ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ

ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା ଦେଇଥିବା ବିବାହିତ ପ୍ରେମିକଙ୍କ କାରନାମା ନେଇ ଜିଲାବ୍ୟାପି ଚର୍ଚ୍ଚା ହେଉଛି। ମଙ୍ଗଳବାର ମଧ୍ୟ ସମାନ ଅଭିଯୋଗରେ ଏକ ମାମଲା ଥାନାରେ ପଞ୍ଜୀକୃତ ହୋଇଛି।

ପୀଡ଼ିତାଙ୍କ ଲିଖିତ ଅଭିଯୋଗ ମୁତାବକ, ରାଜକନିକା ଥାନା ଅନ୍ତର୍ଗତ କଣ୍ଟପଡ଼ା ପଞ୍ଚାୟତ ଜରିସାହି ଗଁାର ବିଶ୍ୱରଞ୍ଜନ ଦାସ(୩୦) ଜଣେ ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ବାତ୍ୟା ‘ଦାନା’ ସମୟରୁ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ଏବେ ଗର୍ଭବତୀ ଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏବେ ତାଙ୍କୁ ଗର୍ଭପାତ କରାଇବାକୁ ଔଷଧ ଦେବା, ଔଷଧ ନ ଖାଇଲେ ଜୀବନରୁ ମାରି ଦେବାକୁ ବିଶ୍ୱରଞ୍ଜନ ଧମକ ଦେଉଥିବା ଭଳି ଅଭିଯୋଗ ଏତଲାରେ ଉଲ୍ଲେଖ ରହିଛି। ମହିଳାଙ୍କ ଏତଲା ଆଧାରରେ ଦଫା ୬୪/୮୯/୨୯୬/୩୫୧(୨)(୩)/୩(୫) ବିଏନ୍‌ଏସ୍‌ରେ ନଂ: ୬୯/୨୫ର ମାମଲା ରୁଜୁ କରାଯାଇଛି। ପୋଲିସ ବିଶ୍ୱରଞ୍ଜନକୁ ଗିରଫ କରିଥିବା ଆଇଆଇସି ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର

ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା...

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୧୯.୬୫ କୋଟି ମଞ୍ଜୁର

ଭୁବନେଶ୍ୱର/ବାରିପଦା,୨୪ା୩ (ରବିନାରାୟଣ ଜେନା,ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗତ ଶୁକ୍ରବାର କାଳବୈଶାଖୀଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳର...

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

ଶବ ଦାହ ପାଇଁ ମିଳୁନି କାଠ: DFO’ଙ୍କ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ

ସୁନ୍ଦରଗଡ଼,୨୩ା୩(ଜୟ ନାରାୟଣ ମେଣ୍ଡୁଳି): ମୃତଦେହ ସତ୍କାର ପାଇଁ କାଠ ନ ମିଳିବାରୁ ସନ୍ଧ୍ୟାରେ ସୁନ୍ଦରଗଡ ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ସହିତ...

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ...

ପିକଅପ୍‌ ଭ୍ୟାନ୍‌ ଧକ୍କା: ଚାଳିଗଲା ସ୍କୁଟି ଚାଳକଙ୍କ ଜୀବନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବାନ୍ଦୁଟିକ୍ରା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତବେଗରେ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଜଙ୍ଗଲରେ ପଡ଼ିଥିବା ଖୁଣ୍ଟିକୁ ନେଇ ରାଜନୀତି: ଆନ୍ଧ୍ର ତହସିଲଦାରଙ୍କ ନିକଟରେ ସୁରକ୍ଷା ଦାବି କଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୩ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀରେ ଥିବା କୋଟିଆ ପଞ୍ଚାୟତ ଉପରସେମ୍ବି ଗ୍ରାମ ନିକଟ ଜଙ୍ଗଲରେ ପଡ଼ିଥିବା ସୀମା ଚିହ୍ନଟ ଖୁଣ୍ଟିକୁ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ

ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri