Posted inଫୁରସତ

ହଳଦିଆ ଜିଭ, ପେଟରେ ଦରଜ ପରି ଲକ୍ଷଣ ଦେଖି ଚିନ୍ତାରେ ପଡ଼ିଲେ ଡାକ୍ତର; ପରେ ଜାଣିଲେ…

ଜଣେ ୧୨ ବର୍ଷର ବାଳକଙ୍କ ହଳଦିଆ ଜିଭ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତଦ୍‌ବ୍ୟତୀତ ବାଳକର ଶରୀରରେ କେତେକ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରେ ପରିବାର ଲୋକେ କାନାଡାର ଟରେଣ୍ଟୋରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ। ତାଙ୍କ ଗଳା ଦରଜ ହେବା, ହଳଦିଆ ପରିସ୍ରା ହେବା, ପେଟ ଦରଜ ହେବା, ତ୍ୱଚା ହଳଦିଆ ପଡ଼ିବା ପରି ଲକ୍ଷଣ ପ୍ରକାଶ ପାଇଥିଲା। ଏପରି ଲକ୍ଷଣ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ଡାକ୍ତର ଭାବୁଥିଲେ ଏହା ଜଣ୍ଡିସ୍‌ ବା ହଳଦିଆ କାମଳ ରୋଗ। ମାତ୍ର ଧୀରେ ଧୀରେ ଆଖି ମଧ୍ୟ ହଳଦିଆ ହୋଇଗଲା। ପରେ ଜିଭ ବି ହଳଦିଆ ହୋଇଗଲା। ଯାହା ଡାକ୍ତରଙ୍କୁ ଚିନ୍ତାରେ ପକାଇଥିଲା।

ଅନେକ ପରୀକ୍ଷା ନିରୀକ୍ଷା କରିବା ପରେ ବାଳକଙ୍କୁ ଆନେମିଆ ଏବଂ ଆପଷ୍ଟିନ୍‌ ବାର୍‌ ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ଏମିତି ଏକ ଭାଇରସ ଯାହା ପିଲାମାନଙ୍କୁ ସଂକ୍ରମିତ କରିଥାଏ। ଏହି ବାଳକ ଅଟୋଇମ୍ୟୁନୋ ଡିସ୍‌ଅର୍ଡର ରୋଗରେ ପୀଡ଼ିତ। ଏକ ରିପୋର୍ଟ ଅନୁଯାୟୀ, ବାଳକର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଶରୀରରେ ରକ୍ତ କୋଶିକା ଉପରେ ଏହା ସଂକ୍ରମିତ ହୋଇଛି। ଯେଉଁ କାରଣରୁ ଏପରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri