ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବେଶ୍‌ ଫ୍ୟାଶନପ୍ରିୟ ଆଜିର
ମହିଳା। ମାର୍କେଟ୍‌କୁ କେଉଁ ବ୍ରାଣ୍ଡ୍‌ର କ’ଣ ସବୁ ନୂଆ କଲେକ୍ସନ ଆସିଲା ତାକୁ ପ୍ରଥମେ ବ୍ୟବହାର କରିବାକୁ ସେମାନଙ୍କ ମଧ୍ୟରେ ତତ୍ପରତା କହିଲେ ନ ସରେ। ହେଲେ ବେଳେବେଳେ ଏହି ଆଳରେ ସେମାନେ ଅଜାଣତରେ ଠକାମିର ଶିକାର ହୋଇଥାନ୍ତି। କାରଣ ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟକର। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…

ଷ୍ଟିଚିଂ: ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଷ୍ଟିଚିଂ ସିଧା ଏବଂ ଚାରିଆଡେ ଏକା ପ୍ରକାରର ହୋଇଥାଏ। ସୂତା ମଧ୍ୟ ଏକା ପ୍ରକାରର ବ୍ୟବହାର ହୋଇଥାଏ। କେତେକ ବ୍ରାଣ୍ଡ ଷ୍ଟିଚିଂ ଉପରେ କମ୍ପାନୀର ଲୋଗୋ ଟ୍ୟାଗ୍‌ ମଧ୍ୟ ଷ୍ଟିଚ୍‌ ହୋଇଥାଏ, ଯାହାକୁ ଭଲ ଭାବେ ଦେଖିଲେ ଆପଣ ଠକାମିର ଶିକାର ହେବେ ନାହିଁ।
ଜିପ୍‌୍‌: ନାମୀଦାମୀ ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଭଲ କ୍ୱାଲିଟିର ଜିପ୍‌ ଦେଇଥାଏ, ଯାହାକୁ ଚଲାଇବା ବେଳେ ମଧ୍ୟ ଅଟକି ନ ଥାଏ କିମ୍ବା ଭାଙ୍ଗି ପଡି ନ ଥାଏ। ଏଥିରେ ନନ୍‌ବ୍ରାଣ୍ଡ ପ୍ୟାଣ୍ଟ କିମ୍ବା ଅନ୍ୟ ଡ୍ରେସ୍‌ ଭଳି ଜିପ୍‌ ଟାଇଟ୍‌ ହେବା, ଭାଙ୍ଗିବା କିମ୍ବା ନ ଲାଗିବା ଭଳି ସମସ୍ୟା ସାଧାରଣତଃ ଦେଖା ଦେଇ ନ ଥାଏ। ଏମିତି କି କେତେକେ ବ୍ରାଣ୍ଡ ଜିପ୍‌ରେ ଏହାର ନାମ କିମ୍ବା ସିମ୍ବଲ ମଧ୍ୟ ରଖିଥାନ୍ତି।
ବଟନ: ଜିପ୍‌ ଭଳି ବଟନ୍‌ରେ ମଧ୍ୟ ଅନେକ ବ୍ରାଣ୍ଡେଡ୍‌ କମ୍ପାନୀ ବ୍ରାଣ୍ଡନେମ୍‌ ଛପାଇଥାନ୍ତି। ଯାହା କି ଚିହ୍ନିବାରେ ସହଜ ହୋଇଥାଏ।
ଟ୍ୟାଗ୍‌: ସାଧାରଣତଃ ଟ୍ୟାଗ୍‌ରେ ବ୍ରାଣ୍ଡ ନେମ୍‌ ଦେଖିବାମାତ୍ରେ ଏହା ଅରିଜିନାଲ୍‌ ହୋଇଥିବ ଭାବି କିଣିନେଉ। ହେଲେ ମାର୍କେଟ୍‌ରେ ଯେ, ଏହାର ଏକାଧିକ ନକଲ ଉପଲବ୍ଧ ସେ ଦିଗରେ କେହି ଧ୍ୟାନ ଦିଅନ୍ତି ନାହିଁ। ତେଣୁ କିଣିବା ପୂର୍ବରୁ ଟ୍ୟାଗ୍‌କୁ ଭଲ ଭାବେ ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri