ସୀମାରେ ଜନବସତି ସ୍ଥାପନ ଯୋଜନା, ନୂଆ ଆଇନକୁ ସ୍ବୀକୃତି ଦେଲା ଚାଇନା…

ବେଜିଂ,୨୪।୧୦: ଲାଇନ ଅଫ୍‌ ଆଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଭାରତ ସହିତ ଚାଇନାର ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ସୀମାର ବିବାଦୀୟ ଜମି ହାତେଇବା ପାଇଁ ଚାଇନା ନୂଆ ଷଡ଼ଯନ୍ତ୍ର କରିଛି। ଚାଇନାର ଜାତୀୟ ପିପୁଲ୍ସ କଂଗ୍ରେସର ସ୍ଥାୟୀ ସଦସ୍ୟମାନେ ଏକ ନୂତନ ଜମି ସୀମା ଆଇନ ପ୍ରଣୟନ କରିଛନ୍ତି।

ଏହା ଅନୁଯାୟୀ ଚାଇନା ସୀମା ଅଞ୍ଚଳରେ ନିଜର ବିସ୍ତାରବାଦୀ ନୀତି ମାଧ୍ୟମରେ ହସ୍ତକ୍ଷେପ ବୃଦ୍ଧି କରିବାକୁ ଯାଉଛି। ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କ ଲାଗି ଜନବସତି ସ୍ଥାପନ କରିବାକୁ ଚାଇନା ପ୍ରସ୍ତୁତ ହେଉଛି। ଫଳରେ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବା ଭାରତ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିବ।

ଚାଇନାର ଏହି ନୂଆ ଆଇନ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ପ୍ରଭାବଶାଳୀ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ଏହା ଅନ୍ତର୍ଗତ ସୀମାନ୍ତ ଅଞ୍ଚଳରେ ଚାଇନା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଏହା ସହିତ ଅର୍ଥନୈତିକ, ସାମାଜିକ ବିକାଶ ସହିତ ଜନସାଧାରଣ ଲୋକଙ୍କ ବାସ ଉପଯୋଗୀ କ୍ଷେତ୍ର ଏବଂ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବ। ଆସନ୍ତା ୨୦୨୨ ବର୍ଷ ଜାନୁୟାରୀ ୧ ରୁ ଏହି ଆଇନ କାର୍ଯ୍ୟକାରୀ ହେବ।
ଭାରତ ଏବଂ ଚାଇନା ମଧ୍ୟରେ ଏକ ଦୀର୍ଘ ସୀମା ବିବାଦ ରହିଛି। ଦୁଇ ଦେଶ ମଧ୍ୟରେ ଏଲ୍‌ଏସି ନେଇ ହୋଇଥିବା ଚୁକ୍ତି ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଏଭଳି ପରିସ୍ଥିତିରେ ଚାଇନା ଏବଂ ଭାରତ ମଧ୍ୟରେ ଅନେକ ସମୟରେ ତିକ୍ତତାର ବାତାବରଣ ସୃଷ୍ଟି ହେଉଛି। ଲଦାଖ ସେକ୍ଟରରେ ଉଭୟ ଦେଶର ବହୁ ଥର ମୁହାଁମୁହିଁ ହୋଇଛନ୍ତି ଏବଂ ସୀମାରେ ମଧ୍ୟ ହିଂସାତ୍ମକ ସଂଘର୍ଷ ଘଟିଛି।

ଏଭଳି ପରିସ୍ଥିତିରେ ଚାଇନା ଦ୍ୱାରା ସ୍ବୀକୃତ ହୋଇଥିବା ନୂତନ ଆଇନ ଭାରତ-ଚାଇନା ସୀମା ଚୁକ୍ତିନାମାକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏକ ନୂତନ ବିବାଦ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ଭାରତ ଏବଂ ଭୁଟାନ ମଧ୍ୟରେ ବି ସୀମା ବିବାଦ ରହିଛି।

ତେବେ ଚାଇନାର ସୀମା ବିବାଦ ଭାରତ ଏବଂ ଭୁଟାନଠାରୁ ଅଧିକ ଗୁରୁତର। ଭାରତ ଏବଂ ଚାଇନା ମଧ୍ୟରେ ୩୪୮୮ କିଲୋମିଟର ସୀମା ବିବାଦ ରହିଥିବାବେଳେ ଭୁଟାନ ସହିତ ପ୍ରାୟ ୪୦୦ କିଲୋମିଟରର ବିବାଦ ରହିଛି। ଚାଇନା ଅନ୍ୟ ୧୨ଟି ଦେଶ ସହିତ ସୀମା ବିବାଦର ସମାଧାନ କରି ସାରିଛି। ତେବେ ଭାରତ ସହିତ ଥିବା ବିବାଦର ସମାଧାନ ହୋଇ ନାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?