ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ

ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା ଦେଇଥିବା ବିବାହିତ ପ୍ରେମିକଙ୍କ କାରନାମା ନେଇ ଜିଲାବ୍ୟାପି ଚର୍ଚ୍ଚା ହେଉଛି। ମଙ୍ଗଳବାର ମଧ୍ୟ ସମାନ ଅଭିଯୋଗରେ ଏକ ମାମଲା ଥାନାରେ ପଞ୍ଜୀକୃତ ହୋଇଛି।

ପୀଡ଼ିତାଙ୍କ ଲିଖିତ ଅଭିଯୋଗ ମୁତାବକ, ରାଜକନିକା ଥାନା ଅନ୍ତର୍ଗତ କଣ୍ଟପଡ଼ା ପଞ୍ଚାୟତ ଜରିସାହି ଗଁାର ବିଶ୍ୱରଞ୍ଜନ ଦାସ(୩୦) ଜଣେ ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ବାତ୍ୟା ‘ଦାନା’ ସମୟରୁ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ଏବେ ଗର୍ଭବତୀ ଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏବେ ତାଙ୍କୁ ଗର୍ଭପାତ କରାଇବାକୁ ଔଷଧ ଦେବା, ଔଷଧ ନ ଖାଇଲେ ଜୀବନରୁ ମାରି ଦେବାକୁ ବିଶ୍ୱରଞ୍ଜନ ଧମକ ଦେଉଥିବା ଭଳି ଅଭିଯୋଗ ଏତଲାରେ ଉଲ୍ଲେଖ ରହିଛି। ମହିଳାଙ୍କ ଏତଲା ଆଧାରରେ ଦଫା ୬୪/୮୯/୨୯୬/୩୫୧(୨)(୩)/୩(୫) ବିଏନ୍‌ଏସ୍‌ରେ ନଂ: ୬୯/୨୫ର ମାମଲା ରୁଜୁ କରାଯାଇଛି। ପୋଲିସ ବିଶ୍ୱରଞ୍ଜନକୁ ଗିରଫ କରିଥିବା ଆଇଆଇସି ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri