ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ ଝାଡୁରେ ନିସ୍ତୁକ ପିଟୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦକ୍ଷିଣ ଚାଇନାର ଏକ ସରକାରୀ ଅଫିସରେ ବସ୍‌ ଜଣକ ଜୋହୁ ନାମକ ମହିଳା କର୍ମଚାରୀଙ୍କ ପାଖକୁ ବରାବର ବିଭିନ୍ନ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ବସ୍‌ ଓ୍ବାଙ୍ଗ୍‌ଙ୍କ ଖରାପ ଅଭ୍ୟାସରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ଶେଷରେ ଜୋହୁ ହାତରେ ଝାଡୁ ଓ ଘର ସଫା ଟବ୍‌ରେ ପାଣି ଭର୍ତ୍ତି କରି ବସ୍‌ଙ୍କ ଉପରେ ଢ଼ାଳିବା ସହିତ ଝାଡୁ ପାହାର ଦେଇଥିଲେ। ଜୋହୁଙ୍କ ସହିତ ବସ୍‌ଙ୍କ ରୁମ୍‌କୁ ଯାଇଥିବା ଅନ୍ୟ ଜଣେ ମହିଳା କର୍ମଚାରୀ ଏହାର ଭିଡ଼ିଓ ଶୁଟିଂ କରିଥିଲେ। ୧୪ ମିନିଟର ଏହି ଭିଡ଼ିଓକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ବବଲ୍‌ ର଼୍ୟାପ୍‌ ଦେଖିବା କ୍ଷଣି କାହିଁକି ଫୁଟାଇବାକୁ ମନ ଚାହେଁ

ଯେତେବେଳେ ଆମେ କିଛି ଜିନିଷ କିଣୁ ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ବହୁତ ଭଲ ଭାବରେ ପ୍ୟାକ୍‌ ହୋଇଥାଏ। ଗ୍ଲାସ ବ୍ୟତୀତ ଚାଇନା ମାଟିର ବାସନ...

ପିଟସ୍‌ବର୍ଗ ପାର୍ଟିରେ ଗୁଳି: ୨ ନିହତ, ୯ ଆହତ

ଓ୍ବାଶିଂଟନ୍‌, ୧୮ା୪: ଆମେରିକାର ପେନସିଲଭାନିଆସ୍ଥିତ ପିଟସ୍‌ବର୍ଗର ଏକ ଭଡ଼ାଘରେ ଶନିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ନାବାଳକ ନିହତ ଓ...

କାରାଦଣ୍ଡ ୨୨ବର୍ଷ ୬ମାସ

ସେ ଥିଲେ ସ୍ବାଧୀନତା ସଂଗ୍ରାମୀ। ତାଙ୍କୁ ଧରାଇଦେଲେ ୫ଶହ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା ତତ୍କାଳୀନ ଇଂରେଜ ସରକାର। ରେଳଧାରଣା କାଟିବା, ପୋଷ୍ଟ...

ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା...

ଘାତକ ସାଜିଛି ଇଂଲିଶ ଚ୍ୟାନେଲ

ପ୍ୟାରିସ/ଲଣ୍ଡନ, ୨୬।୧୧:ଆଟଲାଣ୍ଟିକ୍‌ ମହାସାଗରରେ ଥିବା ଇଂଲିଶ ଚ୍ୟାନେଲର ଲମ୍ବ ୫୬୦ କି.ମି. ଓ ଚଉଡ଼ା ୨୪୦ କି.ମି.। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜାହାଜ ଚଳାଚଳ ଲେନ୍‌...

ସ୍ତନ ବଦଳରେ କାଖରୁ ଝରିଲା ମା’ କ୍ଷୀର, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ସାଧାରଣତଃ ସନ୍ତାନ ପ୍ରସବ ପରେ ମହିଳାଙ୍କ ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମାତ୍ର ପର୍ତ୍ତୁଗାଲରେ ରହୁଥିତ୍ବା ଜଣେ ମହିଳା ସନ୍ତାନ ପ୍ରସବ ପରେ...

ସୁନା ଘୋଡ଼ା

ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍‌ ଆକର୍ଷକ। ଠିକ୍‌ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା। ଉକ୍ତ...

ପରେଡ୍‌ ବେଳେ ଛୋଟାଉଥିଲେ ପୁଟିନ୍‌

ମସ୍କୋ, ୧୧ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ୟାନ୍‌ସର ଓ ପାର୍କିନସନ୍‌ସ ରୋଗରେ ପୀଡ଼ିତ ଥିବାନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ...

Advertisement
Archives

Model This Week