ଧାନ ଫସଲରେ ଶୋଷକ ପୋକ

ଚମ୍ପୁଆ, ୮ା୧୦(ମହେଶ୍ୱର ଦାସ)ଅଧିକ ଅମଳ ଆଶାରେ ଉନ୍ନତ ମାନର ବିହନ ଚାଷ କରିଥିଲେ। ଧାନ ପାଚିବା ସମୟରେ ଫସଲରେ ଶୋଷକ ପୋକ ଲାଗି ଫଳରୁ ରସ ଶୋଷି ଅଗାଡ଼ି କରିଦେଉଛନ୍ତି। ଗଛ ସତେଜ ଥିବା ବେଳେ ଧାନ ଭିତରେ ମଞ୍ଜି ରହୁନାହିଁ। କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ୧୩ ନମ୍ବର ୱାର୍ଡ ନୂଆଗାଁର ଚାଷୀ କୃଷ୍ଣ ଚନ୍ଦ୍ର ସୁଣ୍ଡିଙ୍କ ଧାନ କ୍ଷେତରେ ଏଭଳି ସମସ୍ୟା ଦେଖାଦେଇଛି । ଦିନକୁ ଦିନ ଏହି ରୋଗ ବଢ଼ିବାରେ ଲାଗିଥିବାରୁ ଫସଲ ଉଜୁଡ଼ିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି।
ଅନୁଯାୟୀ, କୃଷ୍ଣ ଉନ୍ନତ ମାନର ହାଇବ୍ରିଡ୍‌ ଧାନ ବିହନ ଆଣି ପ୍ରାୟ ୨ ଏକର ଜମିରେ ଚାଷ କରିଥିଲେ। ଅଧିକ ଅମଳ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ରୋଗପୋକ ଦାଉରୁ ରକ୍ଷା ପାଇଁ କୀଟନାଶକ ବ୍ୟବହାର କରିଥିଲେ। ମାତ୍ର କିଛି ଦିନ ହେବ କଞ୍ଚା ଧାନଗୁଡ଼ିକ ଶୁଖିଯାଉଥିବା ଦେଖି କୃଷି ବିଭାଗ ସହ ଯୋଗାଯୋଗ କରିଥିଲେ। ଶୁଖିଯାଉଥିବା ଧାନ ଭିତରେ ମଞ୍ଜି ନ ଥିବା ବେଳେ ଏହି ରୋଗ ବଢ଼ିବାରେ ଲାଗିଛି। ଚାଷ ଜମିରେ ଚକଡ଼ା ଚକଡା ସ୍ଥାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଖବର ପାଇ କୃଷି ବିଭାଗ ପକ୍ଷରୁ ଉକ୍ତ ଜମିକୁ ଯାଇ ଘଟଣାର ତଦନ୍ତ କରାଯିବାରୁ ଗଛଗୁଡ଼ିକ ସତେଜ ରହିଥିବା ବେଳେ ଧାନ ଶୁଖିଯାଇଥିବା ଏବଂ ଭିତରେ ଧାନ ମଞ୍ଜି ନ ଥିବା ଜଣାପଡ଼ିଥିଲା। କୃଷି ବିଭାଗ ପକ୍ଷରୁ ଏହା ଏକ ଶୋଷକ ଜାତୀୟ ପୋକ ଦ୍ୱାରା ପ୍ରଭାବିତ ହୋଇଛି। ପୋକ ଧାନ କାଣ୍ଡରେ ରହି ଆବଶ୍ୟକ କ୍ଷୀର ଶୋଷି ନେଉଥିବାରୁ ଧାନ ଭିତରେ ମଞ୍ଜି ହୋଇପାରୁ ନ ଥିବା ଏବଂ ଧାନ ଗୁଡ଼ିକ ଅଗାଡ଼ି ହେଉଯାଉଥିବା ଜଣାଯାଇଛି। ଏ ନେଇ ଚମ୍ପୁଆ କୃଷି ଅଧିକାରୀ ନୀଳମାଧବ ଦାସ କହିଛନ୍ତି, ଏ ପ୍ରକାର ରୋଗ ଧୀରେ ଧୀରେ ବ୍ୟାପିଥାଏ। ଏହାର ପ୍ରତିଶେଧକ ପାଇଁ ଚାଷୀଙ୍କୁ କୀଟନାଶକ ସିଞ୍ଚନ ପାଇଁ ପରାମର୍ଶ ଦେଇଛୁ। ଏହା ୩ ଦିନ ଛିଞ୍ଚତ୍ବା ଆବଶ୍ୟକ ରହିଛି। ଯଦି ଏଥିରେ ସୁଧାର ନ ଆସିଲା ତେବେ ଅନ୍ୟ କୀଟନାଶକ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବ। କୃଷି ବିଭାଗ ପକ୍ଷରୁ ଏହି ରୋଗ ପୋକକୁ ନିୟନ୍ତ୍ରଣ ପାଇଁ ନଜର ରଖାଯିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri