Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ପଏଣ୍ଟ ପ୍ରତିଶତକୁ ବିଚାର କରି ଫାଇନାଲିଷ୍ଟ ସ୍ଥିର କରାଯିବ

ନୂଆଦିଲ୍ଲୀ,୧୬।୧୧(ପି.ଟି.): ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରାରମ୍ଭିକ ସଂସ୍କରଣର ଦୁଇ ଫାଇନାଲିଷ୍ଟଙ୍କୁ ଚୟନ କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତା’ର ନୀତି ସ୍ପଷ୍ଟ କରିଛି। କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଡବ୍ଲ୍ୟଟିସିର ଫାଇନାଲିଷ୍ଟ ହାସଲ କରିଥିବା ପଏଣ୍ଟ ପ୍ରତିଶତକୁ ନେଇ ସ୍ଥିରୀକୃତ ହେବ ବୋଲି ଆଇସିସି ତରଫରୁ କୁହାଯାଇଛି। ଆଇସିସି କ୍ରିକେଟ କମିଟି ଏ ନେଇ ବିଭିନ୍ନ ବିକଳ୍ପ ବିଚାର କରିଛି। ତେବେ ଏ ସଂକ୍ରାନ୍ତରେ ମୁଖ୍ୟ କାର୍ଯ୍ୟନିର୍ବାହୀ କିମିଟି ଅନ୍ତିମ ନିଷ୍ପତ୍ତି ନେବ।
ଦଳଗୁଡିକ ଅଂଶଗ୍ରହଣ କରିଥିବା ମ୍ୟାଚ୍‌ଗୁଡିକରେ ହାସଲ କରିଥିବା ପଏଣ୍ଟର ପ୍ରତିଶତକୁ ବିଚାର କରାଯିବ ଓ ଏହାପରେ ଫାଇନାଲିଷ୍ଟ ସ୍ଥିର କରାଯିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଆଇସିସିର ଅନ୍ତିମ କ୍ୱାର୍ଟରଲି ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଖେଳାଯାଇ ନ ଥିବା ଟେଷ୍ଟ ମ୍ୟାଚ୍‌ଗୁଡିକୁ ଡ୍ର’ ଅବା ଅମୀମାଂସିତ ବୋଲି ବିଚାର କରାଯିବା ନେଇ କମିଟି ଚିନ୍ତା କରୁଛି।
ଡବ୍ଲ୍ୟୁଟିସି ଅନୁସାରେ ଶ୍ରେଷ୍ଠ ୯ଟି ଦଳ ଦୁଇବର୍ଷ ମଧ୍ୟରେ ୬ଟି ସିରିଜ ଖେଳିବେ। ପ୍ରତ୍ୟେକ ସିରିଜ ଅତିବେଶିରେ ୧୨୦ ପଏଣ୍ଟ ବିଶିଷ୍ଟ ହେବ। ତେବେ ପ୍ରତ୍ୟେକ ସିରିଜରେ ମ୍ୟାଚ୍‌ର ସଂଖ୍ୟାଗୁଡିକୁ ମଧ୍ୟ ଏ ପ୍ରକ୍ରିୟାରେ ବିଚାର କରାଯିବ। ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିବେ। ଆସନ୍ତା ଜୁନ୍‌ରେ ଫାଇନାଲ ମୁକାବିଲା ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯିବ।
ନୂଆ ପ୍ରସ୍ତାବ ଅନୁସାରେ ଯଦି ଭାରତ ଅଷ୍ଟ୍ରେଲିଆ ବିପକ୍ଷ ସବୁ ୪ଟି ଟେଷ୍ଟ ହାରିଯାଏ ଓ ଇଂଲଣ୍ଡ ବିପକ୍ଷରେ ସମସ୍ତ ୫ଟି ଟେଷ୍ଟରେ ବିଜୟୀ ହୁଏ ତା’ହେଲେ ୪୮୦ ପଏଣ୍ଟ ହାସଲ କରିବ ଓ ଏହା ୬୬.୬୭ ପ୍ରତିଶତ ବୋଲି ବିବେଚିତ ହେବ। ପୁଣି ଯଦି ଭାରତ ଇଂଲଣ୍ଡ ବିପକ୍ଷ ୫ଟି ଟେଷ୍ଟରେ ବିଜୟୀ ହୁଏ ଓ ଅଷ୍ଟ୍ରେଲିଆଠାରୁ ୩-୧ରେ ପରାସ୍ତ ହୁଏ ତେବେ ୫୧୦ ପଏଣ୍ଟ ଓ ୭୦. ୮୩ ପ୍ରତିଶତ ହାସଲ କରିବ। ଏହା ହେଲେ ଭାରତ ନ୍ୟୁଜିଲାଣ୍ଡର ସମ୍ଭାବ୍ୟ ମ୍ୟାକ୍ସିମମ୍‌ ସ୍କୋରକୁ ପଛରେ ପକାଇବ। ଅନ୍ୟପଟେ ଯଦି ଭାରତ ଇଂଲଣ୍ଡକୁ ୫-୦ରେ ହରାଏ ଓ ଅଷ୍ଟ୍ରେଲିଆଠାରୁ ୨-୦ରେ ହାରେ ତା’ହେଲେ ୫୦୦ ପଏଣ୍ଟ ଓ ୬୯.୪୪ ପ୍ରତିଶତ ହାସଲ କରିବ। ଯଦି ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ତାର ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ ସୁଇପ୍‌ କରେ ତା’ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ମ୍ୟାଚ୍‌ ଡ୍ର’ ରଖିଥିଲେ ମଧ୍ୟ ଭାରତ ପାଇଁ ଯଥେଷ୍ଟ ହେବ ନାହିଁ। ଅପରପକ୍ଷରେ ଯଦି ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଓ୍ବେଷ୍ଟଇଣ୍ଡିଜ୍‌ ଓ ପାକିସ୍ତାନକୁ ଟେଷ୍ଟ ସିରିଜରେ ହରାଏ ତା’ହେଲେ ୪୨୦ ପଏଣ୍ଟ ଓ ୭୦ ପ୍ରତିଶତ ହାସଲ କରିବ। ଏହା ହେଲେ ଶ୍ରେଷ୍ଠ ଦୁଇଟି ଦଳରେ ନ୍ୟୁଜିଲାଣ୍ଡ ପରିଗଣିତ ହେବା ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଆଗକୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଟି ସିରିଜର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପ୍ରାରମ୍ଭିକ ସଂସ୍କରଣର ଫାଇନାଲିଷ୍ଟ ସ୍ଥିର କରିବ।
ଉଲ୍ଲେଖଥାଉ କି, ଭାରତ ଏପର୍ଯ୍ୟନ୍ତ ୪ଟି ଟେଷ୍ଟ ସିରିଜ ଖେଳିଛି ଓ ୩୬୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ୨୯୬ ଓ ଇଂଲଣ୍ଡ ୨୯୨ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?