Posted inଜାତୀୟ

ଯେଉଁ ବ୍ରହ୍ମାଦତ୍ତଙ୍କୁ ମାରିଥିଲେ ସଞ୍ଜୀବ, ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ ମାୟାବତୀ, କାହିଁକି ରାଜି ହୋଇ ନ ଥିଲା ଭାଜପା…

ଲକ୍ଷ୍ନୌ,୯।୬: ଲକ୍ଷ୍ନୌର ହାଇକୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶ ରାଜନୀତିର ୩ଦଶକର ପୁରୁଣା ଅଧ୍ୟାୟକୁ ତାଜା କରିଦେଇଛି। ସଞ୍ଜୀବ ଭାଜପାର ଦୁଇ ବିଧାୟକ କୃଷ୍ଣାନନ୍ଦ ରାୟ ଏବଂ ବ୍ରହ୍ମାଦତ୍ତ ଦ୍ୱିବେଦୀ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ। ବ୍ରହ୍ମାଦତ୍ତ ମର୍ଡର କେସ୍‌ରେ ସେ ଆଜୀବନ ଜେଲଦଣ୍ଡ ଭୋଗୁଥିଲେ। ବ୍ରହ୍ମାଦତ୍ତଙ୍କୁ ୧୯୯୭ ଫେବୃୟାରୀ ୧୦ରେ ହତ୍ୟା କରାଯାଇଥିଲା। ଏଥିରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୀବ ମୁଖ୍ୟ ଅଭିଯୁକ୍ତ ଥିଲେ।
ତେବେ ସେହି ସମୟରେ ଭାଜପାର ଶୀର୍ଷ ନେତାଙ୍କ ମଧ୍ୟରୁ ବ୍ରହ୍ମାଦତ୍ତ ଦ୍ୱିବେଦୀଙ୍କୁ ଗଣା ଯାଉଥିଲା। ସେ ଅଟଳ ବିହାରୀ ବାଜପେୟୀ, ଆଡଭାନି ଏବଂ ମୁରଲୀ ମନୋହର ଜୋଶୀଙ୍କ ନିକଟତର ଥିଲେ। ୧୯୯୫ରେ ହୋଇଥିବା ଗେଷ୍ଟ ହାଉସ୍‌ ଘଟଣାରୁ ସେ ଚର୍ଚ୍ଚିତ ହୋଇଥିଲେ। ତେବେ ସେହି ଘଟଣାରୁ ସେ ମାୟାବତୀଙ୍କ ନିକଟତର ହୋଇଥିଲେ। ଭାଜପା ସହ ମେଣ୍ଟ ସମୟରେ ମାୟାବତୀ ବ୍ରହ୍ମାଦତ୍ତଙ୍କୁ ମୁଖମନ୍ତ୍ରୀ କରିବାକୁ ଚାହୁଁଥିଲେ।

୧୯୯୩ରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏକାଠି ନିର୍ବାଚନ ଲଢି ମେଣ୍ଟ ସରକାର ଗଠନ କରିଥିଲେ। ଦୁଇବର୍ଷ ସରକାରରେ ରହିବା ପରେ ୧୯୯୫ରେ ମାୟାବତୀ ମେଣ୍ଟ ସରକାରରୁ ସମର୍ଥନ ହଟାଇ ନେଇଥିଲେ। ଏନେଇ ଏସପି ସମର୍ଥକମାନେ ମାୟାବତୀଙ୍କୁ ବିରୋଧ କରିଥିଲେ।
ଲକ୍ଷ୍ନୌର ଏକ ଗେଷ୍ଟ ହାଉସ୍‌ରେ ମାୟାବତୀ ଏସପି ସହ ମେଣ୍ଟ ସରକାର ଭାଙ୍ଗିବା ପାଇଁ ବିଏସପି ନେତାଙ୍କ ସହ ବୈଠକ କରୁଥିଲେ। ତେବେ ଏହି ସମୟରେ ଏସପିର କାର୍ଯ୍ୟକର୍ତ୍ତାମାନେ ଗେଷ୍ଟ ହାଉସ୍‌କୁ ଘେରାଉ କରିଥିଲେ। ଗେଷ୍ଟ ହାଉସର ସେହି ରୁମ୍‌ରେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣ୍ଡଗୋଳରୁ ବଞ୍ଚିବା ପାଇଁ ମାୟାବତୀ ନିଜକୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ। ଖବର ପାଇ ବ୍ରହ୍ମାଦତ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାୟାବତୀ ଏବଂ ବିଏସପିର ଅନ୍ୟ ନେତାଙ୍କୁ ସେଠାରୁ ବଞ୍ଚାଇ ସେ ରାଜ୍ୟପାଳଙ୍କ କାର୍ଯ୍ୟଳୟକୁ ନେଇଯାଇଥିଲେ।

ଏହି ଘଟଣାକୁ ନେଇ ମାୟାବତୀ ବ୍ରହ୍ମାଦତ୍ତଙ୍କ ନିକଟତର ହୋଇଥିଲେ। ସେ ପ୍ରତିଟି କାର୍ଯ୍ୟରେ ବ୍ରହ୍ମାଦତ୍ତଙ୍କୁ ସମର୍ଥନ କରିଥିଲେ। ମାୟାବତୀ ଭାଜପା ସହ ମେଣ୍ଟ ସରକାର ଗଢିବା ସମୟରେ ଅଧା ଅଧା ଟର୍ମରେ ମୁଖ୍ୟମନ୍ତ୍ରୀକୁ ନେଇ ଚୁକ୍ତି କରାଯାଇଥିଲା। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବ୍ରହ୍ମାଦତ୍ତଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଭାଜପା କଲ୍ୟାଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। ପରେ ୧୯୯୭ରେ ଏକ ତେଲକ ସମାରୋହରେ ବ୍ରହ୍ମାଦତ୍ତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri