ଲାଞ୍ଚ ଟଙ୍କାରେ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର

ଭୁବନେଶ୍ୱର,୧୭।୧୦(ସତ୍ୟଜିତ୍‌ ରାଉତ):ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଜେନ୍ଦ୍ର ଜେଲ ଯାଇଛନ୍ତି। ତେବେ ଏହି ରିମାଣ୍ଡ ଅବଧି ସମୟରେ ଡାକ୍ତରଙ୍କ ବିପୁଳ ସମ୍ପତ୍ତି ବିଷୟରେ ସିବିଆଇ ତଥ୍ୟ ପାଇଛି। ଲାଞ୍ଚ ଟଙ୍କାରେ ରାଜେନ୍ଦ୍ର ଭୁବନେଶ୍ୱର ନୟାପଲ୍ଲୀରେ ଏକ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର ଦେଇଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି। ଜଣେ ବିଲ୍ଡରଙ୍କଠାରୁ ୮୦ ଲକ୍ଷ ଟଙ୍କାରେ ସେ ଏହି ୩ ବିଏଚ୍‌କେ ଫ୍ଲାଟ୍‌ କିଣିଥିଲେ। ତେଣୁ ଉକ୍ତ ବିଲ୍ଡରଙ୍କୁ ସିବିଆଇ ଖୁବ୍‌ଶୀଘ୍ର ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି। ସେହିପରି ଅଭିଯୁକ୍ତ ରାଜେନ୍ଦ୍ର ଲାଞ୍ଚ ଟଙ୍କା ସମ୍ପର୍କୀୟ ଲୋକଙ୍କୁ ଦେଇଥିବା ସିବିଆଇ ପାଖରେ ମାନିଛନ୍ତି। ଏପରିକି ସେମାନଙ୍କ ତାଲିକା ମଧ୍ୟ ସେ ଦେଇଛନ୍ତି। ଏହି ଦିଗକୁ ନେଇ ରାଜେନ୍ଦ୍ରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ପର୍ଯ୍ୟାୟକ୍ରମେ କାର୍ଯ୍ୟାଳୟକୁ ଡାକି ଜେରା କରିବ ବୋଲି ମଧ୍ୟ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନର ରିମାଣ୍ଡ ଅବଧି ମଙ୍ଗଳବାର ସରିବାକୁଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସିବିଆଇ ସ୍ବତନ୍ତ୍ର କୋର୍ଟରେ ରାଜେନ୍ଦ୍ରଙ୍କୁ ହାଜର କରାଯାଇଥିଲା। ରାଜେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ଏହାର ଶୁଣାଣି ମଙ୍ଗଳବାର ହେବ ବୋଲି କୋର୍ଟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।
ପାରାଦୀପ ବନ୍ଦର ସହ କାରବାର କରୁଥିବା ଶିପିଂ କମ୍ପାନୀର କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଟଙ୍କା ଦାବି କରୁଥିଲେ ରାଜେନ୍ଦ୍ର। ଏମିନେନ୍ସ ଶିପିଂ ନାମକ କମ୍ପାନୀର କର୍ମଚାରୀ ଆଲୋକ ରାଉତଙ୍କୁ ଏହି ରିପୋର୍ଟ ପାଇଁ ରାଜେନ୍ଦ୍ର ୭୦ ହଜାର ଟଙ୍କା ମାଗିଥିଲେ। ଏନେଇ ଆଲୋକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଆଲୋକଙ୍କଠାରୁ ରାଜେନ୍ଦ୍ର ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ସିବିଆଇ ତାଙ୍କୁ ରେଡ୍‌ ହ୍ୟାଣ୍ଡ୍‌ରେ ଧରିବା ପରେ ଗିରଫ କରିଥିଲା। ପରେ ସିବିଆଇ ଟିମ୍‌ ପ୍ରଥମେ ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍‌ ଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri