ବ୍ରେଡ ରୋଲ୍‌

ଆବଶ୍ୟକ ସାମଗ୍ରୀ
ଆଳୁ- ୫ଟି, ବ୍ରେଡ- ୧୨ଟି, କଞ୍ଚାଲଙ୍କା-୨ଟି, ଧନିଆପତ୍ର- ଅଳ୍ପ, ଧନିଆ ଗୁଣ୍ଡ- ୧ ଚାମଚ, ଆମଚୁର ପାଉଡର- ଅଧା ଛୋଟ ଚାମଚ, ଲଙ୍କାଗୁଣ୍ଡ- ଅଧା ଛୋଟ ଚାମଚ, ଗରମ ମସଲା- ଅଧା ଛୋଟ ଚାମଚ, ଛାଣିବା ପାଇଁ ତେଲ, ଆବଶ୍ୟକ ଅନୁସାରେ ଲୁଣ।
ପ୍ରଣାଳୀ- ପ୍ରଥମେ ଆଳୁକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ସିଝିଗଲା ପରେ ଆଳୁରୁ ଚୋପା ଛଡାଇ ଚକଟି ରଖି ଦିଅନ୍ତୁ। ଏବେ ଗ୍ୟାସରେ ପ୍ୟାନ୍‌ ଗରମ କରି ସେଥିରେ ୧ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେଲେ ସେଥିରେ କଞ୍ଚାଲଙ୍କାକୁ ଛୋଟ ଛୋଟ କାଟି ପକାନ୍ତୁ। ଏହାପରେ ଧନିଆଗୁଣ୍ଡ ପକାନ୍ତୁ। ଅଳ୍ପ ଭାଜି ହୋଇଗଲେ ସେଥିରେ ଚକଟା ହୋଇ ଥିବା ଆଳୁ ପକାନ୍ତୁ। ଆଳୁରେ ଲୁଣ, ଆମଚୁର ପାଉଡର, ଲଙ୍କାଗୁଣ୍ଡ, ଗରମ ମସଲା ପକାଇ ଭଲଭାବେ ମିଶାନ୍ତୁ। ଏବେ ପ୍ୟାନକୁ ଚୁଲିରୁ ଓହ୍ଲାଇ ସେଥିରେ ଧନିଆ ପତ୍ରକୁ କାଟି ପକାଇ ଦିଅନ୍ତୁ। ଏବେ ଏହି ଆଳୁ ମସଲାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛୋଟ ଛୋଟ ଅଣ୍ଡା ଆକାରର ଗୁଳା କରି ରଖନ୍ତୁ।
ଏବେ ବ୍ରେଡର ଚାରିକଡ଼କୁ କାଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ କିଛି ପାଣି ନିଅନ୍ତୁ। ସେହି ପାଣିରେ ପ୍ରଥମେ ବ୍ରେଡକୁ ବୁଡାଇ ସଙ୍ଗେ ସଙ୍ଗେ ଉଠାଇ ଦିଅନ୍ତୁ। ଦୁଇ ହାତରେ ଚାପି ବ୍ରେଡରେ ଥିବା ଅତିରିକ୍ତ ପାଣିକୁ ବାହାର କରି ଦିଅନ୍ତୁ। ବ୍ରେଡ ଉପରେ ଅଣ୍ଡାଶେପ୍‌ ଥିବା ଆଳୁକୁ ରଖି ବ୍ରେଡର ଚାରିକଡ଼କୁ ଭଲଭାବେ ଚାପି ଦିଅନ୍ତୁ। ଏହିପରି ସବୁ ଆଳୁକୁ ରୋଲ୍‌ ଶେପ୍‌ ଦିଅନ୍ତୁ। କଡେଇରେ ତେଲ ଗରମ କରି ବ୍ରେଡ ରୋଲ ସବୁକୁ ବାଦାମୀ ହେବା ଯାଏ ଛାଣି ଦିଅନ୍ତୁ। ଏହାକୁ ଶସ୍‌ କିମ୍ବା ଚଟଣୀ ସହିତ ଖାଆନ୍ତୁ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri