Posted inଖେଳ

କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ ଜଣାଶୁଣା ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ପାକିସ୍ତାନରେ ବିରାଟ କୋହଲିଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ। ଏହାର ଏକ ଉଦାହରଣ ହେଉଛି ପାକିସ୍ତାନ କ୍ରିକେଟ ଦଳର ମଧ୍ୟମ ପେସର ହାସନ ଅଲିଙ୍କ ସ୍ତ୍ରୀ ଶାମିଆ ଅର୍ଜୁ ମଧ୍ୟ ବିରାଟ କୋହଲିଙ୍କ ‘ବଡ଼ ପ୍ରଶଂସକ’। ଶାମିଆ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ବାର୍ତ୍ତାଳାପରେ ପ୍ରକାଶ କରିଛନ୍ତି ଯେ, ସେ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ। ସେ ବିରାଟ କୋହଲିଙ୍କୁ ତାଙ୍କର ପ୍ରିୟ ବ୍ୟାଟ୍ସମ୍ୟାନ ବୋଲି ବର୍ଣ୍ଣନା କରିଛନ୍ତି।]

 शामिया आरजू ने अपने ऑफिशियल इंस्टाग्राम पर फैन्स के साथ बातचीत के सेशन में इस बात का खुलासा किया था कि वह विराट कोहली की बड़ी फैन हैं. उन्होंने विराट कोहली को अपना फेवरेट बल्लेबाज बताया था. (Samiya Hassan Ali/Instagram)
ବିରାଟ କୋହଲିଙ୍କ ପ୍ରଶଂସକ ହେବା ବ୍ୟତୀତ ଶାମିଆ ଅର୍ଜୁଙ୍କର ମଧ୍ୟ ଭାରତ ସହିତ ଏକ ବିଶେଷ ସମ୍ପର୍କ ରହିଛି। ପ୍ରକୃତରେ, ଶାମିଆ ଜଣେ ଭାରତୀୟ ନାଗରିକ। ୨୦୧୯ରେ ଦୁବାଇରେ ପାକିସ୍ତାନୀ ପେସର ହାସନ ଅଲିଙ୍କୁ ବିବାହ କରିଥିଲେ। ଶାମିଆ ଭାରତର ହରିୟାଣାର ନୁହା ଜିଲାର ଚାନ୍ଦେନି ଗାଁର ବାସିନ୍ଦା। ଶାମିଆ ଏମିରେଟ୍ସ ଏୟାରଲାଇନ୍ସରେ ଜଣେ ଫ୍ଲାଇଟ ଇଞ୍ଜିନିୟର ଏବଂ ତାଙ୍କ ପରିବାର ନୂଆଦିଲ୍ଲୀରେ ଅବସ୍ଥାପିତ ହୋଇଛନ୍ତି। ଶାମିଆ କିଛି ବର୍ଷ ପୂର୍ବେ ଦୁବାଇରେ ପାକିସ୍ତାନୀ ଦ୍ରୁତ ବୋଲରଙ୍କୁ ଭେଟିଥିଲେ ଏବଂ ସେହି ଦିନଠାରୁ ସେମାନଙ୍କର ବନ୍ଧୁତା ବଢିଥିଲା। କିଛି ବର୍ଷର ବନ୍ଧୁତା ପରେ, ଉଭୟ ବିବାହ କରିବାକୁ ସ୍ଥିର କଲେ। ଶାମିଆ ବିରାଟ କୋହଲିଙ୍କୁ ତାଙ୍କର ପ୍ରିୟ ବ୍ୟାଟ୍ସମ୍ୟାନ ବୋଲି କହିଥିବାବେଳେ ସେ ସ୍ବାମୀ ହାସନଙ୍କ ପ୍ରିୟ ବୋଲର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri