ପ୍ରେମିକାଙ୍କୁ ମାରି ଘରେ ପୋତି ପ୍ରେମିକ କରିଦେଲେ ସିମେଣ୍ଟ ପ୍ଲାଷ୍ଟର, ଜଣାପଡ଼ିବା ପରେ…

ଭୋପାଳ,୨୮।୧: ମଧ୍ୟପ୍ରଦେଶର ଖରଗୋନର ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସନ୍ତୋଷ ନାମକ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟାଙ୍କୁ ମାରି ତିଆରି କରିଥିବା ନିଜର ନୂଆ ଘରେ ଗାତ କରି ଏହା ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଛନ୍ତି। ଏହି ଘଟଣା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ସିନ୍‌ ପରି ଲାଗୁଛି।
ଛାୟା କିଛିଦିନ ହେବ ବାପଘରେ ରହୁଥିଲେ। ମାତ୍ର ୩୦ ଡିସେମ୍ବରରେ ଅଚାନକ କେଉଁଆଡ଼େ ନିଖୋଜ ହୋଇଗଲେ। ଏନେଇ ପରିବାର ଲୋକେ ୩ ଜାନୁୟାରୀ ୨୦୨୧ରେ ଭିକନଗାଓଁ ଥାନାରେ ଏତଲା ଦେଇଥିଲେ। ଛାୟା ନିଖୋଜ ହେବା ପରେ ସନ୍ତୋଷ ମଧ୍ୟ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଏବଂ ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ଦୁଇଜଣ ଗାଁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ଏଥିସହ ସନ୍ତୋଷଙ୍କ ପିତା କିଶୋର ମଧ୍ୟ ଗାଁରୁ ଫେରାର ଥିଲେ। ସନ୍ତୋଷ ଛାୟାଙ୍କୁ ତାଙ୍କ ନୂଆ ଘରେ ବନ୍ଦୀ କରି ରଖିଥିବା ଛାୟାଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ପୋଲିସ ଛାନ୍‌ଭିନ କରି ମଧ୍ୟ କୌଣସି ସୁରାକ ପାଇ ନ ଥିଲା। ୨୬ ଜାନୁୟାରୀରେ ସନ୍ତୋଷଙ୍କ ଘର ପାଖରୁ ଗନ୍ଧ ଆସୁଥିବା ପଡ଼ୋଶୀ କହିଥିଲେ। ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘର ତାଲା ଭାଙ୍ଗି ଯାଞ୍ଚ କରିବାରୁ ଘର ଭିତରେ ଏକ ଖାଲି ସ୍ଥାନରେ ସିମେଣ୍ଟରେ ପ୍ଲାଷ୍ଟର କରାଯାଇଥିବା ଦେଖିଥିଲା। ଯେତେବେଳେ ଖୋଳିଲେ ପ୍ରଥମେ ମହିଳାଙ୍କ ଚୁଡ଼ି ଦେଖିଲା ପୋଲିସ। ପରେ ୩ ଫୁଟ ଖୋଳିବା ପରେ ଛାୟାଙ୍କ ମୃତଦେହ ମିଳିଥିଲା।
ଏସ୍‌ଡିଓପି ପ୍ରବୀଣ କୁମାର କୁହନ୍ତି, ଏଫ୍‌ଏସ୍‌ଏଲ୍‌ ଟିମ୍‌ ଡାକି ଛାୟାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ଼: ଭିଡ଼ିଓ ଭାଇରାଲ

ରାୟପୁର,୧୫।୧୧: ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡ଼ା ମାଡ଼ ହେଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି...

ସନ୍ଧ୍ୟାରେ ଭାଜପାର କୋର କମିଟି ବୈଠକ, ଉପନିର୍ବାଚନ ପାଇଁ ଦଳ କାହାକୁ କରିବ ପ୍ରାର୍ଥୀ ହେବ ଆଲୋଚନା

ଲକ୍ଷ୍ନୌ,୯।୧୧: ଡିସେମ୍ବର ୫ରେ ମେନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବୁଧବାର କୋର କମିଟି ବୈଠକ ବସିବ।...

ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ...

‘ରାମପୁରରେ ହୋଇନାହିଁ ନିର୍ବାଚନ, ଦ୍ୱିତୀୟଥର ଭୋଟିଂ ଜରୁରୀ’: ଫଳାଫଳ ଆସିବା ପୂର୍ବରୁ ଆସିମ ରାଜାଙ୍କ ବୟାନ

ଲକ୍ଷ୍ନୌ,୮ ।୧୨: ଉତ୍ତର ପ୍ରଦେଶର ରାମପୁର ଉପନିର୍ବାଚନକୁ ନେଇ ଭୋଟ ଗଣିତି ଗୁରୁବାର ସକାଳୁ ଆରମ୍ଭ ହୋଇଛି । ଏହା ପୂର୍ବରୁ ରାମପୁରର ସମାଜବାଦୀ ପାର୍ଟି...

ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍‌ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ...

କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩୦ା୧୧: ଓମିକ୍ରନ୍‌କୁ ନେଇ ବିଶ୍ୱରେ ଭୟ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଗତ ୨୫ ତାରିଖରେ କେନ୍ଦ୍ର...

ଆଇନଜୀବୀଙ୍କ କୋର୍ଟରେ ହାଜର ହେବା ସହଜ ହେବ: ଜାନୁୟାରୀ ୨ରୁ ଅନଲାଇନ ମଡ୍ୟୁଲ…

ନୂଆଦିଲ୍ଲୀ,୩୧।୧୨ : ଆଇନଜୀବୀମାନଙ୍କ ପାଇଁ କୋର୍ଟରେ ହାଜର ହେବା ପ୍ରକ୍ରିୟାକୁ ସହଜ କରିବା ପାଇଁ ସୁପ୍ରିମକୋର୍ଟ ଏକ ଅନଲାଇନ ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି। ୨୦୨୩ ଜାନୁଆରୀ...

ମୌସୁମୀ ନେଇଛି ୨,୩୯୧ ଜୀବନ

ନୂଆଦିଲ୍ଲୀ,୧୯ା୧୧(ପି.ଟି.):ଚଳିତବର୍ଷ ମୌସୁମୀ ଋତୁରେ ବର୍ଷା, ବନ୍ୟା ଓ ତଜ୍ଜନିତ କାରଣରୁ ୨,୩୯୧ ଜଣଙ୍କ ଜୀବନ ଯାଇଥିବାବେଳେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ...

Advertisement
Archives

Model This Week