Posted inଫୁରସତ

ଲୁଚକାଳି ଖେଳରୁ ବିଦେଶରେ ପହଞ୍ଚିଲେ ବାଳକ

ଢାକା:ଲୁଚକାଳି ପିଲାବେଳର ସମସ୍ତଙ୍କ ପ୍ରିୟ ଖେଳ ଭାବେ ଜଣାଯାଏ। ଲୁଚକାଳିକୁ ନେଇ ଛୋଟବେଳର ଅନେକ ସ୍ମୃତି ମଧ୍ୟ ଅନେକଙ୍କ ମନେ ଥିବ। କିନ୍ତୁ ଏହି ଲୁଚକାଳି ଖେଳରୁ ଜଣେ ୧୫ ବର୍ଷର ବାଳକ ଯାଇ ମାଲେସିଆରେ ପହଞ୍ଚିଛନ୍ତି। ବାଂଲାଦେଶର ଫହିମ ଗତ ୧୧ ତାରିଖରେ କେତେଜଣ ସାଙ୍ଗମାନଙ୍କ ସହ ମିଶି ଲୁଚକାଳି ଖେଳୁଥିଲେ। ଖେଳୁ ଖେଳୁ ସେ ଯାଇ ଏକ କଣ୍ଟେନରରେ ଲୁଚିଗଲେ। ସେଠାରେ ଲୁଚିଥିବା ଫହିମଙ୍କୁ ନିଦ ହୋଇଯାଇଥିଲା ଓ କଣ୍ଟେନରରେ ସେ ଶୋଇପଡ଼ିଥିଲେ। ଉକ୍ତ କଣ୍ଟେନରଟି ଜାହାଜରେ ଲୋଡ୍‌ ହୋଇ ମାଲେସିଆରେ ଯାଇ ପହଞ୍ଚିଥିଲା। ୧୧ ତାରିଖ ପରଠାରୁ ଫହିମଙ୍କ କୌଣସି ଖୋଜ୍‌ଖବର ମିଳୁ ନ ଥିଲା। ନିଦ ଭାଙ୍ଗିବା ପରେ ଫାହିମ ରକ୍ଷା ପାଇଁ ଚିତ୍କାର କରିଥିଲେ ହେଁ କେହି ତାଙ୍କୁ ଶୁଣିପାରି ନ ଥିଲେ। ଠିକ୍‌ ୬ ଦିନ ପରେ କଣ୍ଟେନରଟି ଯାଇ ପହଞ୍ଚିଥିଲା ମାଲେସିଆରେ। ଉକ୍ତ କଣ୍ଟେନରକୁ ଜାହାଜରୁ ବାହାର କରିବା ସମୟରେ ଲୋକେ ଫହିମଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ କଣ୍ଟେନର ଖୋଲି ଦେଖିବା ବେଳକୁ ତା’ ଭିତରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫାହିମଙ୍କୁ ପାଇଥିଲେ। ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଟେଙ୍ଗକୁ ଆମ୍ପୁଆନ ରହିମାହ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫହିମଙ୍କ କଣ୍ଟେନରରୁ ଉଦ୍ଧାର କରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଫହିମଙ୍କୁ ପୁଣି ବାଂଲାଦେଶ ପଠାଇବା ପାଇଁ ମାଲେସିଆର କ୍ଲାଙ୍ଗ ବନ୍ଦର କର୍ତ୍ତୃପକ୍ଷ ପ୍ରତିପକ୍ଷ ବାଂଲାଦେଶ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଫହିମଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri