Posted inଫୁରସତ

ବ୍ରେକ୍‌ଅପ୍‌

ପ୍ରେମ ଏକ ଏଭଳି ସମ୍ପର୍କ, ଯାହାକି ଦୁଇ ଅଚିହ୍ନା ମଣିଷଙ୍କୁ ବି ଏକାଠି କରିପାରେ। ଏହି ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ ଦୁଇ ହୃଦୟକୁ ଏକ ସୂତ୍ରରେ ବାନ୍ଧିରଖେ । ଏହି ସମ୍ପର୍କରେ କେବେ ଭଲପାଇବା ତ ଆଉ ପୁଣି କେବେ ରାଗ, ରୁଷା, ଅଭିମାନ ବି ଥାଏ। ହେଲେ ଏଥିରେ ଯେବେ ସ୍ବାର୍ଥ ଓ ଛଳନା ଆସେ, ସେଇଠୁ ଆରମ୍ଭ ହୁଏ ମନାନ୍ତର। ଆଉ ସେଇଠୁ ଭାଙ୍ଗିଯାଏ ସମ୍ପର୍କ ବା ହୁଏ ବ୍ରେକ୍‌ଅପ୍‌, ଯାହାକି ପ୍ରକୃତରେ ଭଲପାଉଥିବା ମଣିଷକୁ ମାନସିକସ୍ତରରେ କରିଦିଏ ଦୁର୍ବଳ…

ଯେବେ ମଣିଷ କାହାକୁ ହୃଦୟରୁ ଭଲପାଏ, ସେ ତାକୁ ଜୀବନସାଥୀ ଭାବେ ସବୁବେଳେ ନିଜର କରିବାର ସ୍ବପ୍ନ ଦେଖେ। ହେଲେ ଯେବେ ସେହି ସ୍ବପ୍ନର ମଣିଷ କୌଣସି କାରଣରୁ ଛାଡ଼ି ଚାଲିଯାଏ ବା ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଏ (ବ୍ରେକ୍‌ଅପ୍‌), ସେତେବେଳେ ମନକୁ ସମ୍ଭାଳିବା କଷ୍ଟ ହୋଇପଡ଼େ। ବିଶେଷକରି ଯେବେ ବହୁତ ଭଲ ପାଉଥିବା ମଣିଷ ଅନ୍ୟ କାହା ପାଇଁ ଧୋକାଦିଏ, ସେତେବେଳେ ପ୍ରେମୀଜଣଙ୍କ ଡିପ୍ରେଶନ୍‌କୁ ଚାଲିଯାଏ। ସେ ଏହି ଦୁଃଖ ସମ୍ଭାଳି ନ ପାରି ସବୁବେଳେ ଉଦାସ ରହିବା ଦ୍ୱାରା ନିଜ ପାଠପଢ଼ା, ଜବ୍‌ ଆଦି ସହ ପରିବାରକୁ ବି ଅବହେଳା କରିବସେ। କେବଳ ଏତିକି ନୁହେଁ, କେହି କେହି ଏଭଳି ପରିସ୍ଥିତିରେ ମାନସିକସ୍ତରରେ ଏତେ ଦୁର୍ବଳ ହୋଇପଡ଼ନ୍ତି ଯେ, ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। ହେଲେ ବ୍ରେକ୍‌ଅପ୍‌ ପରେ ଏସବୁ ଭୁଲ୍‌ ନିଷ୍ପତ୍ତି ନେଇ ନିଜ ସହ ପରିବାରକୁ କଷ୍ଟ ଦେବା ବଦଳରେ କେତେକ ଉପାୟ ଆପଣେଇଲେ ଏହି କଷ୍ଟରୁ ଶୀଘ୍ର ମୁକୁଳି ପୁଣି ମାନସିକସ୍ତରରେ ଦୃଢ଼ ହୋଇ ଆଗକୁ ବଢ଼ିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ପ୍ରେମରେ ହୁଅନ୍ତୁନି ଅନ୍ଧ: ପ୍ରେମ ନିଶ୍ଚିତ ଭାବେ ଏକ ପବିତ୍ର ଓ ମଧୁର ସମ୍ପର୍କ, ଯାହାକୁ ସାରା ଜୀବନ ଅତୁଟ ରଖିବାକୁ ମଣିଷ କିଛି ବି କରିପାରେ। ହେଲେ ବର୍ତ୍ତମାନ ପ୍ରେମୀ ଯୋଡ଼ିଙ୍କ ମଧ୍ୟରୁ ମାତ୍ର କେତେକ ଯୋଡ଼ିଙ୍କ ସମ୍ପର୍କ ସାରା ଜୀବନ ଅତୁଟ ରହିପାରୁଛି। କାରଣ ଆଜିକାଲି ଅନେକ ଯୁବତୀ ଯୁବକଙ୍କ ପାଇଁ ଯେମିତି ଏହା ପାଲଟିଛି ସ୍ବାର୍ଥହାସଲର ଏକ ମାଧ୍ୟମ। ସେମାନଙ୍କ ପାଇଁ ସମ୍ପର୍କ ଯୋଡ଼ିବାକୁ ଯେତିକି ସମୟ ନ ଲାଗୁଛି, ସ୍ବାର୍ଥହାସଲ ପରେ ବ୍ରେକ୍‌ଅପ୍‌ ପାଇଁ ତା’ଠାରୁ କମ୍‌ ସମୟ ଲାଗୁଛି। ହେଲେ ଏହା ଯେ ଅନ୍ୟ ଜଣଙ୍କୁ ମାନସିକସ୍ତରରେ କେତେ କଷ୍ଟ ଦେଉଛି, ସେଥିପାଇଁ ସେମାନଙ୍କର ପରବାୟ ନାହିଁ। ଏମିତିକି ଏହି ଦୁଃଖରେ ଅନେକ ଆତ୍ମହତ୍ୟା ଭଳି ଘଟଣା ବି ବୃଦ୍ଧି ପାଉଛି। ତେଣୁ ମନେରଖନ୍ତୁ, ଯଦି ଭଲପାଇବା ପ୍ରକୃତ ହୋଇଥାଏ; ତେବେ ବ୍ରେକ୍‌ଅପ୍‌ ହୋଇ ନ ଥାଏ। ଆଉ ଯଦି ବ୍ରେକ୍‌ଅପ୍‌ ହୁଏ ଏବଂ ଭଲପାଉଥିବା ମଣିଷଠାରେ ଆପଣଙ୍କୁ ହରାଇବାର ଦୁଃଖ ନ ଥାଏ, ତେବେ ବୁଝିନିଅନ୍ତୁ ଏହା ଏକ ଛଳନା ଥିଲା। ଏଥିରେ ଦୁଃଖ ପ୍ରକାଶ କରି ନିଜକୁ କଷ୍ଟ ଦେବା କିମ୍ବା କୌଣସି ଭଲ ନିଷ୍ପତ୍ତି ନେଇଯିବା ବଦଳରେ ମାନସିକସ୍ତରରେ ଦୃଢ଼ ହୋଇ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାନ୍ତୁ, ଦେଖିବେ ଖୁବ୍‌ଶୀଘ୍ର ନିଜକୁ ସମ୍ଭାଳିନେବା ସହଜ ହୋଇଯିବ।
ଚାପି ରଖନ୍ତୁନି କଷ୍ଟ: ନିଜ କଷ୍ଟ ଓ ଭାବନାକୁ ଭିତରେ ଚାପି ରଖି ଏକା ଏକା କାନ୍ଦିବା ଭଳି ଭୁଲ୍‌ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ମନ ଉଦାସ ରହିଥାଏ। ତେଣୁ ମନର ସବୁ କଷ୍ଟ, ଭଲ ମନ୍ଦ କଥା, ଅନୁଭବ ଆଦିକୁ ଅନ୍ୟ ଆଗରେ ବା କୌଣସି ବିଶ୍ୱସ୍ତଙ୍କ ଆଗରେ ପ୍ରକାଶ କରନ୍ତୁ । ଏହାଦ୍ୱାରା ନା କେବଳ ଆପଣ ମାନସିକ ସ୍ତରରେ ହାଲୁକା ଅନୁଭବ କରିବେ ବରଂ ଡିପ୍ରେଶନ୍‌ରେ ଯାଇ ଆତ୍ମହତ୍ୟା ଭଳି ନକାରାତ୍ମକ ଚିନ୍ତାରୁ ଦୂରେଇପାରିବେ।
ଇମୋଶନାଲ୍‌ ସପୋର୍ଟ: ଯେବେ ଭଲପାଇବାର ସମ୍ପର୍କ ଭାଙ୍ଗେ ମାନସିକ ଯନ୍ତ୍ରଣା ବଢ଼ିଯାଏ, ଯାହାକୁ ଦୂର କରିବା ଲାଗି ନିହାତି ଜରୁରୀ ହୋଇପଡ଼େ ଇମୋଶନାଲ ସପୋର୍ଟ। ଆଉ ଏଥିପାଇଁ ନିଜ ଅଭିଭାବକ କିମ୍ବା ପରିବାର ସଦସ୍ୟ ଏବଂ ବେଷ୍ଟ ଫ୍ରେଣ୍ଡ୍‌ଙ୍କଠାରୁ ଭଲ ଆଉ କିଏ ବା ହୋଇପାରନ୍ତି! ତେଣୁ ସେମାନେ ହିଁ ଆପଣଙ୍କୁ ଏହି ପରିସ୍ଥିତିରୁ ମୁକୁଳି ନିଜକୁ ଦୃଢ଼ କରିବା ଲାଗି ଇମୋଶନାଲ୍‌ ସପୋର୍ଟ ଦେଇପାରିବେ ଏବଂ ନିଜ କର୍ମପଥରେ ଆଗେଇ ସଫଳ ବ୍ୟକ୍ତିତ୍ୱ ହେବା ଦିଗରେ ସେମାନେ ହିଁ ପ୍ରେରଣା ଯୋଗାଇପାରିବେ।
ନିଜ ପ୍ରତି ଧ୍ୟାନ ଦିଅନ୍ତୁ: ପ୍ରେମ ହିଁ ସବୁ କିଛି। ତା’ ବିନା ଜୀବନ ଅଧୁରା। ଜଣେ ଛାଡ଼ିଗଲେ ସବୁକିଛି ଚାଲିଗଲା ଏସବୁ ଭାବନା ଦୂର କରନ୍ତୁ। ଗୋଟିଏ ଘରେ ଏକାକୀ ବସି ନ ରହି ସମସ୍ତଙ୍କ ସହ କଥା ହୁଅନ୍ତୁ। ଠିକ୍‌ ସମୟରେ ଖାଆନ୍ତୁ, ରାତିରେ ଅନିଦ୍ରା ନ ରହି ଠିକ୍‌ ଭାବେ ଶୁଅନ୍ତୁ। ଏହାଦ୍ୱାରା ଶରୀର ସୁସ୍ଥ ରହିପାରିବ।
ଆବଶ୍ୟକ ଟ୍ରିଟ୍‌ମେଣ୍ଟ: ଏହିସବୁ ପରେ ବି ଯଦି ଆପଣ ନିଜକୁ ମାନସିକ ସ୍ତରରେ ଦୁର୍ବଳ ମନେକରୁଛନ୍ତି କିମ୍ବା ହାର୍ଟବ୍ରେକ୍‌ କଷ୍ଟରୁ ମୁକୁଳି ନ ପାରି ଡିପ୍ରେଶ୍‌ ରହୁଛନ୍ତି, ତେବେ ଆଦୌ ବିଳମ୍ବ ନ କରି କୌଣସି ମାନସିକ ରୋଗ ବିଶେଷଜ୍ଞ, ଥେରାପିଷ୍ଟ, ରିଲେଶନ୍‌ଶିପ୍‌ କାଉନ୍‌ସିଲର୍‌ଙ୍କ ପରାମର୍ଶ ନିଅନ୍ତୁ। ତାଙ୍କ ଉପାୟ ଫଲୋ କଲେ ଶୀଘ୍ର ଏହି କଷ୍ଟରୁ ମୁକୁଳି ଆସି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍‌ ଏବଂ ଖୁସି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?