Posted inଖେଳ

ଭାରତ ବିପକ୍ଷରେ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ: ସ୍ବେପ୍‌ସନ

ମେଲବୋର୍ନ,୧୬।୧୧(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌- ଅପ୍‌ ବିଶ୍ୱସ୍ତରୀୟ। ଭାରତ ବିପକ୍ଷରେ ବୋଲିଂ କରିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଯୁବ ଅଷ୍ଟ୍ରେଲୀୟ ଲେଗ୍‌ସ୍ପିନର ମିଚେଲ ସ୍ବେପ୍‌ସନ କହିଛନ୍ତି। ଭାରତ ବିପକ୍ଷ ଆଗାମୀ ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ସ୍ବେପସନ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିଡନୀ ଟେଷ୍ଟ ଓ ବାଂଲାଦେଶ ଗସ୍ତରେ ସାମିଲ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଟେଷ୍ଟ ପଦାର୍ପଣ କରିନାହାନ୍ତି। ଅବଶ୍ୟ କୋଭିଡ୍‌-୧୯ କାରଣରୁ ଏହି ସିରିଜ ବାତିଲ ହୋଇଥିଲା।
ଭାରତ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ସ୍ବେପ୍‌ସନଙ୍କୁ ସାମିଲ କରାଯାଇଛି। ଏହି ଦୁଇଟି ମ୍ୟାଚ୍‌ରେ ସେ ବୋଲିଂ କରିବେ ବୋଲି ଆଶା କରୁଛନ୍ତି। କୋହଲିଙ୍କ ଭଳି ମହାନ୍‌ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି।
୩ଟି ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳି ସ୍ପେପ୍‌ସନ ୨୧.୧୭ ରନ ହାରରେ ୨୩ଟି ଉଇକେଟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ତେବ ସ୍ପିନର ହିସାବରେ ଅଭିଜ୍ଞ ନାଥନ ଲିୟନ ପ୍ରଥମ ପସନ୍ଦ ଭାବେ ଟେଷ୍ଟ ଖେଳିବେ। ଯଦି ଦୁଇଜଣ ସ୍ପିନରଙ୍କୁ ଖେଳାଯାଏ ତା’ହେଲେ ମୋର ଖେଳିବାର ସମ୍ଭାବନା ସୃଷ୍ଟି ହେବ ବୋଲି ୨୭ ବର୍ଷୀୟ ସ୍ବେପ୍‌ସନ କହିଛନ୍ତି। ୪ଟି ଯାକ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେବି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୩ଟି ଦିନିକିଆ, ୩ଟି ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ (ଦିବାରାତ୍ର) ଖେଳାଯିବ। ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଯିବାକୁ ଥିବାରୁ ଅନ୍ତିମ ୩ଟି ଟେଷ୍ଟ ଖେଳିବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri