Posted inଖେଳ

ଅବସର ଘୋଷଣା କଲେ କିମ୍ବଦନ୍ତୀ ବକ୍ସର ମେରି କମ୍

ନୂଆଦିଲ୍ଲୀ,୨୪।୧: ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୧୨ ଅଲିମ୍ପିକ୍ ପଦକ ବିଜେତା ମଙ୍ଗଟେ ଚୁଙ୍ଗନେଜାଙ୍ଗ ମେରି କମ୍ ବୁଧବାର ବକ୍ସିଂରୁ ଅବସର ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦେଇଥାଏ। ମେରିଙ୍କୁ ବର୍ତମାନ ୪୧ ବର୍ଷ ହୋଇଥିବାରୁ ସେ ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ, ଯେଉଁଥିପାଇଁ ସେ ଅବସର ଘୋଷଣା କରିଛନ୍ତି।

“ଏବେ ମଧ୍ୟ ମୋର ପ୍ରତିଯୋଗିତା କରିବାକୁ ଆଗ୍ରହ ରହିଛି କିନ୍ତୁ ଦୁର୍ଭାଗ୍ୟବଶତଃ ବୟସ ସୀମା ହେତୁ ଏହା ସମାପ୍ତ ହୋଇଛି ମୁଁ କୌଣସି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ। ମୁଁ ଅଧିକ ଖେଳିବାକୁ ଚାହେଁ କିନ୍ତୁ ମୋତେ ଛାଡିବାକୁ ବାଧ୍ୟ କରାଯାଉଛି (ବୟସ ସୀମା ହେତୁ)। ମୋତେ ଅବସର ନେବାକୁ ପଡିବ। ତେବେ ମୁଁ ମୋର ଜୀବନରେ ସବୁକିଛି ହାସଲ କରିଛି ବୋଲି ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି।”

ମେରି ବକ୍ସିଂ ଇତିହାସରେ ପ୍ରଥମ ମହିଳା ବକ୍ସର ଯିଏକି ୬ ଟି ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତି। ପାଞ୍ଚ ଥର ଏସୀୟ ଚାମ୍ପିଅନ୍ ଭାରତର ପ୍ରଥମ ମହିଳା ବକ୍ସର ଭାବରେ ୨୦୧୪ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅଭିଜ୍ଞ ମେରି କମ୍ ଲଣ୍ଡନ ୨୦୧୨ ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ଯାହା ଫଳରେ ସେ ସମସ୍ତ ବର୍ଗର ଟାଇଟଲ୍ ହାସଲ କରିଥିଲେ। ସେ ପେନସିଲଭାନିଆର ସ୍କ୍ରାଣ୍ଟନରେ ଅନୁଷ୍ଠିତ ଉଦ୍ଘାଟନୀ ବିଶ୍ୱକ୍ରୀଡ଼ାରେ 18 ବର୍ଷ ବୟସରେ ନିଜକୁ ବିଶ୍ୱ ସହିତ ପରିଚିତ କାରାଇଥିଲେ।

ଆଗାମୀ ବର୍ଷରେ, ସେ ପ୍ରଥମ ଭାରତୀୟ ହୋଇ AIBA ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ୨୦୦୫, ୨୦୦୬, ୨୦୦୮ ଏବଂ ୨୦୧୦ ସଂସ୍କରଣରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିଲେ। ୨୦୦୮ ଟାଇଟଲ୍ ଜିତିବା ପରେ, ମେରି ତାଙ୍କ ଯାଆଁଳା ସନ୍ତାନ ଜନ୍ମ କରିବା ପରେ ଖେଳରୁ କିଛି ଦିନ ବିରତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?