Odisha Elections 2024

ଲାଞ୍ଚ ଟଙ୍କାରେ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର

ଭୁବନେଶ୍ୱର,୧୭।୧୦(ସତ୍ୟଜିତ୍‌ ରାଉତ):ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଜେନ୍ଦ୍ର ଜେଲ ଯାଇଛନ୍ତି। ତେବେ ଏହି ରିମାଣ୍ଡ ଅବଧି ସମୟରେ ଡାକ୍ତରଙ୍କ ବିପୁଳ ସମ୍ପତ୍ତି ବିଷୟରେ ସିବିଆଇ ତଥ୍ୟ ପାଇଛି। ଲାଞ୍ଚ ଟଙ୍କାରେ ରାଜେନ୍ଦ୍ର ଭୁବନେଶ୍ୱର ନୟାପଲ୍ଲୀରେ ଏକ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର ଦେଇଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି। ଜଣେ ବିଲ୍ଡରଙ୍କଠାରୁ ୮୦ ଲକ୍ଷ ଟଙ୍କାରେ ସେ ଏହି ୩ ବିଏଚ୍‌କେ ଫ୍ଲାଟ୍‌ କିଣିଥିଲେ। ତେଣୁ ଉକ୍ତ ବିଲ୍ଡରଙ୍କୁ ସିବିଆଇ ଖୁବ୍‌ଶୀଘ୍ର ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି। ସେହିପରି ଅଭିଯୁକ୍ତ ରାଜେନ୍ଦ୍ର ଲାଞ୍ଚ ଟଙ୍କା ସମ୍ପର୍କୀୟ ଲୋକଙ୍କୁ ଦେଇଥିବା ସିବିଆଇ ପାଖରେ ମାନିଛନ୍ତି। ଏପରିକି ସେମାନଙ୍କ ତାଲିକା ମଧ୍ୟ ସେ ଦେଇଛନ୍ତି। ଏହି ଦିଗକୁ ନେଇ ରାଜେନ୍ଦ୍ରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ପର୍ଯ୍ୟାୟକ୍ରମେ କାର୍ଯ୍ୟାଳୟକୁ ଡାକି ଜେରା କରିବ ବୋଲି ମଧ୍ୟ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନର ରିମାଣ୍ଡ ଅବଧି ମଙ୍ଗଳବାର ସରିବାକୁଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସିବିଆଇ ସ୍ବତନ୍ତ୍ର କୋର୍ଟରେ ରାଜେନ୍ଦ୍ରଙ୍କୁ ହାଜର କରାଯାଇଥିଲା। ରାଜେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ଏହାର ଶୁଣାଣି ମଙ୍ଗଳବାର ହେବ ବୋଲି କୋର୍ଟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।
ପାରାଦୀପ ବନ୍ଦର ସହ କାରବାର କରୁଥିବା ଶିପିଂ କମ୍ପାନୀର କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଟଙ୍କା ଦାବି କରୁଥିଲେ ରାଜେନ୍ଦ୍ର। ଏମିନେନ୍ସ ଶିପିଂ ନାମକ କମ୍ପାନୀର କର୍ମଚାରୀ ଆଲୋକ ରାଉତଙ୍କୁ ଏହି ରିପୋର୍ଟ ପାଇଁ ରାଜେନ୍ଦ୍ର ୭୦ ହଜାର ଟଙ୍କା ମାଗିଥିଲେ। ଏନେଇ ଆଲୋକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଆଲୋକଙ୍କଠାରୁ ରାଜେନ୍ଦ୍ର ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ସିବିଆଇ ତାଙ୍କୁ ରେଡ୍‌ ହ୍ୟାଣ୍ଡ୍‌ରେ ଧରିବା ପରେ ଗିରଫ କରିଥିଲା। ପରେ ସିବିଆଇ ଟିମ୍‌ ପ୍ରଥମେ ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍‌ ଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri