ବିପିଏସ୍‌ପିଏ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଗେଜେଟେଡ୍‌ ଅଫିସର୍ସ କାଟେଗୋରିରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସ୍‌ପିଏ) ୨୦୨୦-୨୧ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ରାଷ୍ଟ୍ରୀୟସ୍ତରର ଏହି ସମ୍ମାନ ସହ ବିପିଏସ୍‌ପିଏକୁ ୨୦ଲକ୍ଷ ଟଙ୍କାର(ଗ୍ରାଣ୍ଟ-ଇନ୍‌-ଏଡ୍‌) ପୁରସ୍କାର ମଧ୍ୟ ମିଳିଛି। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶାର ବିପିଏସ୍‌ପିଏକୁ ଏହି ସର୍ବଶ୍ରେଷ୍ଠ ସମ୍ମାନ ମିଳିଛି, ଯାହାକି ଏକାଡେମୀର ସମସ୍ତଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି ବୋଲି ଏହାର ନିର୍ଦ୍ଦେଶକ ତଥା ଅତିରିକ୍ତ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ବିପିଏସ୍‌ପିଏ ଓଡ଼ିଶାର ଏକ ପ୍ରମୁଖ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ। ୨୦୦୫ରେ ଏହା ପ୍ରତିଷ୍ଠା ହୋଇଥିଲା। ଏଠାରେ ସିଧାସଳଖ ଡିଏସ୍‌ପି ଏବଂ ସବ୍‌ ଇନ୍‌ସପେକ୍ଟର, ସର୍ଜେଣ୍ଟ, ଡେପୁଟି ସୁବେଦାର ଭାବେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇଥାଏ। ଏଯାବତ୍‌ ଏଠାରୁ ୬ଟି ବ୍ୟାଚ୍‌ରେ ସିଧାସଳଖ ଓପିଏସ୍‌ ପାଇଥିବା ୬୫ ଡିଏସ୍‌ପି ଏବଂ ୨୪ଟି ବ୍ୟାଚ୍‌ରେ ୩୨୦୦ ସବ୍‌ ଇନ୍‌ସପେକ୍ଟର୍ସ, ସର୍ଜେଣ୍ଟ ଏବଂ ସୁବେଦାର ପ୍ରଶିକ୍ଷଣ ନେଇସାରିଛନ୍ତି। ପୋଲିସ ଏଏସ୍‌ଆଇ, ଏକ୍ସାଇଜ୍‌ ଅଫିସର, ଟ୍ରାନ୍‌ସପୋର୍ଟ(ଓଏମ୍‌ଭିଡି), ଫରେଷ୍ଟ, ପ୍ରିଜନ୍‌ ଡିପାର୍ଟମେଣ୍ଟ ଓ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଅଧିକାରୀଙ୍କୁ ମଧ୍ୟ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ଚାକିରିରେ ଥିବା ପୋଲିସ ଅଧିକାରୀଙ୍କୁ ଚାକିରିକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପୂର୍ବାଞ୍ଚଳ ଜୋନ୍‌ରେ ଆସୁଥିବା ବିପିଏସ୍‌ପିଏ ପୂର୍ବରୁ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରଦାନ କରିବାରେ ୨୦୧୫-୧୬, ୨୦୧୬-୧୭, ୨୦୧୮-୧୯ ଏବଂ ୨୦୧୯-୨୦ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜୋନାଲ୍‌ ଲେଭଲ୍‌ ଟ୍ରଫି ପାଇବାରେ ସଫଳ ହୋଇଥିଲା। ଚଳିତଥର ଗେଜେଟେଡ୍‌ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟଟ୍‌ କାଟେଗୋରିରେ ଦେଶର ସର୍ବଶ୍ରେଷ୍ଠ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିପିଏସ୍‌ପିଏ ପୁରସ୍କୃତ ହୋଇଥିବାବେଳେ ନନ୍‌ ଗେଜେଟେଡ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ କାଟେଗୋରିରେ ମହାରାଷ୍ଟ୍ର ପୁଣେସ୍ଥିତ ଏମ୍‌ଏସ୍‌ପିଡବ୍ଲ୍ୟୁଟିସି ଏବଂ ଅନ୍ୟାନ୍ୟ (କନଷ୍ଟେବଳ) ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ କାଟେଗୋରିରେ ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ପୋଲିସ ଟ୍ରେନିଂ କଲେଜ ଟ୍ରଫି ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୭୫୪୫କୁ ବୃଦ୍ଧି

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ନୂଆ ଚିହ୍ନଟ...

ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ...

୫ ବର୍ଷରେ ୫୦ ପ୍ରତିଶତ ଫୁଏଲ୍‌ ଷ୍ଟେଶନ ହେବ ସୌରଚାଳିତ: ଧର୍ମେନ୍ଦ୍ର

ଭୁବନେଶ୍ୱର ୯।୯(ବ୍ୟୁରୋ): ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫ୍ୟୁଏଲ୍‌(ଇନ୍ଧନ) ଷ୍ଟେସନକୁ ଆସନ୍ତା ୫ ବର୍ଷରେ ସୌରଚାଳିତ କରାଯିବ। ଆନ୍ତର୍ଜାତିକ...

କରୋନା କଟକଣା ଉଲଘଂନ: ୨୪୫ ମାମଲା ରୁଜୁ

କଟକ ଅଫିସ,୪।୪- କରୋନା ଭୁତାଣୁକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ କେତେକ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି। କଟକଣା ଉଲଘଂନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ...

ସ୍କୁଲରେ ନାମଲେଖା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।...

ଓଡ଼ିଶା ଶ୍ରେଷ୍ଠ କ୍ରୀଡ଼ା ପ୍ରୋତ୍ସାହନକାରୀ ରାଜ୍ୟ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋଟର୍‌ସ ଷ୍ଟାର୍‌ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି।...

ରାଜ୍ୟରେ ବର୍ଷା ଆରମ୍ଭ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଓଡ଼ିଶାକୁ ପଶ୍ଚିମା ଝଡ଼ର ଆଗମନ ଯୋଗୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ସୋମବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇଛି। ଏଥିସହିତ ପଶ୍ଚିମ...

ବିରୋଧ, ବିକ୍ଷୋଭ

ଭୁବନେଶ୍ୱର,୨୬।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଭାରତୀୟ କିଷାନ ୟୁନିୟନ, ଅଲ୍‌ ଇଣ୍ଡିଆ କୃଷକ ସଂଗଠନ, ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ...

Advertisement
Archives

Model This Week