ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲେ ପ୍ରେମିକ, ଘଟଣାରେ ପ୍ରେମିକଙ୍କୁ ହେଲା ଆଜୀବନ ଜେଲ ଦଣ୍ଡ

ଛତ୍ରପୁର, ୧୭।୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ପ୍ରେମିକ ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ ହତ୍ୟା ଘଟଣାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଅଭିଯୁକ୍ତ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କରି ରାୟରେ ପ୍ରକାଶ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ୨୪ ଜଣ ଓ ମୁଦୁଲାଙ୍କ ପକ୍ଷରୁ ୨ ଜଣ ସମୁଦାୟ ୨୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏହାସହ ପୋଲିସ ଓ ଏକ୍ୟୁଜିଭିଟ ମାଜିଷ୍ଟ୍ରେଟ ତଥା ପୁରୁଷୋତ୍ତମପୁର ପ୍ରାକ୍ତନ ତହସିଲଦାର ନୀତୀଶ ତ୍ରିପାଠୀଙ୍କ ଉପସ୍ଥିତିରେ ରେକର୍ଡ କରାଯାଇଥିବା ମୃତ୍ୟୁକାଳନୀ ବୟାନ ଏବଂ ଘଟଣାସ୍ଥଳର ପରିପାର୍ଶ୍ୱରୁ ବିଭିନ୍ନ ତଥ୍ୟକୁ ଆଧାର କରି ମକଦ୍ଦମାକୁ ସରକାରଙ୍କ ପକ୍ଷରୁ କ୍ୟାଡର ଆଡିସନାଲ ପିପି ନିହାର ରଞ୍ଜନ ଜେନା ଓ ସହଯୋଗୀ ଭାବେ ସରକାରୀ ଓକିଲ ଗଙ୍ଗାଧର ପଣ୍ଡା ପରିଚାଳନା କରିଥିଲେ । ଗତ ୨୦୨୧ ଜୁଲାଇ ୨୭ ତାରିଖରେ ମୁଜାଗଡ଼ ହସ୍ପିଟାଲର ଲ୍ୟାବ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଶୁଭସ୍ମିତା ଖାଡଙ୍ଗା ଓ ପ୍ରତାପରୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ପ୍ରଥମେ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ । ଏହା ମଧ୍ୟରେ କୃଷ୍ଣଚନ୍ଦ୍ର ବିବାହ ପାଇଁ ବହୁବାର ଶୁଭସ୍ମିତାଙ୍କୁ ପ୍ରସ୍ତାବ ଦେଇଆସୁଥିଲେ । କିନ୍ତୁ ଶୁଭସ୍ମିତାଙ୍କ ଘର ଲୋକେ ରାଜି ହେଉନଥିଲେ l ପରେ ଶୁଭସ୍ମିତାଙ୍କୁ କୃଷ୍ଣଚନ୍ଦ୍ର ପୁରୁଷୋତ୍ତମପୁର ଥାନା ପ୍ରତାପପୁର ସ୍ଥିତ ଏକ ପରିତ୍ୟକ୍ତ ଘରକୁ ଡାକି ଆଣି ସ୍ପିରିଟ ପକାଇ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାଙ୍କରି ପ୍ରାୟ ୯୫ ପ୍ରତିଶତ ଶରୀର ନିଆଁରେ ପୋଡି ହୋଇଯାଇଥିଲା । ଖବରପାଇ ପୋଲିସ ଓ ଏକ୍ୟୁଜିଟିଭ ମାଜିଷ୍ଟ୍ରେଟ ଭାବେ ପୁରୁଷୋତମପୁର ତହସିଲଦାରଙ୍କ ଉପସ୍ଥିତିରେ ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ବୟାନ ରେକର୍ଡ କରାଯାଇଥିଲା। ଏହି ଘଟଣା ସଂପର୍କରେ ମୃତ ଶୁଭସ୍ମିତାଙ୍କ ବାପା ପ୍ରଶାନ୍ତ କୁମାର ଖାଡଙ୍ଗା ଅଭିଯୋଗ କ୍ରମେ ପୁରୁଷୋତ୍ତମପୁର ଥାନାରେ ୩୩୪/୨୦୨୧ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲେ। ଜିଆର ନଂ ୩୩୧ରେ ପରେ ଏସଟି ୮ /୨୨ ନଂ ମାମଲା କୋର୍ଟରେ ବିଚାର ଚାଲିଥିଲା l

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri