Posted inଖେଳ

ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟର ଫାଇନାଲରେ ସୋଲାଙ୍କି

ନୂଆଦିଲ୍ଲୀ,୧୮।୩(ପି.ଟି.): ତୁର୍କୀର ଇସ୍ତାନବୁଲଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜେତା ଗୌରବ ସୋଲାଙ୍କି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋଲାଙ୍କି ୫-୦ରେ କାଜାଖସ୍ତାନର ଆରାପୋଭ ଏଇଡୋସଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ହାସଲ କରିଥିବା ସୋନିଆ ଲାଥର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ମହିଳା ୫୭ କେ.ଜି. ବର୍ଗରେ ଆର୍ଜେଣ୍ଟିନାର ରୋସୋରିଓ ମିଲୋଗ୍ରୋସ୍‌ଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଲାଥର ଏବେ ସ୍ଥାନୀୟ ଫେଭରାଇଟ୍‌ ସୁର୍ମେନେଲି ସୁଗସେନାଜଙ୍କୁ ଦ୍ୱିତୀୟ ରାଉଣ୍ଡରେ ଭେଟିବେ।
ତେବେ ଅନ୍ୟ ୩ ଭାରତୀୟ ବକ୍ସର ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ନମନ ତନଓ୍ବାର ୪-୧ରେ ତୁର୍କୀର ବାକି ୟାଲସିନ ମହମ୍ମଦଙ୍କଠାରୁ ୯୧ କେ.ଜି. ପୁରୁଷ ବର୍ଗରେ, ପି.ଏଲ. ପ୍ରସାଦ ୫୨ କେ.ଜି. ବର୍ଗରେ ୫-୦ରେ କାଜାଖସ୍ତାନର ଡାମିରଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୁରୁଷ ୭୫ କେ.ଜି.ରେ ପ୍ରୟାଗ ଚାଭନ ଓ ମହିଳା ୭୫ କେ.ଜି.ରେ ପୂଜା ଯଥାକ୍ରମେ ଆଜରବୈଜାନର ସାହସୁଭାର୍ଲି କର୍ମାନ ଓ ରୁଷିଆର ଶାମୋନୋଭା ଅନାଷ୍ଟାସିଆଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ବକ୍ସିଂ ଟୁର୍ନାମେଣ୍ଟରେ ୮ ପୁରୁଷ ଓ ୫ ମହିଳା ପ୍ରତିଯୋଗୀଙ୍କୁ ନେଇ ଏକ ୧୩ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିଛନ୍ତି। ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୧ ତାରିଖରେ ଶେଷ ହେବ। ଏଥିରେ ବକ୍ସିଂ ଖେଳୁଥିବା ଶ୍ରେଷ୍ଠ ଦେଶ ଯଥା ରୁଷିଆ, ଆର୍ଜେଣ୍ଟିନା ଓ କାଜାଖସ୍ଥାନର ବକ୍ସରମାନେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri