ସୀମାରେ ଜନବସତି ସ୍ଥାପନ ଯୋଜନା, ନୂଆ ଆଇନକୁ ସ୍ବୀକୃତି ଦେଲା ଚାଇନା…

ବେଜିଂ,୨୪।୧୦: ଲାଇନ ଅଫ୍‌ ଆଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଭାରତ ସହିତ ଚାଇନାର ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ସୀମାର ବିବାଦୀୟ ଜମି ହାତେଇବା ପାଇଁ ଚାଇନା ନୂଆ ଷଡ଼ଯନ୍ତ୍ର କରିଛି। ଚାଇନାର ଜାତୀୟ ପିପୁଲ୍ସ କଂଗ୍ରେସର ସ୍ଥାୟୀ ସଦସ୍ୟମାନେ ଏକ ନୂତନ ଜମି ସୀମା ଆଇନ ପ୍ରଣୟନ କରିଛନ୍ତି।

ଏହା ଅନୁଯାୟୀ ଚାଇନା ସୀମା ଅଞ୍ଚଳରେ ନିଜର ବିସ୍ତାରବାଦୀ ନୀତି ମାଧ୍ୟମରେ ହସ୍ତକ୍ଷେପ ବୃଦ୍ଧି କରିବାକୁ ଯାଉଛି। ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କ ଲାଗି ଜନବସତି ସ୍ଥାପନ କରିବାକୁ ଚାଇନା ପ୍ରସ୍ତୁତ ହେଉଛି। ଫଳରେ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବା ଭାରତ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିବ।

ଚାଇନାର ଏହି ନୂଆ ଆଇନ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ପ୍ରଭାବଶାଳୀ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ଏହା ଅନ୍ତର୍ଗତ ସୀମାନ୍ତ ଅଞ୍ଚଳରେ ଚାଇନା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଏହା ସହିତ ଅର୍ଥନୈତିକ, ସାମାଜିକ ବିକାଶ ସହିତ ଜନସାଧାରଣ ଲୋକଙ୍କ ବାସ ଉପଯୋଗୀ କ୍ଷେତ୍ର ଏବଂ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବ। ଆସନ୍ତା ୨୦୨୨ ବର୍ଷ ଜାନୁୟାରୀ ୧ ରୁ ଏହି ଆଇନ କାର୍ଯ୍ୟକାରୀ ହେବ।
ଭାରତ ଏବଂ ଚାଇନା ମଧ୍ୟରେ ଏକ ଦୀର୍ଘ ସୀମା ବିବାଦ ରହିଛି। ଦୁଇ ଦେଶ ମଧ୍ୟରେ ଏଲ୍‌ଏସି ନେଇ ହୋଇଥିବା ଚୁକ୍ତି ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଏଭଳି ପରିସ୍ଥିତିରେ ଚାଇନା ଏବଂ ଭାରତ ମଧ୍ୟରେ ଅନେକ ସମୟରେ ତିକ୍ତତାର ବାତାବରଣ ସୃଷ୍ଟି ହେଉଛି। ଲଦାଖ ସେକ୍ଟରରେ ଉଭୟ ଦେଶର ବହୁ ଥର ମୁହାଁମୁହିଁ ହୋଇଛନ୍ତି ଏବଂ ସୀମାରେ ମଧ୍ୟ ହିଂସାତ୍ମକ ସଂଘର୍ଷ ଘଟିଛି।

ଏଭଳି ପରିସ୍ଥିତିରେ ଚାଇନା ଦ୍ୱାରା ସ୍ବୀକୃତ ହୋଇଥିବା ନୂତନ ଆଇନ ଭାରତ-ଚାଇନା ସୀମା ଚୁକ୍ତିନାମାକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏକ ନୂତନ ବିବାଦ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ଭାରତ ଏବଂ ଭୁଟାନ ମଧ୍ୟରେ ବି ସୀମା ବିବାଦ ରହିଛି।

ତେବେ ଚାଇନାର ସୀମା ବିବାଦ ଭାରତ ଏବଂ ଭୁଟାନଠାରୁ ଅଧିକ ଗୁରୁତର। ଭାରତ ଏବଂ ଚାଇନା ମଧ୍ୟରେ ୩୪୮୮ କିଲୋମିଟର ସୀମା ବିବାଦ ରହିଥିବାବେଳେ ଭୁଟାନ ସହିତ ପ୍ରାୟ ୪୦୦ କିଲୋମିଟରର ବିବାଦ ରହିଛି। ଚାଇନା ଅନ୍ୟ ୧୨ଟି ଦେଶ ସହିତ ସୀମା ବିବାଦର ସମାଧାନ କରି ସାରିଛି। ତେବେ ଭାରତ ସହିତ ଥିବା ବିବାଦର ସମାଧାନ ହୋଇ ନାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri