Posted inଫୁରସତ

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ଏବଂ ଏହାର ପରିପ୍ରକାଶ ନିଜସ୍ବ ଢଙ୍ଗରେ କରିବା ସମ୍ଭବ ହୋଇ ପାରି ନ ଥାଏ। ସେଭଳି ଲୋକଙ୍କ ଲାଗି ବ୍ରେଲି ଅକ୍ଷର ହିଁ ସୃଜନଶୀଳତା ପରିପ୍ରକାଶର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥାଏ।

ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲିର ଉପଯୋଗୀତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୪ରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ।

ଦୃଷ୍ଟିବାଧିତଙ୍କ ପାଇଁ ମାନବିକ ଅଧିକାରର ପୂର୍ଣ୍ଣ ହୃଦୟଙ୍ଗମ କରିବାରେ ଯୋଗାଯୋଗର ମାଧ୍ୟମ ଭାବରେ ବ୍ରେଲିର ମହତ୍ତ୍ୱ ବିଷୟରେ ସଚେତନତା ଲାଗି ଏହି ଦିବସ ପାଳିତ ହୁଏ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ନଭେମ୍ବର ୨୦୧୮ରେ ଘୋଷଣା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପାଳନ କରିବା ନିମନ୍ତେ ତାରିଖ ଚୟନ କରାଯାଇଥିଲା। ଦୃଷ୍ଟି ବାଧିତଙ୍କ ଲାଗି ଏହି ଲେଖା ପ୍ରଣାଳୀର ସୃଷ୍ଟିକର୍ତ୍ତା ଲୁଇସ୍‌ ବ୍ରେଲିଙ୍କ ଜନ୍ମଦିନ ପାଳନ ଅବସରରେ ଏହି ଦିନ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୨୦୧୯ ଜାନୁଆରୀ ୪ରେ ପ୍ରଥମ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥିଲା। ୧୮୦୯ ଜାନୁୟାରୀ ୪ରେ ଲୁଇସ୍‌ ବ୍ରେଲିଙ୍କ ଜନ୍ମ ହୋଇଥିଲା। ଏହାର ସ୍ମୃତିରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ।

ପୃଥିବୀରେ ଥିବା ଏକ ବିଲିୟନ ଦୃଷ୍ଟି ବାଧିତଙ୍କୁ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଚାକିରୀ ତଥା ସମାଜର ଅନ୍ୟାନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସମ୍ଭାବନାକୁ ବୃଦ୍ଧି କରିବା ଲାଗି ଏହି ଦିବସ ପାଳନ ଅବସରରେ ପ୍ରୟାସ କରାଯାଇଥାଏ।
କରୋନା ମହାମାରୀ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ତଥା ସତର୍କତାର ଅଭାବ ଯୋଗୁ ଅନେକ ଦୃଷ୍ଟି ବାଧିତ ଆକ୍ରାନ୍ତ ହେବାର ଆଶଙ୍କା ଥିବାବେଳେ ବିଶ୍ୱ ବ୍ରେଲି ଦିବସ ପାଳନ ଦ୍ୱାରା ଏଭଳି ଆଶଙ୍କାର ଦୂର କରାଯାଇ ପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri