୍ବପ୍ନର ମଣିଷ କୌଣସି କାରଣରୁ ଛାଡ଼ି ଚାଲିଯାଏ ବା ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଏ (ବ୍ରେକ୍‌ଅପ୍‌), ସେତେବେଳେ ମନକୁ ସମ୍ଭାଳିବା କଷ୍ଟ ହୋଇପଡ଼େ। ବିଶେଷକରି ଯେବେ ବହୁତ ଭଲ ପାଉଥିବା ମଣିଷ ଅନ୍ୟ କାହା ପାଇଁ ଧୋକାଦିଏ, ସେତେବେଳେ ପ୍ରେମୀଜଣଙ୍କ ଡିପ୍ରେଶନ୍‌କୁ ଚାଲିଯାଏ। ସେ ଏହି ଦୁଃଖ ସମ୍ଭାଳି ନ ପାରି ସବୁବେଳେ ଉଦାସ ରହିବା ଦ୍ୱାରା ନିଜ ପାଠପଢ଼ା, ଜବ୍‌ ଆଦି ସହ ପରିବାରକୁ ବି ଅବହେଳା କରିବସେ। କେବଳ ଏତିକି ନୁହେଁ, କେହି କେହି ଏଭଳି ପରିସ୍ଥିତିରେ ମାନସିକସ୍ତରରେ ଏତେ ଦୁର୍ବଳ ହୋଇପଡ଼ନ୍ତି ଯେ, ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। ହେଲେ ବ୍ରେକ୍‌ଅପ୍‌ ପରେ ଏସବୁ ଭୁଲ୍‌ ନିଷ୍ପତ୍ତି ନେଇ ନିଜ ସହ ପରିବାରକୁ କଷ୍ଟ ଦେବା ବଦଳରେ କେତେକ ଉପାୟ ଆପଣେଇଲେ ଏହି କଷ୍ଟରୁ ଶୀଘ୍ର ମୁକୁଳି ପୁଣି ମାନସିକସ୍ତରରେ ଦୃଢ଼ ହୋଇ ଆଗକୁ ବଢ଼ିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ପ୍ରେମରେ ହୁଅନ୍ତୁନି ଅନ୍ଧ: ପ୍ରେମ ନିଶ୍ଚିତ ଭାବେ ଏକ ପବିତ୍ର ଓ ମଧୁର ସମ୍ପର୍କ, ଯାହାକୁ ସାରା ଜୀବନ ଅତୁଟ ରଖିବାକୁ ମଣିଷ କିଛି ବି କରିପାରେ। ହେଲେ ବର୍ତ୍ତମାନ ପ୍ରେମୀ ଯୋଡ଼ିଙ୍କ ମଧ୍ୟରୁ ମାତ୍ର କେତେକ ଯୋଡ଼ିଙ୍କ ସମ୍ପର୍କ ସାରା ଜୀବନ ଅତୁଟ ରହିପାରୁଛି। କାରଣ ଆଜିକାଲି ଅନେକ ଯୁବତୀ ଯୁବକଙ୍କ ପାଇଁ ଯେମିତି ଏହା ପାଲଟିଛି ସ୍ବାର୍ଥହାସଲର ଏକ ମାଧ୍ୟମ। ସେମାନଙ୍କ ପାଇଁ ସମ୍ପର୍କ ଯୋଡ଼ିବାକୁ ଯେତିକି ସମୟ ନ ଲାଗୁଛି, ସ୍ବାର୍ଥହାସଲ ପରେ ବ୍ରେକ୍‌ଅପ୍‌ ପାଇଁ ତା’ଠାରୁ କମ୍‌ ସମୟ ଲାଗୁଛି। ହେଲେ ଏହା ଯେ ଅନ୍ୟ ଜଣଙ୍କୁ ମାନସିକସ୍ତରରେ କେତେ କଷ୍ଟ ଦେଉଛି, ସେଥିପାଇଁ ସେମାନଙ୍କର ପରବାୟ ନାହିଁ। ଏମିତିକି ଏହି ଦୁଃଖରେ ଅନେକ ଆତ୍ମହତ୍ୟା ଭଳି ଘଟଣା ବି ବୃଦ୍ଧି ପାଉଛି। ତେଣୁ ମନେରଖନ୍ତୁ, ଯଦି ଭଲପାଇବା ପ୍ରକୃତ ହୋଇଥାଏ; ତେବେ ବ୍ରେକ୍‌ଅପ୍‌ ହୋଇ ନ ଥାଏ। ଆଉ ଯଦି ବ୍ରେକ୍‌ଅପ୍‌ ହୁଏ ଏବଂ ଭଲପାଉଥିବା ମଣିଷଠାରେ ଆପଣଙ୍କୁ ହରାଇବାର ଦୁଃଖ ନ ଥାଏ, ତେବେ ବୁଝିନିଅନ୍ତୁ ଏହା ଏକ ଛଳନା ଥିଲା। ଏଥିରେ ଦୁଃଖ ପ୍ରକାଶ କରି ନିଜକୁ କଷ୍ଟ ଦେବା କିମ୍ବା କୌଣସି ଭଲ ନିଷ୍ପତ୍ତି ନେଇଯିବା ବଦଳରେ ମାନସିକସ୍ତରରେ ଦୃଢ଼ ହୋଇ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାନ୍ତୁ, ଦେଖିବେ ଖୁବ୍‌ଶୀଘ୍ର ନିଜକୁ ସମ୍ଭାଳିନେବା ସହଜ ହୋଇଯିବ।
ଚାପି ରଖନ୍ତୁନି କଷ୍ଟ: ନିଜ କଷ୍ଟ ଓ ଭାବନାକୁ ଭିତରେ ଚାପି ରଖି ଏକା ଏକା କାନ୍ଦିବା ଭଳି ଭୁଲ୍‌ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ମନ ଉଦାସ ରହିଥାଏ। ତେଣୁ ମନର ସବୁ କଷ୍ଟ, ଭଲ ମନ୍ଦ କଥା, ଅନୁଭବ ଆଦିକୁ ଅନ୍ୟ ଆଗରେ ବା କୌଣସି ବିଶ୍ୱସ୍ତଙ୍କ ଆଗରେ ପ୍ରକାଶ କରନ୍ତୁ । ଏହାଦ୍ୱାରା ନା କେବଳ ଆପଣ ମାନସିକ ସ୍ତରରେ ହାଲୁକା ଅନୁଭବ କରିବେ ବରଂ ଡିପ୍ରେଶନ୍‌ରେ ଯାଇ ଆତ୍ମହତ୍ୟା ଭଳି ନକାରାତ୍ମକ ଚିନ୍ତାରୁ ଦୂରେଇପାରିବେ।
ଇମୋଶନାଲ୍‌ ସପୋର୍ଟ: ଯେବେ ଭଲପାଇବାର ସମ୍ପର୍କ ଭାଙ୍ଗେ ମାନସିକ ଯନ୍ତ୍ରଣା ବଢ଼ିଯାଏ, ଯାହାକୁ ଦୂର କରିବା ଲାଗି ନିହାତି ଜରୁରୀ ହୋଇପଡ଼େ ଇମୋଶନାଲ ସପୋର୍ଟ। ଆଉ ଏଥିପାଇଁ ନିଜ ଅଭିଭାବକ କିମ୍ବା ପରିବାର ସଦସ୍ୟ ଏବଂ ବେଷ୍ଟ ଫ୍ରେଣ୍ଡ୍‌ଙ୍କଠାରୁ ଭଲ ଆଉ କିଏ ବା ହୋଇପାରନ୍ତି! ତେଣୁ ସେମାନେ ହିଁ ଆପଣଙ୍କୁ ଏହି ପରିସ୍ଥିତିରୁ ମୁକୁଳି ନିଜକୁ ଦୃଢ଼ କରିବା ଲାଗି ଇମୋଶନାଲ୍‌ ସପୋର୍ଟ ଦେଇପାରିବେ ଏବଂ ନିଜ କର୍ମପଥରେ ଆଗେଇ ସଫଳ ବ୍ୟକ୍ତିତ୍ୱ ହେବା ଦିଗରେ ସେମାନେ ହିଁ ପ୍ରେରଣା ଯୋଗାଇପାରିବେ।
ନିଜ ପ୍ରତି ଧ୍ୟାନ ଦିଅନ୍ତୁ: ପ୍ରେମ ହିଁ ସବୁ କିଛି। ତା’ ବିନା ଜୀବନ ଅଧୁରା। ଜଣେ ଛାଡ଼ିଗଲେ ସବୁକିଛି ଚାଲିଗଲା ଏସବୁ ଭାବନା ଦୂର କରନ୍ତୁ। ଗୋଟିଏ ଘରେ ଏକାକୀ ବସି ନ ରହି ସମସ୍ତଙ୍କ ସହ କଥା ହୁଅନ୍ତୁ। ଠିକ୍‌ ସମୟରେ ଖାଆନ୍ତୁ, ରାତିରେ ଅନିଦ୍ରା ନ ରହି ଠିକ୍‌ ଭାବେ ଶୁଅନ୍ତୁ। ଏହାଦ୍ୱାରା ଶରୀର ସୁସ୍ଥ ରହିପାରିବ।
ଆବଶ୍ୟକ ଟ୍ରିଟ୍‌ମେଣ୍ଟ: ଏହିସବୁ ପରେ ବି ଯଦି ଆପଣ ନିଜକୁ ମାନସିକ ସ୍ତରରେ ଦୁର୍ବଳ ମନେକରୁଛନ୍ତି କିମ୍ବା ହାର୍ଟବ୍ରେକ୍‌ କଷ୍ଟରୁ ମୁକୁଳି ନ ପାରି ଡିପ୍ରେଶ୍‌ ରହୁଛନ୍ତି, ତେବେ ଆଦୌ ବିଳମ୍ବ ନ କରି କୌଣସି ମାନସିକ ରୋଗ ବିଶେଷଜ୍ଞ, ଥେରାପିଷ୍ଟ, ରିଲେଶନ୍‌ଶିପ୍‌ କାଉନ୍‌ସିଲର୍‌ଙ୍କ ପରାମର୍ଶ ନିଅନ୍ତୁ। ତାଙ୍କ ଉପାୟ ଫଲୋ କଲେ ଶୀଘ୍ର ଏହି କଷ୍ଟରୁ ମୁକୁଳି ଆସି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍‌ ଏବଂ ଖୁସି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri