ନୂଆବର୍ଷରେ ଭାରତରେ ଜନ୍ମ ନେଇଛନ୍ତି ସର୍ବାଧିକ ଶିଶୁ

ନ୍ୟୁୟର୍କ,୩।୧: ଗୋଟିଏ ପଟେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟପଟେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ସଂଖ୍ୟକ ଶିଶୁ କେବଳ ଭାରତରେ ଜନ୍ମ ନେଇଛନ୍ତି। ଭାରତରେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ୬୦,୦୦୦ ପିଲା ଜନ୍ମ ହୋଇଥିଲେ। ଏହା ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ। ତଥାପି ଜନ୍ମସଂଖ୍ୟା ୨୦୨୦ ତୁଳନାରେ ୭,୩୯୦ କମ୍‌ ଅଟେ।

ୟୁନିସେଫ୍‌ ଆକଳନ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୧ରେ ଭାରତରେ ୩୫,୬୧୫ ଜନ୍ମିତ ଶିଶୁ ଚାଇନା ଅପେକ୍ଷା ଅନେକ ଗୁଣ ଅଧିକ। ଶିଶୁ ଜନ୍ମ ଦୃଷ୍ଟିରୁ ଚାଇନା ଏଥର ଦ୍ୱିତୀୟ ସ୍ଥାନରେ ରହିଛି। ୟୁନିସେଫ୍‌ ଆକଳନ କରିଛି ଯେ ଜାନୁୟାରୀ ୧ରେ ସାରା ବିଶ୍ୱରେ ୩,୭୧,୫୦୪ରୁ ଅଧିକ ଶିଶୁ ଜନ୍ମ ହୋଇଥିଲେ। ଏହି ୫୨ ପ୍ରତିଶତ ମଧ୍ୟରୁ କେବଳ ୧୦ଟି ଦେଶରେ ଶିଶୁ ଜନ୍ମ ହୋଇଛନ୍ତି।

ଭାରତରେ ୫୯,୯୯୫ ପିଲା, ଚାଇନାରେ ୩୫,୬୧୫, ନାଇଜେରିଆରେ ୨୧,୪୩୯, ପାକିସ୍ତାନରେ ୧୪,୧୬୧, ଇଣ୍ଡୋନେସିଆରେ ୧୨,୩୩୬, ଇଥିଓପିଆରେ ୧୨,୦୦୬, ଆମେରିକାରେ ୧୦,୩୧୨, ଇଜିପ୍ଟରେ ୯,୪୫୫ ଶିଶୁ, ବାଂଲାଦେଶ (୯୨୩୬) ଏବଂ ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋରେ ୮,୬୪୦ ପିଲା ଜନ୍ମ ହୋଇଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାରେ ପ୍ରାୟ ୧୪୦ନିୟୁତ ଶିଶୁ ଜନ୍ମ ହେବେ ଏବଂ ସେମାନଙ୍କର ହାରାହାରି ବୟସ ୮୪ ବର୍ଷ ହେବ ବୋଲି ଆଶା କରାଯାଉଛି। ୟୁନିସେଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର କହିଛନ୍ତି ଯେ, ଆଜି ଜନ୍ମ ହୋଇଥିବା ପିଲାମାନେ ଏକ ବର୍ଷ ପୂର୍ବେ ଦୁନିଆରେ ଆହୁରି ଦୂରକୁ ଯିବେ ଏବଂ ଏକ ନୂତନ ବର୍ଷ ପୁଣି ନୂଆ ସୁଯୋଗ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri