ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ଉଷ୍ମତା

ଝାରସୁଗୁଡ଼ା ଅଫିସ,୧୦ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୧ତାରିଖ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ରହିଛି। ଇତିମଧ୍ୟରେ ୪ ରାଜନୈତିକ ଦଳ ବିଧିବଦ୍ଧ ଭାବେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡିରୁ ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି, ଭାଜପାରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, କଂଗ୍ରେସରୁ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ରୁ ରମେଶ ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ପରିଚିତ ଚେହେରା ହୋଇଥିବାରୁ ନିଶ୍ଚିତଭାବେ ନିର୍ବାଚନ ପ୍ରତିଯୋଗିତା ଜୋର୍‌ଦାର ହେବ ବୋଲି ରାଜନୈତିକ ବିଶାରଦଙ୍କ ମଧ୍ୟରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ୨ଦିନ ବାକି ରହିଥିବାବେଳେ ଏକମାତ୍ର ସିପିଆଇ ପ୍ରାର୍ଥୀ ତ୍ରିପାଠୀ ସୋମବାର ତାଙ୍କ ସମର୍ଥକଙ୍କ ସହ ରିଟର୍ଣ୍ଣି ଅଫିସର ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାକି ୩ ପ୍ରମୁଖ ଦଳ ନାମାଙ୍କନପତ୍ର ଶେଷ ତାରିଖରେ ଦାଖଲ କରିବେ ବୋଲି ଶୁଣିବାକୁ ମିଳୁଛି। ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଲଢେଇ ପାଇଁ ବିଭିନ୍ନ ରାଜନୈତିକ ଦଳ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଅନ୍ୟପକ୍ଷେ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନକୁ ନେଇ କିଛି ଦଳରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ସମାଧାନ କରିବା ପାଇଁ ନେତୃବୃନ୍ଦଙ୍କ ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏହି ଅସନ୍ତୋଷ ପ୍ରାର୍ଥୀଙ୍କ ବିଜୟରେ ବାଧା ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?