ବ୍ରେଡ ରୋଲ୍‌

ଆବଶ୍ୟକ ସାମଗ୍ରୀ
ଆଳୁ- ୫ଟି, ବ୍ରେଡ- ୧୨ଟି, କଞ୍ଚାଲଙ୍କା-୨ଟି, ଧନିଆପତ୍ର- ଅଳ୍ପ, ଧନିଆ ଗୁଣ୍ଡ- ୧ ଚାମଚ, ଆମଚୁର ପାଉଡର- ଅଧା ଛୋଟ ଚାମଚ, ଲଙ୍କାଗୁଣ୍ଡ- ଅଧା ଛୋଟ ଚାମଚ, ଗରମ ମସଲା- ଅଧା ଛୋଟ ଚାମଚ, ଛାଣିବା ପାଇଁ ତେଲ, ଆବଶ୍ୟକ ଅନୁସାରେ ଲୁଣ।
ପ୍ରଣାଳୀ- ପ୍ରଥମେ ଆଳୁକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ସିଝିଗଲା ପରେ ଆଳୁରୁ ଚୋପା ଛଡାଇ ଚକଟି ରଖି ଦିଅନ୍ତୁ। ଏବେ ଗ୍ୟାସରେ ପ୍ୟାନ୍‌ ଗରମ କରି ସେଥିରେ ୧ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେଲେ ସେଥିରେ କଞ୍ଚାଲଙ୍କାକୁ ଛୋଟ ଛୋଟ କାଟି ପକାନ୍ତୁ। ଏହାପରେ ଧନିଆଗୁଣ୍ଡ ପକାନ୍ତୁ। ଅଳ୍ପ ଭାଜି ହୋଇଗଲେ ସେଥିରେ ଚକଟା ହୋଇ ଥିବା ଆଳୁ ପକାନ୍ତୁ। ଆଳୁରେ ଲୁଣ, ଆମଚୁର ପାଉଡର, ଲଙ୍କାଗୁଣ୍ଡ, ଗରମ ମସଲା ପକାଇ ଭଲଭାବେ ମିଶାନ୍ତୁ। ଏବେ ପ୍ୟାନକୁ ଚୁଲିରୁ ଓହ୍ଲାଇ ସେଥିରେ ଧନିଆ ପତ୍ରକୁ କାଟି ପକାଇ ଦିଅନ୍ତୁ। ଏବେ ଏହି ଆଳୁ ମସଲାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛୋଟ ଛୋଟ ଅଣ୍ଡା ଆକାରର ଗୁଳା କରି ରଖନ୍ତୁ।
ଏବେ ବ୍ରେଡର ଚାରିକଡ଼କୁ କାଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ କିଛି ପାଣି ନିଅନ୍ତୁ। ସେହି ପାଣିରେ ପ୍ରଥମେ ବ୍ରେଡକୁ ବୁଡାଇ ସଙ୍ଗେ ସଙ୍ଗେ ଉଠାଇ ଦିଅନ୍ତୁ। ଦୁଇ ହାତରେ ଚାପି ବ୍ରେଡରେ ଥିବା ଅତିରିକ୍ତ ପାଣିକୁ ବାହାର କରି ଦିଅନ୍ତୁ। ବ୍ରେଡ ଉପରେ ଅଣ୍ଡାଶେପ୍‌ ଥିବା ଆଳୁକୁ ରଖି ବ୍ରେଡର ଚାରିକଡ଼କୁ ଭଲଭାବେ ଚାପି ଦିଅନ୍ତୁ। ଏହିପରି ସବୁ ଆଳୁକୁ ରୋଲ୍‌ ଶେପ୍‌ ଦିଅନ୍ତୁ। କଡେଇରେ ତେଲ ଗରମ କରି ବ୍ରେଡ ରୋଲ ସବୁକୁ ବାଦାମୀ ହେବା ଯାଏ ଛାଣି ଦିଅନ୍ତୁ। ଏହାକୁ ଶସ୍‌ କିମ୍ବା ଚଟଣୀ ସହିତ ଖାଆନ୍ତୁ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri