Posted inଜାତୀୟ

ଏଲ୍‌ଏସିରେ ଉତ୍ତେଜନା: ଲଦାଖରେ ପହଞ୍ଚିଲେ ସେନାଧ୍ୟକ୍ଷ

ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ ପହଞ୍ଚିଛନ୍ତି। ସେ ଫିଲ୍ଡ କମାଣ୍ଡରଙ୍କ ସହିତ ଆଲୋଚନା କରିଛନ୍ତି। ଏଲ୍‌ଏସିରେ ଭାରତୀୟ ସେନାର ପ୍ରସ୍ତୁତି କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୯-୩୦ରେ ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଚାଇନା ସୈନ୍ୟ ଅନୁପ୍ରବେଶ କରୁଥିଲେ। ତେବେ ଏହାକୁ ଭାରତୀୟ ସେନା ପକ୍ଷରୁ ପଣ୍ଡ କରିଦିଆଯାଇଥିଲା। ଭାରତୀୟ ସେନା ଏଠାରେ ଥିବା ଚାଇନାର ସର୍ଭେଲାନ୍ସ୍‌ ସିଷ୍ଟମ୍‌ ଏବଂ କ୍ୟାମେରାକୁ ଭାଙ୍ଗିଦେଇଥିଲେ। ଏହା ସହିତ ବ୍ଲାକ୍‌ ଟପ୍‌ ପୋଷ୍ଟ ଉପରେ ଭାରତୀୟ ସେନା କବ୍‌ଜା ମଧ୍ୟ କରିଥିଲେ। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବାବେଳେ ଚାଇନା ସୈନ୍ୟ ବିଭାଗ ଏହାର ବାରମ୍ବାର ଉଲ୍ଲଂଘନ କରି ଅନୁପ୍ରବେଶ ଉଦ୍ୟମ କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକାକରଣ କେନ୍ଦ୍ରରେ ମହିଳାଙ୍କ ସଂଘର୍ଷ: ମାର୍‌ପିଟ୍‌ ପରେ ପରସ୍ପରର ଚୁଟି ଟାଣିଲେ; ଭିଡିଓ ଦେଖିଲେ..

ଖାର୍ଗୋନ,୨୩।୭: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ କୋଭିଡ ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଟୀକାକରଣ ଅଭିଯାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ...

ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୭।୬: ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏପରି...

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ...

କରୋନାକୁ ହରାଇଲେ ୧୦୦ ବର୍ଷିୟା ମହିଳା: କହିଲେ…

ବାଙ୍ଗାଲୋର,୨୫।୭-ସାରା ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ଏପରିସ୍ଥିତିରେ କର୍ଣ୍ଣାଟକ ବେଲାରୀ ଜିଲାର...

କ୍ୟାନସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର

ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ...

ଯୋଗୀଙ୍କୁ ଭେଟିଲେ କମଲେଶଙ୍କ ପରିବାର

ଲକ୍ଷ୍ନୌ,୨୦।୧୦: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କ ମା’ ସ୍ତ୍ରୀ ଓ ଭାଇ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି।...

କରୋନା ଯୋଦ୍ଧାଙ୍କୁ କରୋନା, ୮୭ ଡାକ୍ତର କରୋନା ପଜିଟିଭ୍‌…

ପାଟଣା, ୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ବିହାରର ପାଟନା ସ୍ଥିତ ନାଳନ୍ଦା...

ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ

ମୁମ୍ବାଇ,୨୦।୫: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଶୁକ୍ରବାର ଜେଲ୍‌ରୁ ମୁକୁଳିଛନ୍ତି। ଦୀର୍ଘ ୬ବର୍ଷରୁ ଅଧିକ ଦିନ ପରେ ଶୁକ୍ରବାର...

Advertisement
Archives

Model This Week