Posted inଜାତୀୟ

ଯେଉଁ ବ୍ରହ୍ମାଦତ୍ତଙ୍କୁ ମାରିଥିଲେ ସଞ୍ଜୀବ, ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ ମାୟାବତୀ, କାହିଁକି ରାଜି ହୋଇ ନ ଥିଲା ଭାଜପା…

ଲକ୍ଷ୍ନୌ,୯।୬: ଲକ୍ଷ୍ନୌର ହାଇକୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶ ରାଜନୀତିର ୩ଦଶକର ପୁରୁଣା ଅଧ୍ୟାୟକୁ ତାଜା କରିଦେଇଛି। ସଞ୍ଜୀବ ଭାଜପାର ଦୁଇ ବିଧାୟକ କୃଷ୍ଣାନନ୍ଦ ରାୟ ଏବଂ ବ୍ରହ୍ମାଦତ୍ତ ଦ୍ୱିବେଦୀ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ। ବ୍ରହ୍ମାଦତ୍ତ ମର୍ଡର କେସ୍‌ରେ ସେ ଆଜୀବନ ଜେଲଦଣ୍ଡ ଭୋଗୁଥିଲେ। ବ୍ରହ୍ମାଦତ୍ତଙ୍କୁ ୧୯୯୭ ଫେବୃୟାରୀ ୧୦ରେ ହତ୍ୟା କରାଯାଇଥିଲା। ଏଥିରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୀବ ମୁଖ୍ୟ ଅଭିଯୁକ୍ତ ଥିଲେ।
ତେବେ ସେହି ସମୟରେ ଭାଜପାର ଶୀର୍ଷ ନେତାଙ୍କ ମଧ୍ୟରୁ ବ୍ରହ୍ମାଦତ୍ତ ଦ୍ୱିବେଦୀଙ୍କୁ ଗଣା ଯାଉଥିଲା। ସେ ଅଟଳ ବିହାରୀ ବାଜପେୟୀ, ଆଡଭାନି ଏବଂ ମୁରଲୀ ମନୋହର ଜୋଶୀଙ୍କ ନିକଟତର ଥିଲେ। ୧୯୯୫ରେ ହୋଇଥିବା ଗେଷ୍ଟ ହାଉସ୍‌ ଘଟଣାରୁ ସେ ଚର୍ଚ୍ଚିତ ହୋଇଥିଲେ। ତେବେ ସେହି ଘଟଣାରୁ ସେ ମାୟାବତୀଙ୍କ ନିକଟତର ହୋଇଥିଲେ। ଭାଜପା ସହ ମେଣ୍ଟ ସମୟରେ ମାୟାବତୀ ବ୍ରହ୍ମାଦତ୍ତଙ୍କୁ ମୁଖମନ୍ତ୍ରୀ କରିବାକୁ ଚାହୁଁଥିଲେ।

୧୯୯୩ରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏକାଠି ନିର୍ବାଚନ ଲଢି ମେଣ୍ଟ ସରକାର ଗଠନ କରିଥିଲେ। ଦୁଇବର୍ଷ ସରକାରରେ ରହିବା ପରେ ୧୯୯୫ରେ ମାୟାବତୀ ମେଣ୍ଟ ସରକାରରୁ ସମର୍ଥନ ହଟାଇ ନେଇଥିଲେ। ଏନେଇ ଏସପି ସମର୍ଥକମାନେ ମାୟାବତୀଙ୍କୁ ବିରୋଧ କରିଥିଲେ।
ଲକ୍ଷ୍ନୌର ଏକ ଗେଷ୍ଟ ହାଉସ୍‌ରେ ମାୟାବତୀ ଏସପି ସହ ମେଣ୍ଟ ସରକାର ଭାଙ୍ଗିବା ପାଇଁ ବିଏସପି ନେତାଙ୍କ ସହ ବୈଠକ କରୁଥିଲେ। ତେବେ ଏହି ସମୟରେ ଏସପିର କାର୍ଯ୍ୟକର୍ତ୍ତାମାନେ ଗେଷ୍ଟ ହାଉସ୍‌କୁ ଘେରାଉ କରିଥିଲେ। ଗେଷ୍ଟ ହାଉସର ସେହି ରୁମ୍‌ରେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣ୍ଡଗୋଳରୁ ବଞ୍ଚିବା ପାଇଁ ମାୟାବତୀ ନିଜକୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ। ଖବର ପାଇ ବ୍ରହ୍ମାଦତ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାୟାବତୀ ଏବଂ ବିଏସପିର ଅନ୍ୟ ନେତାଙ୍କୁ ସେଠାରୁ ବଞ୍ଚାଇ ସେ ରାଜ୍ୟପାଳଙ୍କ କାର୍ଯ୍ୟଳୟକୁ ନେଇଯାଇଥିଲେ।

ଏହି ଘଟଣାକୁ ନେଇ ମାୟାବତୀ ବ୍ରହ୍ମାଦତ୍ତଙ୍କ ନିକଟତର ହୋଇଥିଲେ। ସେ ପ୍ରତିଟି କାର୍ଯ୍ୟରେ ବ୍ରହ୍ମାଦତ୍ତଙ୍କୁ ସମର୍ଥନ କରିଥିଲେ। ମାୟାବତୀ ଭାଜପା ସହ ମେଣ୍ଟ ସରକାର ଗଢିବା ସମୟରେ ଅଧା ଅଧା ଟର୍ମରେ ମୁଖ୍ୟମନ୍ତ୍ରୀକୁ ନେଇ ଚୁକ୍ତି କରାଯାଇଥିଲା। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବ୍ରହ୍ମାଦତ୍ତଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଭାଜପା କଲ୍ୟାଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। ପରେ ୧୯୯୭ରେ ଏକ ତେଲକ ସମାରୋହରେ ବ୍ରହ୍ମାଦତ୍ତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?