ନୂଆଦିଲ୍ଲୀ,୬।୪: ରମଜାନ ମାସରେ ମୁସଲିମ କର୍ମକର୍ତ୍ତାଙ୍କୁ ପ୍ରତ୍ୟେକ ଦିନ ଦୁଇ ଘଣ୍ଟାର ବ୍ରେକ୍ ଦିଆଯିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି ଦିଲ୍ଲୀ ଜଳ ବୋର୍ଡ(ଡିଜିବି)। ଏ ନେଇ ମଙ୍ଗଳବାର ବୋର୍ଡ ପକ୍ଷରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି।
“ଅପ୍ରିଲ ୪ରେ ରମଜାନରେ ମୁସଲିମ ଷ୍ଟାଫଙ୍କୁ ସାମୟିକ ଛୁଟି (ଦିନକୁ ପ୍ରାୟ ୨ ଘଣ୍ଟା) ଦେବା ଲାଗି ଏକ ସର୍କୁଲାର ଜାରି କରାଯାଇଥିଲା। ଏବେ ଏହି ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି” ବୋଲି ନୂଆ ସର୍କୁଲାରରେ ଉଲ୍ଲେଖ କରାଯାଇଛି।
ଗତ ସୋମବାର ମୁସଲିମ ଷ୍ଟାଫ୍ଙ୍କୁ ରମଜାନ (ଅପ୍ରିଲ ୩ରୁ ମେ ୨)ରେ ଦୁଇ ଘଣ୍ଟା ବ୍ରେକ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ଡିଜିବି। କିନ୍ତୁ ଏଥି ଲାଗି ସେମାନଙ୍କୁ ବଳକା ସମୟରେ ଅଫିସ କାମ ଶେଷ କରିବାକୁ ପଡ଼ିବ ବୋଲି ସେଥିରେ ଉଲ୍ଲେଖ ରହିଥିଲା।